Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଣତନ୍ତ୍ର ଦିବସ ପୂର୍ବରୁ ଦିଲ୍ଲୀ ପୋଲିସକୁ ବଡ ଧରଣର ସଫଳତା, ଅବୈଧ ଅସ୍ତ୍ରଶସ୍ତ୍ର ସହ ୨ଜଣ ଗିରଫ
  • ||
  • ଗଣତନ୍ତ୍ର ଦିବସରେ ୩୮୪ଜଣଙ୍କୁ ମିଳିବ ବୀରତା ପୁରସ୍କାର, ଘୋଷଣା କଲେ ରାଷ୍ଟ୍ରପତି
  • ||
  • ୟୁପି ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା : ଇସ୍ତଫା ଦେଲେ ଆରପିଏନ୍ ସିଂହ, ବିଜେପିରେ ହେବେ ସାମିଲ୍
  • ||
  • ଫୁଟବଲ ମ୍ୟାଚ୍ ଦେଖିବା ପାଇଁ ଦଳାଚକଟା : ୬ ମୃତ, ୫୦ରୁ ଅଧିକ ଗୁରୁତର
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ବ୍ଲକ୍ ସେକ୍ସନ୍ ଅଫିସର୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||

ଏ କେମିତି କା WHO ଅଧ୍ୟକ୍ଷ, ଯିଏ ନିଜ ଦେଶରେ ଲୁଚାଇ ରଖିଥିଲେ ୩ ମହାମାରୀ ?

12/04/2020 at 6:19 PM

ଜିନେଭା ୧୨।୦୪: ସମଗ୍ର ଦେଶ ପାଇଁ କରୋନା ସୂଚନା ଓ ଗାଇଡ୍ ଲାଇନ୍‌ ଜାରି କରୁଥିବା ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନର ସଭାପତି ନିଜ ଦେଶରେ ତିନୋଟି ମହାମାରୀକୁ ଅଣଦେଖା କରିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ପୁଣି ଥରେ ଡବ୍ଲ୍ୟୁଏଚଓର ସଭାପତି  ଡ. ଟେଡ୍ରୋସ୍‌ ଏଡମନଙ୍କୁ ସମାଲୋଚନାର ଶିକାର  ହେବାକୁ ପଡିଛି। ତାଙ୍କ ଉପରେ ଆରୋପ ଲାଗିଛି ଯେ, ଯେବେ ସେ ଇଥିଓପିଆର ସ୍ଵାସ୍ଥ୍ୟ ମନ୍ତ୍ରୀ ଥିଲେ ତେବେ ଦେଶରେ ତିନି ଥର ବ୍ୟାପିଥିବା କଲରା ମହାମାରୀକୁ ଅଣଦେଖା କରିଥିଲେ ଏବଂ ବିଶ୍ଵ ସମୁଦାୟକୁ ଏହାର ସୂଚନା ଦେଇନଥିଲେ। ମାତ୍ର ଟେଡ୍ରୋସ୍‌ ଏହି ଆରୋପକୁ ଖଣ୍ଡନ କରି ଆସିଛନ୍ତି ଏବଂ କହିଛନ୍ତି ଯେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଡବ୍ଲ୍ୟୁଏଚଓ ଉପରେ ଚୀନର ପକ୍ଷ ନେଉଥିବା ଆରୋପ ଲଗାଇଛନ୍ତି। ଏହା ତାହାର ଏକ ଅଂଶ।

ଟେଡ୍ରୋସ୍‌ ଉପରେ ୨୦୧୭ ମେରେ ଆରୋପ ଲାଗିଥିଲା ଯେ, ସେ ଦେଶରେ ୨୦୦୬, ୨୦୦୯ ଓ ୨୦୧୧ରେ ତିନି ରୋଗକୁ ମହାମାରୀ ଘୋଷିତ କରିବାକୁ ମନା କରି ଦେଇଥିଲେ। ପ୍ରଫେସର ଲ୍ୟାରୀ ଗଷ୍ଟିନ ୨୦୧୭ରେ ନ୍ୟୁୟର୍କ ଟାଇମ୍ସକୁ କହିଥିଲେ ଯେ, ଟେଡ୍ରୋସ୍‌ ଉପରେ କାଲରା ମହାମାରୀର ସୂଚନା ଦେବାର ଦାୟିତ୍ଵ ଥିଲା। ସେ ଏହା ମଧ୍ୟ କହିଥିଲେ ଯେ, ଡବ୍ଲ୍ୟୁଏଚଓ ନିଜର ବିଶ୍ଵସନୀୟତା ହରାଇବ ଯଦି ଏମିତି କୌଣସି ବ୍ୟକ୍ତିଙ୍କୁ ଅଧ୍ୟକ୍ଷ ଦାୟିତ୍ଵ ଦିଆଯାଏ ଯିଏ ନିଜ ଦେଶରେ ମହାମାରୀ ଉପରେ ପରଦା ପକାଏ। ସେହି ବର୍ଷ ସୁଦାନ ମଧ୍ୟ କାଲରା ରୋଗକୁ ନେଇ ଟେଡ୍ରୋସ୍‌ଙ୍କ ଉପରେ ଆରୋଲ ଲଗାଇଥିଲା।

ଗତ ବର୍ଷ ସେପ୍ଟେମ୍ବରରେ ଆମେରିକାର ଡାକ୍ତର ଟେଡ୍ରୋସ୍‌ଙ୍କୁ ଚିଠି ଲେଖି କହିଥିଲେ ଯେ, ସୁଦାନରେ ଯାହା କିଛି ହେଉଛି ତାହା ଉପରେ ଆପଣଙ୍କର ନିରବତାକୁ ନିନ୍ଦା କରାଯିବା ଉଚିତ୍। ସୁଦାନରୁ ପୀଡିତାଙ୍କ ନମୂନା ଜେନଭା ପଠାଇବାରେ ଆପଣ ବିଫଳ ହୋଇଛନ୍ତି, ଯାହା ଫଳରେ ବିଶ୍ଵ ସମୁଦାୟକୁ କାଲରା ରୋଗର ଆନୁଷ୍ଠାନିକ ସୂଚନା ଦିଆଗଲା ନାହିଁ। ପ୍ରତ୍ୟେକ ଦିନ ଏହା ସାବ୍ୟସ୍ତ ହୋଇ ଚାଲିଥିଲା ଯେ, କାଲରା ଏକ ମହାମାରୀ। ତେଣୁ ଏହି ଘଟଣା ପାଇଁ  ଆପଣ ଦାୟୀ।

ଉଲ୍ଲେଖଯୋଗ୍ୟ, ଡ. ଟେଡ୍ରୋସ୍ ହେଉଛନ୍ତି ସେହି ବ୍ୟକ୍ତି ଯିଏ ପ୍ରଥମେ କରୋନା ଭାଇରସ୍‌କୁ ଗମ୍ଭୀରତାର ସହ ନେଇଥିଲେ। ପ୍ରଥମେ ପ୍ରଥମେ ଏହି ସଂକ୍ରମଣକୁ ମହାମାରୀ କହିନଥିଲେ। ସର୍ବଦା ଚୀନ କଥାରେ ହଁ ମାରୁଥିବା ଏହି ମହାଶୟ ବିଶ୍ଵ ସମୁଦାୟକୁ କରୋନା ଭାଇରସ୍‌ ଉପରେ ଭୁଲ୍ ତଥ୍ୟ ଦେଉଥିଲେ। ଏପରିକି ଯେବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୋନା ଭାଇରସ୍‌ର ପ୍ରକୋପକୁ ଦେଖି ନିଜ ଦେଶର ସୀମା ସିଲ୍‌ କରିବା ସହିତ ଅନ୍ତରାଷ୍ଟ୍ରୀୟ ଉଡାଣ ଉପରେ ପ୍ରତିବନ୍ଧକ ଲଗାଇଥିଲେ, ସେହି ସମୟରେ ଡବ୍ଲ୍ୟୁଏଚଓ ମୁଖ୍ୟ ଟେଡ୍ରୋସ୍‌ ଟ୍ରମ୍ପଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରିଥିଲେ।  

   Related Posts