WHO ମୁଖ୍ୟଙ୍କ ଚେତାବନୀ-ଏପରି ହେଲେ କରୋନାରୁ ମୁକୁଳିପାରିବନି ବିଶ୍ୱ

Published By : Prameya-News7 Bureau | January 19, 2021 IST

ଜେନେଭା: କରୋନାରେ ବିଶ୍ୱ ଗୁରୁତର ନୈତିକ ଅଧପତନର ଶିକାର ହୋଇଛି। ଏହା କହିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ)ମୁଖ୍ୟ ଟ୍ରେଡୋସ ଅଦାନୋମ ଘେବ୍ରିୟେସସ୍। ଧନିକ ଦେଶଙ୍କ ଏପରି ମାନସିକତା ରହିଲେ ଗରିବ ଦେଶଙ୍କୁ ଉଭୟ ଜୀବନ ଓ ଜୀବିକା ଦେଇ ଏହାର ମୂଲ୍ୟ ଭରଣା କରିବାକୁ ପଡିପାରେ ବୋଲି ସେ ସେ ଚେତାଇଦେଇଛନ୍ତି।   

{"id":394878,"sizeSlug":"large","linkDestination":"none"}

କରୋନା ମୁକାବିଲା ଲାଗି ଟିକାକରଣରେ ଉପୁଜିଥିବା ପାତର ଅନ୍ତରକୁ ନେଇ ଦବ୍ଲୁଏଚଓ ମୁଖ୍ୟ କ୍ଷୋଭ ପ୍ରକାଶ କରିଛନ୍ତି। ସୋମବାର ଅନୁଷ୍ଠିତ ଡବ୍ଲୁଏଚଓଙ୍କ ଏକଜ୍ୟୁକୁଟିଭ ବୋର୍ଡ ବୈଠକରେ ଟ୍ରେଡୋସ କହିଛନ୍ତି ଯେ  ବିଶ୍ୱର ୪୯ରୁ ଅଧିକ ଅମୀର ଦେଶରେ ୩.୯ କୋଟିରୁ ଊର୍ଦ୍ଧ୍ୱ ଲୋକେ  ଟିକାକରଣ କରି ସାରିଲାରିଲେଣି। ଏଥିରେ ସୁସ୍ଥ ଓ ଯୁବବର୍ଗ ମଧ୍ୟ ଟିକାକରଣ କରାଇନେଇଛନ୍ତି।  ଏହାକୁ ଦେଖିଲେ ଗୋଟିଏ ଗୋଟିଏ ଗରିବଦେଶଙ୍କୁ ଏପର୍ଯ୍ୟନ୍ତ ମାତ୍ର ୨୫ଟି ଟିକା ମିଳିପାରିଥିବା  ସେ କହିଛନ୍ତି।

{"id":394880,"sizeSlug":"large","linkDestination":"none"}

ଏପରି ହେଲେ ମହାମାରୀ ବିଶ୍ୱକୁ ଦୀର୍ଘ ସମୟ ପର୍ଯ୍ୟନ୍ତ କବଳିତ କରି ରଖିବ। ଯାହା ଗରିବ ଓ ଅନୁନ୍ନତ ଦେଶଙ୍କ ପରିସ୍ଥିତିକୁ ଗୁରୁତର କରିବ। ଏପରି ଦେଶମାନଙ୍କରେ ମୃତ୍ୟୁ ସଂଖ୍ୟା ବଢିବା ସହ ଲୋକଙ୍କ ଜୀବିକା ମଧ୍ୟ ଉଜୁଡିଯିବ ବୋଲି ଟ୍ରେଡୋସ ସତର୍କ କରିଛନ୍ତି। ଯାହା ବିଶ୍ୱକୁ କୋଭିଡ ପୂର୍ବ ପରିସ୍ଥିତିକୁ କେବେବି ଫେରାଇ ନେଇପାରିବନି ବୋଲି ସେ କହିଛନ୍ତି।

{"id":394881,"width":580,"height":434,"sizeSlug":"large","linkDestination":"none"}

ଚୀନ୍‌, ଭାରତ, ବ୍ରିଟେନ, ଆମେରିକା ଓ ଜର୍ମାନ ନିଜନିଜର ଟିକା ବିକଶିତ କରିସାରିଥିବା ବେଳେ ପ୍ରଥମେ ନିଜ ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ କରିବାରେ ଲାଗିଛନ୍ତି। ସେମାନଙ୍କର ଏପରି କାର୍ଯ୍ୟ ବିଶ୍ୱରେ ମହାମାରୀକୁ ଦୀର୍ଘ କରିବ ବୋଲି ଟ୍ରେଡୋସ କହିଛନ୍ତି। ଏଣୁ ସେ ବୈଶ୍ୱିକ ଟିକାକରଣ କାର୍ଯ୍ୟକ୍ରମ କୋଭାକ୍ସ ଲାଗି ସଦସ୍ୟ ଦେଶଙ୍କଠାରୁ ପୂର୍ଣ୍ଣ ସହଯୋଗ ଚାହିଁଛନ୍ତି। ଏଥିରେ ୭ ଏପ୍ରିଲ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ସୁଧା ଧନି, ଗରିବ ଓ ପଛୁଆ ନିର୍ବିଶେଷରେ ସମସ୍ତ ଦେଶରେ ଟିକାକରଣ ଏକ ସାଥୀରେ ହେଉ ବୋଲି ସେ କାମନା କରିଛନ୍ତି।

{"id":394882,"sizeSlug":"large","linkDestination":"none"}

ଏପରି ହେଲେ ବିଶ୍ୱରେ ମହାମାରୀ ସହ ଅସମାନତା ମଧ୍ୟ ସବୁଦିନ ଲାଗି ଦୂର ହୋଇଯିବ ବୋଲି କହିଛନ୍ତି ଡବ୍ଲୁଏଚଓ ମୁଖ୍ୟ। ବିଶ୍ୱରେ ୧୮୦ ଦେଶ କୋଭାକ୍ସ ଲାଗି ସ୍ୱାକ୍ଷର କରିଛନ୍ତି। ସବୁଦେଶରେ ଏକକାଳୀନ ଟିକାକରଣ ହେବା କଥା। ହେଲେ ଯେଉଁଦେଶମାନେ ଟିକା ବିକଶିତ କଲେ ସେମାନେ ନିଜନିଜ ସ୍ୱାର୍ଥପୂରଣ କରୁଥିବା ଏବେ ଦେଖାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.