Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି ସଂକ୍ରମଣ, ଲୋକଙ୍କ ମନରୁ ଦୂର ହେଉଛି କରୋନା ଭୟ, ଆଉ ୬୬୦ ସଂକ୍ରମିତ ହେଲେ ଆରୋଗ୍ୟ
  • ||
  • ସମ୍ମାନ ରଖିଲା ଭାରତ, ଶେଷ ଦିନିକିଆରେ କଙ୍ଗାରକୁ ୧୩ ରନରେ ଦେଲା ମାତ୍, ୨-୧ରେ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ
  • ||
  • ମାଲକାନଗିରି : ଶବ ସତ୍କାର ପାଇଁ ଗାଁ ମଶାଣୀରେ ମିଳୁନି ଜାଗା, ୨୪ ଘଣ୍ଟା ହେଲା ଗାଁ ଦାଣ୍ଡରେ ପଡିଛି ମୃତଦେହ
  • ||
  • ଜୟପୁର : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ହାର୍ଡକୋର ମାଓବାଦୀ ରାମକ୍ରିଷ୍ଣାର ଥିଲା ଅଙ୍ଗରକ୍ଷୀ
  • ||
  • ଭୁବନେଶ୍ବର : ୧୧୨ ଡାଏଲ କରନ୍ତୁ, ମିଳିବ ସବୁ ଜରୁରୀ ସେବା ଓ ସହାୟତା : ନୂଆ ଏକକ ପୋଲିସ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • କଟକ : ‘ସ୍କୁଲ ଫି’ ଧାର୍ଯ୍ୟ ପାଇଁ ଆଇନ ନାହିଁ’- ହାଇକୋର୍ଟରେ ଏଭଳି ତଥ୍ୟ ରଖିଲେ ସରକାର
  • ||
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||

କେବେ ଶେଷ ହେବ କରୋନା ମହାମାରୀ ? WHOର ମୁଖ୍ୟ ଦେଲେ ସମୟସୀମା

22/08/2020 at 8:28 AM

ନୂଆଦିଲ୍ଲୀ ୨୨।୦୮: ସାରାବିଶ୍ୱରେ ଅଣାୟତ ରହିଛି କରୋନା ଭାଇରସ । ତେବେ ଭାଇରସର ପ୍ରକୋପ କେବେ କମିବ ସେନେଇ କେହି ବି କହିବା ବର୍ତ୍ତମାନ ପରିସ୍ଥିତିରେ ଅସମ୍ଭବ ରହିଛି । କିନ୍ତୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) କରୋନା ମହାମାରୀ ନେଇ ଏକ ନୂତନ ତଥ୍ୟ ରଖିଛି । ସଂଗଠନ ପକ୍ଷରୁ ମହାମାରୀର କେତେ ସମୟ ମଧ୍ୟର କମିବ ସେନେଇ ସୂଚନା ଦିଆଯାଇଛି । WHOର ମୁଖ୍ୟଙ୍କ ଅନୁସାରେ ୧୯୧୮ରେ ଦେଖାଦେଇଥିବା ସ୍ପାନିଶ୍‌ ପ୍ଲୁ ତୁଳନାରେ କରୋନାକୁ ରୋକିବା ପାଇଁ କମ୍ ସମୟ ଲାଗିପାରେ । WHOମୁଖ୍ୟ ଶୁକ୍ରବାର ଦିନ କହିଛନ୍ତି ଯେ, କରୋନା ମହାମାରୀ ଖୁବ୍ କମ୍‌ ସମୟ ମଧ୍ୟରେ ଶେଷ ହୋଇଯାଇପାରେ । କିନ୍ତୁ ଏଥିପାଇଁ ବିଶ୍ୱର ସମସ୍ତ ଦେଶ ଏଜକୁଟ୍‌ ହୋଇ ମହାମାରୀ ବିରୋଧରେ ଲଢେଇ ପାଇଁ ଆଗକୁ ଆସିବା ଦରକାର । ସାରାବିଶ୍ୱ ଏକ ହୋଇ ଏକ ଉତ୍କଷ୍ଟ ଭ୍ୟାକ୍‌ସିନ ପ୍ରସ୍ତୁତ କରିବା ଦରକାର । ତାହେଲେ ଯାଇ ଆମେ କରୋନା ଉପରେ ନିୟନ୍ତ୍ରଣ କରି ପାରିବା ।

କରୋନା ବିରୋଧରେ ଲଢେଇ ପାଇଁ ବର୍ତ୍ତମାନ କୌଣସି ସୀକୃତିପ୍ରାପ୍ତ ଭ୍ୟାକ୍‌ସିନ୍‌ ଉପଲବ୍ଧ ନାହିଁ । ଏଭଳି ସ୍ଥିତିରେ WHOମୁଖ୍ୟଙ୍କ ଏହି ବୟାନ ଅନେକ ମହତ୍ୱପୂର୍ଣ୍ଣ ରହିଛି । କାହିଁକି ନା ପୂର୍ବରୁ କରୋନା ଭାଇରସର ପ୍ରକୋପ କମିବା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୌଣସି ସମୟସୀମା ଦିଆଯାଇନଥିଲା । କିନ୍ତୁ ଏବେ ଏକ ସମୟ ଦିଆଯାଇଛି ।  WHO ମୁଖ୍ୟ କହିଛନ୍ତି ଯେ, ୧୯୧୮ରେ ଦେଖାଦେଇଥିବା ସ୍ପାନିଶ୍‌ ଫ୍ଲୁ ମହାମାରୀ ଶେଷ ହେବାକୁ ଦୁଇ ବର୍ଷର ସମୟ ଲାଗିଥିଲା । ଆଜିକା ଦିନ ଏବଂ ସେଦିନ ମଧ୍ୟ ବହୁତ ପାର୍ଥକ୍ୟ ରହିଛି । ସେତେବେଳେ ଆମ ପାଖରେ ଏତେ ପରିମାଣର ବୈଷୟିକ ଜ୍ଞାନକୌଶଳ ନଥିଲା । କିନ୍ତୁ ଆଜି ଦିନ ଆମ ପଖାରେ ଅନେକ ସୁଯୋଗ ରହିଛି । ବର୍ତ୍ତମାନର ସମୟରେ ଆମେ ଏହି ମହାମାରୀକୁ ରୋକିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରୁଛେ ।

ଯାହାଦ୍ୱାରା କି ଆମେ କରୋନାକୁ ରୋକିବାରେ କିଛିଟା ମାତ୍ରାରେ ସଫଳ ହୋଇଛେ । ଆଜିକା ସମୟରେ  ଆମ ପକ୍ଷରେ ଅନେକ ଉନ୍ନତମାନର ଜ୍ଞାନକୌଶଳ ଓ ଉପକରଣ ରହିଛି । ଯାହାର ବ୍ୟବହାର କରି ଆମେ ଖୁବଶୀଘ୍ର ଭ୍ୟାକ୍‌ସିନ ପ୍ରସ୍ତୁତ କରିପାରିବା । ଯଦି ଆମେ ଏକ୍‌ଜୁଟ ହୋଇ ଭ୍ୟାକ୍‌ସିନ ପ୍ରସ୍ତୁତ କରିାବରେ ଆମେ ସଫଳ ହୋଇଯାଉଛେ , ତେବେ ଆମେ ୧୯୧୮ ସ୍ପାନିଶ୍‌ ଫ୍ଲୁ ତୁଳନାରେ କରୋନା ମହାମାରୀକୁ ରୋକିବାରେ କମ୍‌ ସମୟ ମଧ୍ୟରେ ରୋକିପାରିବ । ସ୍ପାନିଶ୍‌ ପ୍ଲୁ ମହାମାରୀକୁ ରୋକିବା ପାଇଁ ଦୁଇ ବର୍ଷ ସମୟ ଲାଗିଥିଲା । କିନ୍ତୁ ଯଦି କରୋନା ବିରୋଧରେ ଆମ ସମସ୍ତେ ଏକ୍‌ଜୁଟ ହୋଇ ଏକ ଉତ୍କଷ୍ଟମାନର ଭ୍ୟାକ୍‌ସିନ୍‌ ପ୍ରସ୍ତୁତ କରିଦେବା । ତାହେଲେ ଆମେ ୨ବର୍ଷରୁ କମ୍‌ ସମୟ ମଧ୍ୟରେ କରୋନା ମହାମାରୀକୁ ରୋକିବାରେ ସଫଳ ହୋଇପାରିବା , ଏବଂ ସାରାବିଶ୍ୱକୁ ଏହି ମହାମାରୀରୁ ରକ୍ଷା କରିପାରିବା ।

କରୋନା ମହାମାରୀକୁ ଦୃଷ୍ଟିରେ ରଖି ବର୍ତ୍ତମାନ ପର୍ଯ୍ୟନ୍ତ ସାରାବିଶ୍ୱରେ ୮ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ୨.୩କୋଟି ଲୋକ ଆକ୍ରାନ୍ତ ହୋଇସାରିଛନ୍ତି । ଆଧୁନିକ ଇତିହାସରେ ଏହା ଘାତକ ମହାମାରୀ ସ୍ପାନିଶ ଫ୍ଲୁ ରହିଛି । ଏଥିରେ ୫କୋଟିରୁ ଅଧିକ ଲୋକଙ୍କ ଜୀବନ ଯାଇଥିବା ବେଳେ ସାରିବିଶ୍ୱରେ ପ୍ରାୟ ୫୦କୋଟି ଲୋକ ସଂକ୍ରମିତ ହୋଇଥିଲେ ।  

ପ୍ରଥମ ବିଶ୍ୱଯୁଦ୍ଧ ତୁଳନାରେ ସ୍ପାନିଶ୍‌ ଫ୍ଲୁରେ ୫ ଗୁଣା ଅଧିକ ଲୋକେଙ୍କ ମୃତ୍ୟୁ ହୋଇଥିଲା । ଏଥିରେ ପ୍ରଥମ ଆକ୍ରାନ୍ତ ଆମେରିକାରେ ମିଳିଥିଲା , ପରେ ଏହି ମହାମାରୀ ପୁରା ୟୁରୋପରେ କାୟାବିସ୍ତାର କରିଥିଲା । ଯାହାପରେ ପୁରା ଦୁନିଆରେ ଅନେକ ଲୋକେ ସଂକ୍ରମିତ ହୋଇଥିଲେ । ଏହି ମହାମାରୀ ତିନୋଟି ପର୍ଯ୍ୟାୟରେ ଆସିଥିଲା । ତେବେ ଦ୍ୱିତୀୟ ଥର ଆସିଥିବା ମହାମାରୀ ଅଧିକ ଘାତକ ଥିଲା । ଏଥିରେ ଅନେକ ଲୋକଙ୍କ ପ୍ରାଣ ଯାଇଥିଲା । ଯାହାକି ଇତିହାସରେ ସବୁଠାରୁ ଅଧିକ ଲୋକଙ୍କ ଜୀବନ ନେଇଥିବା ମହାମାରୀ ବୋଲି କୁହାଯାଉଛି ।


   Related Posts