Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ରାଜ୍ୟରେ ସୁସ୍ଥ ହେଲେ ଆଉ ୧୭୪୦ ଆକ୍ରାନ୍ତ
  • ||
  • ଏସ୍‌ସିବିରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣା : ଆଉ ୨ ଜଣଙ୍କୁ ଗିରଫ କଲା ମଙ୍ଗଳାବାଗ ପୋଲିସ
  • ||
  • ନୂଆପଡା : ଭାରସାମ୍ୟ ହରାଇ ଓଲଟିଲା କାର୍, ୩ ଗୁରୁତର
  • ||
  • ଭୁବନେଶ୍ବର : ଭୁବନେଶ୍ବରର ୩ଟି ଶିକ୍ଷାନୁଷ୍ଠାନ ସିଲ୍, ଖୁଲମଖୁଲା କୋଭିଡ୍ ନିୟମର କରିଥିଲେ ଉଲଂଘନ
  • ||
  • ବ୍ରହ୍ମପୁର : ସୁରଟରୁ ଫେରୁଥିଲେ ପ୍ରବାସୀ, ଟ୍ରେନ୍‌ରେ ଚାଲିଗଲା ଜୀବନ
  • ||
  • ଅନୁଗୋଳ : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ଗୋଟିଏ ପରିବାରର ଜଣେ ମୃତ, ୨ ଆହତ
  • ||
  • ଭୁବନେଶ୍ବର : ‘ହାଇଦର ପାଇଁ ନଥିଲା ପୋଲିସ ସୁରକ୍ଷା ବ୍ୟବସ୍ଥା, କିନ୍ତୁ ପାଖରେ ଥିଲେ ଯୁବତୀ’ – ଲେଖାଶ୍ରୀ
  • ||
  • ସମ୍ବଲପୁର : ଆଜିଠାରୁ ୧୫ ଦିନ ସମ୍ବଲପୁର ବାର୍ ବନ୍ଦ, କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି
  • ||
  • ସୋର : ସରିଥିଲା ନିର୍ବନ୍ଧ, ହେଲେ ପଡିପାରିଲାନି ହାତଗଣ୍ଠି, ଶେଷରେ କାହିଁକି ଝୁଲିପଡିଲେ ଯୁବତୀ ?
  • ||
  • ବାରଙ୍ଗ : ନନ୍ଦନକାନନରୁ ଇନ୍ଦୋର ଯାଉଛନ୍ତି ୧୩ ଜୀବଜନ୍ତୁ, ଧଳା ବାଘୁଣୀ ଓ କଳା ବାଘ ସାମିଲ
  • ||

ହିନ୍ଦୀରେ ‘ଶାନ୍ତି’ ଲେଖି ଟ୍ୱିଟ୍ କଲେ WHO ମୁଖ୍ୟ, ସମସ୍ତେ ଶାନ୍ତିରେ ରୁହନ୍ତି କହି ଦେଲେ କରୋନା ମୁକ୍ତିର ଆହ୍ୱାନ

15/10/2020 at 10:28 PM

ନୂଆଦିଲ୍ଲୀ ୧୫।୧୦:  ପ୍ରତିଦିନ ନୂଆ ନୂଆ କରୋନା ସଂକ୍ରମିତଙ୍କ ମାମଲା ସାମ୍ନାକୁ ଆସୁଛି । କରୋନା ଭାଇରସ ମୁକାବିଲାରେ ସମସ୍ତ ଦେଶର ପ୍ରମୁଖମାନେ ଶାନ୍ତି ପ୍ରତିଷ୍ଠା କରନ୍ତୁ ବୋଲି କହିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ମୁଖ୍ୟ ଟେଡରସ୍ ଆଧାନମ ଘେବ୍ରେୟେସସ୍ । ସେ ଟ୍ୱିଟ୍ ଯୋଗେ ଏହା କହିଛନ୍ତି ।

ଟେଡରସ୍ ଆଧାନମ କହିଛନ୍ତି ଯେ, ସମସ୍ତଙ୍କୁ ଭାଇରସର ବିରୋଧରେ ଲଢିବାକୁ ହେବ । ହିଂସା ସୃଷ୍ଟି କରିବାକୁ ନୁହେଁ ।ଆଉ ଏକ ଟ୍ୱିଟରେ ସେ ‘ଶାନ୍ତି’ ବୋଲି ଲେଖିଛନ୍ତି । ଯାହାର ଅର୍ଥ ଏହି ମହାମାରୀ ସମୟରେ ଶାନ୍ତି ଓ ସଂଯମତା ପ୍ରତିଷ୍ଠା କରିବା ।

ନିକଟରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ମୁଖ୍ୟ ଏକ ଭିଡିଓ ବାର୍ତ୍ତାରେ ବିଶ୍ୱବାସୀଙ୍କୁ କରୋନା ମୁକାବିଲା ପାଇଁ ସତର୍କ ଓ ସଚେତନ ରହିବାକୁ କହିଥିଲେ । ଆଇେସାଲେସନରେ ରହିବ, ମାସ୍କ ଓ ସାନିଟାଇଜରର ବ୍ୟବହାର, ଭିଡ ନକରିବା ଆଦି ପରାମର୍ଶ ଦେଇଥିଲେ ।ଏପରିକି ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ନେଇ ମଧ୍ୟ ଜୋର୍ ଦେଇଥିଲେ ।

ସେ କହିଥିଲେ ଯେ, ରୋଗ ପ୍ରତିରୋଧକ ଶକ୍ତି ଅଧିକ ହେଲେ ଭାଇରସ ସଂକ୍ରମଣର ସମ୍ଭାବନା କମ୍ । ସେ ମିଳିମିଲାକୁ ଉଦାହରଣ ଭାବେ ନେଇଥିଲେ । ସୁସ୍ଥ ରହିବ, ସୁସ୍ଥକର ଖାଦ୍ୟ ଗ୍ରହଣ କରିବା, ବ୍ୟାୟାମ କରିବା ଆଦି ଉପରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ମୁଖ୍ୟ ଗୁରୁତ୍ୱାରୋପ କରିଥିଲେ ।

ସୂଚନାଯୋଗ୍, ସାରା ବିଶ୍ୱରେ ଏବେସୁଦ୍ଧା ୩୮,୪୪୧,୯୩୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୧,୦୯୧,୪୩୯ ଜଣ ପ୍ରାଣ ହରାଇଛନ୍ତି ।

   Related Posts