ଫେସ୍ ମାସ୍କକୁ ନେଇ ବଦଳିଲା WHOଙ୍କ ମତ, ସାର୍ବଜନିକ ସ୍ଥାନରେ ୩ପରସ୍ତ ମାସ୍କ ବ୍ୟବହାର ଲାଗି ପରାମର୍ଶ

Published By : Prameya-News7 Bureau | June 07, 2020 IST

ନୂଆଦିଲ୍ଲୀ ୭।୬: କରୋନା ଭାଇରସ୍ ସଂକ୍ରମଣ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ) ନୂଆ ମାର୍ଗଦର୍ଶନ ଜାରିକରିଛନ୍ତି। ଏଥିରେ ସାର୍ବଜନିକ ସ୍ଥାନକୁ ଯାତାୟାତ ହେଉଥିବା ଲୋକଙ୍କୁ ୩ ପରସ୍ତ ନନ୍ ମେଡିକାଲ ମାସ୍କ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି। ଏହା ଦ୍ୱାରା ଭୂତାଣୁ ସଂକ୍ରମଣ ନିୟନ୍ତ୍ରଣ ଅଧିକ ସୁଗମ ହେବ ବୋଲି ଡବ୍ଲୁଏଚଓ ଆଶାବ୍ୟକ୍ତ କରିଛନ୍ତି।

{"id":282478,"sizeSlug":"large"}

ସେହିପରି ୬୦ ବର୍ଷରୁ ଅଧିକ ବୟସ୍କ ଲୋକେ ଯେଉଁମାନଙ୍କର କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ଅଛି ସେମାନେ ମେଡିକାଲ ମାସ୍କ ବ୍ୟବହାର କରିବା ଆବଶ୍ୟକ ବୋଲି ନୂଆ ଗାଇଡଲାଇନରେ କୁହାଯାଇଛି। ସେହିପରି ଯେଉଁ ସବୁ ଅଞ୍ଚଳରେ ଭୂତାଣୁ ସଂକ୍ରମଣ ହେଉଛି ସେଠାରେ ଲୋକଙ୍କୁ ମାସ୍କ ବ୍ୟବହାର ଲାଗି ଉତ୍ସାହିତ କରିବା ନିମନ୍ତେ ମଧ୍ୟ ଗାଇଡଲାଇନରେ କୁହାଯାଇଛି। ଏହା ଦ୍ୱାରା ଛିଙ୍କ, କାଶ ଓ ଶିଙ୍ଗାଣୀରେ ଭୂତାଣୁ ବ୍ୟାପିବାର ଆଶଙ୍କା ହ୍ରାସ ହେବ ବୋଲି କୁହାଯାଇଛି।

{"id":282480,"sizeSlug":"large"}

ସେହିପରି ଯେଉଁ ସବୁ ସ୍ଥାନରେ ସାମାଜିକ ଦୂରତା ଅବଲମ୍ବନ ସମ୍ଭବ ହେଉନି ଯେପରିକି ବସ୍, ମେଟ୍ରୋ, ଲୋକାଲ ଟ୍ରେନ, ବିମାନ ଆଦିରେ ୩ ପରସ୍ତ ଖଦି କପଡାରେ ପ୍ରସ୍ତୁତ ମାସ୍କ ନିରାପତ୍ତା ସୁନିଶ୍ଚିତ କରିପାରିବ ବୋଲି ଡବ୍ଲୁଏଚଓ ଆଶାବ୍ୟକ୍ତ କରିଛନ୍ତି। ଏବେ ସାର୍ବଜନିକ ସ୍ଥାନରେ ପେସ୍ ମାସ୍କ ବ୍ୟବହାର ବାଧ୍ୟତାମୂଳକ। ଏଥିରେ ଭାରତ ସମେତ ସିଙ୍ଗାପୁର, ଫ୍ରାନ୍ସ, ସ୍ପେନ, ଜର୍ମାନୀ ଓ ଆର୍ଜେଣ୍ଟିନା ଆଦି ଦେଶଙ୍କ ଲାଗି ଏଭଳି ମାସ୍କର ବ୍ୟବହାର ଜରୁରି ବୋଲି ମାର୍ଗଦର୍ଶନରେ କୁହାଯାଇଛି।

{"id":282483,"sizeSlug":"large"}

ତେବେ ଯେଉଁମାନେ ଖଦି କପଡାରେ ମାସ୍କପ୍ରସ୍ତୁତ କରି ପିନ୍ଧୁଛନ୍ତି ସେମାନେ ମାସ୍କକୁ ଏପରି ପ୍ରସ୍ତୁତ କରନ୍ତୁ ଯେପରି ତରଳକୁ ଅବଶୋଷ କରିପାରୁଥିବା ପାର୍ଶ୍ୱ ମୁହଁ ଓ ନାକ ପଟକୁ ରହୁଥିବ। ସେହିପରି ମାସ୍କ ବ୍ୟବହାର କରିବା ବେଳେ ବାରମ୍ବାର ଏହାକୁ ହାତ ଲଗାଇ ସଜାଡିବାକୁ ଚେଷ୍ଟା କରନ୍ତୁନି। ଏପରି କରିବା ଦ୍ୱାରା ହାତରୁ ମାସ୍କରେ ଭୂତାଣୁ ଲାଗି ମୁହଁକୁ ସଂକ୍ରମିତ କରିବେ। ତେବେ ଏହା ପୂର୍ବରୁ ସ୍ୱାସ୍ଥ୍ୟ ସଙ୍ଗଠନ ସୁସ୍ଥ ଲୋକେ ଓ ସ୍ୱାସ୍ଥ୍ୟ କର୍ମୀଙ୍କ ମାସ୍କ ବ୍ୟବହାର ନେଇ  ଏତେଟା ଗୁରୁତ୍ୱ ଦେଇନଥିଲେ। ହେଲେ ଏବେ ମାସ୍କ ଦ୍ୱାରା ହିଁ କରୋନାକୁ ଆୟତ୍ତ କରିବା ସମ୍ଭବ ବୋଲି ଜଣାପଡିବା ପରେ ଏଥିପ୍ରତି ଲୋକଙ୍କୁ ସତର୍କ ହେବା ଲାଗି ପରାମର୍ଶ ଦେଇଛନ୍ତି।

{"id":282484,"sizeSlug":"large"}

ତେବେ କେବଳ ମାସ୍କ ପିନ୍ଧିବା ଯୋଗୁ ଆମେ  ଆମକୁ କରୋନାରୁ ମୁକ୍ତ ରଖିପାରିବା ତାର ଗ୍ୟାରେଣ୍ଟି ନାହିଁ। ଏଣୁ ସର୍ବସାଧାରଣ ସ୍ଥଳରେ ସାମାଜିକ ଦୂରତା ସାଙ୍ଗକୁ ନିଜର ପରିସ୍କାର ପରିଛନ୍ନତା ପ୍ରତି ମଧ୍ୟ ଯତ୍ନବାନ ହେବା ଆବଶ୍ୟକ। ବାରମ୍ବାର ସାବୁନରେ ହାତ ଧୋଇବା, ସାନିଟାଇଜରର ବ୍ୟବହାର କରିବା ଆଦି ମଧ୍ୟ ଜରୁରି ବୋଲି ଡବ୍ଲୁଏଚଓ ଡିଜି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.