ଉହାନରେ WHO: ରହସ୍ୟ ଉଜାଗର ଆଶଙ୍କାରେ ଆତଙ୍କିତ ଚୀନ୍ ଚୁପ୍ କରୁଛି ପୀଡ଼ିତଙ୍କ ପରିଜନଙ୍କୁ

Published By : Prameya-News7 Bureau | January 27, 2021 IST

ବେଜିଂ : କରୋନା ଭାଇରସ ଯାଞ୍ଚ ଲାଗି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ)ଙ୍କ ଟିମ୍‌ ଚୀନ୍‌  ପହଞ୍ଚିସାରିଛନ୍ତି।  ଇତିମଧ୍ୟରେ ଚୀନ୍ ସରକାର ଉହାନରେ କରୋନା ଆକ୍ରାନ୍ତଙ୍କ ସମ୍ପର୍କୀୟଙ୍କୁ ଚୁପ୍‌ କରାଇବାକୁ ଉଦ୍ୟମ କରୁଥିବାର ଅଭିଯୋଗ ମିଳିଛି। ଚୀନ୍‌ର ଉହାନ ସେହି ସ୍ଥାନ ଯେଉଁଠି ଗତ ୨୦୧୯ରେ କରୋନା ଭାଇରସର ପ୍ରଥମ ମାମଲା ମିଳିଥିଲା। ଏଠାରେ ଭୂତାଣୁର ଉତ୍ପତି କିପରି ହେଲା ଡବ୍ଲୁଏଚଓ ଟିମ୍‌ ଯାଞ୍ଚ କରିବେ।

{"id":399526,"width":579,"height":326,"sizeSlug":"large","linkDestination":"none"}

ଦେଶରେ ଡବ୍ଲୁଏଚଓ ଟିମ୍‌ ପହଞ୍ଚିସାରିଛି। ଏଥିରେ ଯେଉଁ ଲୋକେ କରୋନା ଭାଇରସ ମହାମାରୀରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି ସେମାନଙ୍କ ପରିଜନ ଯେପରି ଟିମ୍‌ ସାମ୍ନାକୁ ନ ଆସନ୍ତି ସେଥି ଲାଗି ସେମାନଙ୍କୁ ଅଟକାଇବାକୁ  ସରକାର ଉଦ୍ୟମ କରୁଛନ୍ତି। ପୀଡ଼ିତଙ୍କ ପରିଜନ ଉହାନରେ ଅଧିକାରୀଙ୍କ ଦୃଷ୍ଟିଆକର୍ଷଣ ଲାଗି ଅନଲାଇନ୍‌ ଗତିବିଧି ବୃଦ୍ଧି କରିଛନ୍ତି। ଏଥିଲାଗି ସେମାନଙ୍କୁ ସରକାରଙ୍କ ପ୍ରତିବନ୍ଧକର ସମ୍ମୁଖୀନ ହେବାକୁ ପଡୁଥିବାର ସେମାନେ ଅଭିଯୋଗ କରିଛନ୍ତି।

{"id":399527,"width":580,"height":386,"sizeSlug":"large","linkDestination":"none"}

ଉହାନରୁ କରୋନା କଟକଣା ହଟିବାର ଦୀର୍ଘ ସମୟ ବିତିଗଲାଣି। ହେଲେ ସରକାର କେବେବି ସଂକ୍ରମଣରେ ସଦସ୍ୟ ହରାଇଥିବା ପରିବାରଙ୍କ ସହ ସମ୍ପର୍କ କରିନଥିଲେ। ତେବେ ଡବ୍ଲୁଏଚଓ ଟିମ୍‌ ଦେଶକୁ ଆସିବା ପରେ ମୃତକଙ୍କ ପରିବାରଙ୍କୁ ଖୋଜିଖୋଜି ବାହାର କରିବା ସହ ସେମାନଙ୍କ ଉପରେ ଚାପ ପକାଉଛନ୍ତି। କୋଭିଡକୁ ନେଇ ଚୀନ୍‌ ଆଉ ଅଧିକ ଶରବ୍ୟ ହେବାକୁ ଚାହୁଁନି। ଏଣୁ ସେଭଳି କୌଣସି ପ୍ରସଙ୍ଗ ସାମ୍ନାକୁ ନ ଆସୁ ଯେଉଁଥିଲାଗି ପୁଣି ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚା ହେଉ ବୋଲି ଚୀନ୍‌ ଚାହେଁନା।

{"id":399528,"sizeSlug":"large","linkDestination":"none"}

ଲୋକପ୍ରୀୟ ଚୀନ୍ ସୋସିଆଲ ମିଡିଆ ୱିଚାଟ୍‌ରେ ଅଚାନକ ଏକ ଗ୍ରୁପ ବନିଯାଇଥିଲା ଯେଉଁଥିରେ ଅନୁନ୍ୟ ୮୦ରୁ ୧୦୦ ପରିବାର ଥିଲେ। ତେବେ ୧୦ ଦିନ ପୂର୍ବେ ଅଚାନକ ଏହି ଗ୍ରୁପଟି ଡିଲିଟ୍‌ ହୋଇଯାଇଥିବା ଏହାର ଏକ ସଦସ୍ୟ ପରିବାର ଅଭିଯୋଗ କରିଛନ୍ତି। ଡବ୍ଲୁଏଚଓ ତଦନ୍ତକାରୀ ଟିମ୍‌କୁ ଯେପରି କେହି ପୀଡି଼ତ ପରିବାର ନ ଭେଟନ୍ତି ସେଥିଲାଗି ଚୀନ୍‌ କେତେ ବିଚଳିତ ତାହା ଏଥିରୁ ଜଣାପଡିଯାଉଛି। ଡବ୍ଲୁଏଚଓ ଟିମ୍‌ ଗତ ଜନୁାୟାରୀ ୧୪ରେ ଉହାନ ପହଞ୍ଚିଥିଲେ। କୋଭିଡ ନିୟମାନୁସାରେ ସେମାନଙ୍କୁ ୧୪ ଦିନିଆ କ୍ୱାରେଣ୍ଟାଇନରେ ରଖାଯାଇଥିଲା। ସେମାନଙ୍କ କ୍ୱାରେଣ୍ଟାଇନ ଅବଧି ଗୁରୁବାର ଶେଷ ହେଉଛି। ଏହା ପରେ ତଦନ୍ତକାରୀ ଦଳ ତାଙ୍କ କାମ ଆରମ୍ଭ କରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.