ଭାରତରେ ଚିହ୍ନଟ ପ୍ରଥମ ଷ୍ଟ୍ରେନର ନାମ ‘ଡେଲଟା’: WHO ଦେଲା କୋଭିଡ ଭାରିଆଣ୍ଟର ନୂତନ ନାମ

Published By : Prameya-News7 Bureau | June 01, 2021 IST

ନୂଆଦିଲ୍ଲୀ୧/୦୬ : କରୋନା ଭାରିଆଣ୍ଟର ଅସ୍ତିତ୍ୱକୁ ନେଇ ବିବାଦ ମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ SARS-CoV-2 ର ନାମ ଉଚାରଣ ଏବଂ ମନେରଖିବାରେ ସହଜ ହେବା ଭଳି ନାମକରଣ କରିଛି । କରୋନ ପାଇଁ ଦାୟୀ ହୋଇଥିବା ଭାଇରସର ନାମକରଣ ଗ୍ରୀକ ଅଲଫାବେଟର ବ୍ୟବହାର କରାଯାଇ ନାମିତ ହୋଇଛି । ବ୍ୟାପକ ପରାମର୍ଶ ଏବଂ ତର୍ଜମା ପରେ ଏହି ନାମ ସ୍ଥିର କରାଯାଇଛି ।

ଏଥିପାଇଁ WHO ସମଗ୍ର ବିଶ୍ୱରେ ବିଶେଷଜ୍ଞ ଗୋଷ୍ଠୀଙ୍କୁ ଏହା କରିବାକୁ ନିର୍ଦ୍ଦେଶ ଦେଇଥିଲା । ଏଥିରେ ସାମିଲ ହୋଇଥିଲେ ନାମକରଣ ପ୍ରଣାଳୀରେ ବିଶେଷଜ୍ଞ, ଏବଂ ଅଣ-ଆଣବିକ, ଜୀବାଣୁ ଟକ୍ସୋନୋମିକ୍ ବିଶେଷଜ୍ଞ, ରାଷ୍ଟ୍ରୀୟ ପ୍ରାଧିକରଣ । WHO ବିଭିନ୍ନ ପ୍ରକାରର ଲେବଲ୍ ନ୍ୟସ୍ତ କରିବ ଯାହାକି ଭାରିଏଣ୍ଟସ୍ ଅଫ୍ ଇଣ୍ଟର୍ସ କିମ୍ବା ଭାରିଏଣ୍ଟସ୍ ଅଫ୍ କନ୍ସର୍ନ ଭାବରେ ନିର୍ମିତ ।

wp:gallery {"ids":[459623],"linkTo":"none"} /wp:gallery

ଭାରତରେ ଅକ୍ଟୋବର ୨୦୨୦ରେ ପ୍ରଥମ କରି ଚିହ୍ନଟ ହୋଇଥିବା କରୋନା ଭାରିଆଣ୍ଟ B.1.617.2 G/452R.V3 ର ନାମକୁ ଡେଲ୍ଟା ରଖିବାକୁ ନିଷ୍ପତ୍ତି ହୋଇଛି । ସେହିଭଳି ଭାରତରେ ଚିହ୍ନଟ ହୋଇଥିବା କରୋନାର ୨ୟ ଷ୍ଟ୍ରେନର(B.1.617.1) ନାମ 'କପ୍ପା' ରଖାଯାଇଛି । ସେପ୍ଟେମ୍ବର ୨୦୨୦ରେ ବ୍ରିଟେନରେ ମିଳିଥିବା କରୋନା ଭାରିଆଣ୍ଟ ନାମ 'ଆଲଫା' ରଖାଯାଇଛି । ଏଥି ସହିତ, ଦକ୍ଷିଣ ଆଫ୍ରିକାରେ ମିଳୁଥିବା ଭାରିଆଣ୍ଟର ନାମ 'ବିଟା' ରଖାଯାଇଛି । ଗତ ବର୍ଷ ବ୍ରାଜିଲରେ ମିଳିଥିବା ଷ୍ଟ୍ରେନକୁ WHO ନାମକରଣ କରିଥିଲା । ଗତ ବର୍ଷ ଆମେରିକାରେ ଚିହ୍ନଟ ଭାରିଆଣ୍ଟର ନାମ 'ଏପସିଲନ୍' ଏବଂ ଫିଲିପାଇନ୍ସରେ ଏବର୍ଷ ମିଳଥିବା ଭାରିଆଣ୍ଟର ନାମ 'ଥିଟା' ରଖାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.