କିଏ ମାଂସାହାରୀ କିଏ ଶାକାହାରୀ : ଜାଣନ୍ତୁ ଏହି ଲୋକପ୍ରିୟ ନେତାଙ୍କ ଆହାର ସମ୍ପର୍କରେ

Published By : Prameya-News7 Bureau | August 17, 2019 IST

ଆପଣ ଜାଣିବାକୁ ଚାହଁନ୍ତି କି ଆମ ଦେଶର ବଡ଼ ବଡ଼ ନେତାମାନେ ଭୋଜନରେ କ’ଣ ଖାଇବାକୁ ପସନ୍ଦ କରନ୍ତି। ତେବେ ଆଜି ଆମେ ଜାଣିବା କିଏ ମାଂସାହାରୀ ଏବଂ କିଏ ଶାକାହାରୀ।

{"id":145242}

୧. ନରେନ୍ଦ୍ର ମୋଦି : ଏହି ତାଲିକାରେ ସର୍ବ ପ୍ରଥମେ ଆମ ଦେଶର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆସନ୍ତି। ସେ ଆଜି ଯାଏଁ କେବେ ଆମିଷ ଭୋଜନ କରି ନାହାନ୍ତି। ସେ ଶୁଦ୍ଧ ଭାବେ ନିରାମିଷାସୀ। ତାଙ୍କୁ ଗୁଜୁରାଟୀ ଖାଦ୍ୟ ଖାଇବାକୁ ବେଶି ଭଲ ଲାଗେ। ତାଙ୍କ ସବୁଠୁ ପ୍ରିୟ ଖାଦ୍ୟ ହେଲା ଖେଚୁଡ଼ି।

{"id":145243,"width":566,"height":320}

୨.ଏପିଜେ ଅବଦୁଲ କଲାମ : ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ ଏପିଜେ ଅବଦୁଲ କଲାମ ମୁସଲିମ୍ ହେବା ସତ୍ବେ ଶୁଦ୍ଧ ଶାକାହାରୀ ଥିଲେ। ସେ କେବେ ମାଂସ ଖାଇ ନାହାନ୍ତି। କିନ୍ତୁ ଏହି କଥା ବହୁତ କମ୍ ଲୋକ ଜାଣିଛନ୍ତି ଯେ ଯେତେବେଳେ ସେ କଲେଜରେ ପଢ଼ୁଥିଲେ ସେତେବେଳେ ସେ ମାଂସ କିଣିବାକୁ ସକ୍ଷମ ନଥିଲେ। ସେ ନିରାମିଷ ଖାଇବାକୁ ଭଲ ପାଉଥିଲେ ଏବଂ ସାରା ଜୀବନ ନିରାମିଷ ଖାଇଥିଲେ।

{"id":145244,"width":541,"height":360}

୩. ଲାଲୁ ଯାଦବ : ଲାଲୁ ଯାଦବଙ୍କୁ ଚିକେନ ଖାଇବାକୁ ବହୁତ ଭଲ ଲାଗେ। ଏହାକୁ ସେ ବହୁତ ଆଗ୍ରହର ସହ ଖାଇଥାଆନ୍ତି। ସୂଚନା ଅନୁସାରେ ଲାଲୁଙ୍କ ଜ୍ୟୋତିଷ ତାଙ୍କୁ ଆମିଷ ଖାଇବାକୁ ମନା କରିଛନ୍ତି। ସେ ଏବେ ନିରାମିଷ ଖାଦ୍ୟ ଖାଉଛନ୍ତି।

{"id":145246,"width":576,"height":417}

୪.ଯୋଗୀ ଆଦିତ୍ୟ ନାଥ : ଯୋଗୀ ଆଦିତ୍ୟ ନାଥ ଶୁଦ୍ଧ ନିରାମିଶାଷୀ। ସେ ତାଙ୍କ କାର୍ଯ୍ୟାଳୟରେ ସମସ୍ତଙ୍କ ଆମିଷ ଖାଇବା ବନ୍ଦ କରି ଦେଇଛନ୍ତି।

{"id":145247}

୫. ରାହୁଲ ଗାନ୍ଧୀ : ଆମେ ସମସ୍ତେ ଜାଣିଛୁ ଯେ ରାହୁଲ ତାଙ୍କର ଅଧିକାଂଶ ସମୟ ବିଦେଶରେ ବିତାଇଛନ୍ତି। ସେଥିପାଇଁ ଏଥିରେ କୌଣସି ସନ୍ଦେହ ନାହିଁ ଯେ ସେ ଆମିଷ ଖାଉଥିବେ। ତାଙ୍କର ପ୍ରିୟ ଖାଦ୍ୟ ତନ୍ଦୁରୀ ଚିକେନ୍। ସେ ନିରାମିଷ ଖାଇବାକୁ ବି ଭଲ ପାଆନ୍ତି।

{"id":145248}

୬. ଅମିତ ଶାହ : ଅମିତ ଶାହ ଜଣେ ଶୁଦ୍ଧ ନିରାମିଷାସୀ। ସେ ଧୂମପାନ କରନ୍ତି ନାହିଁ କି ଚା’ ମଧ୍ୟ ପିଅନ୍ତି ନାହିଁ। ତାଙ୍କୁ ପୋହା ଖାଇବାକୁ ସବୁଠୁ ବେଶୀ ଭଲ ପସନ୍ଦ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.