Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ଏକ୍ସରସାଇଜ୍ ଏବଂ ୱାର୍କଆଉଟ୍ କରୁନଥିବା ଲୋକଙ୍କ ପାଇଁ କୋଭିଡ୍-୧୯ର ପରିଣାମ ଅତ୍ୟନ୍ତ ଭୟାନକ

27/04/2021 at 8:25 AM

ନୂଆଦିଲ୍ଲୀ ୨୭/୦୪: ଏକ୍ସରସାଇଜ୍ ଏବଂ ୱାର୍କଆଉଟ୍ କରିବା ଦ୍ୱାରା ଆମ ଶରୀର ଫିଟ୍ ଆଉ ସୁସ୍ଥ ରହିଥାଏ । ଦେଶରେ ଚାଲିଥିବା କରୋନାର ଦ୍ୱିତୀୟ ଲହରରୁ ବଞ୍ଚିବା ପାଇଁ ଆମେ ପ୍ରତ୍ୟେକ ଦିନ ବ୍ୟାୟାମ କରିବା ଆବଶ୍ୟକ । ନିକଟରେ ହୋଇଥିବା ଏକ ଅନୁସନ୍ଧାନରେ ଦାବି କରାଯାଇଛି ଯେ ଯେଉଁ ଲୋକ ଏକ୍ସରସାଇଜ୍ କରୁନାହାଁନ୍ତି ସେମାନଙ୍କ ପାଇଁ କୋଭିଡ -୧୯ ର ଫଳାଫଳ ଅଧିକ ସାଂଘାତିକ ହୋଇପାରେ ।

PunjabKesari

ବ୍ରିଟିଶ୍ ଜର୍ଣ୍ଣାଲ୍ ଅଫ୍ ସ୍ପୋର୍ଟସ୍ ମେଡିସିନରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଯେଉଁମାନେ ଏକ୍ସରସାଇଜ୍ କିମ୍ବା ୱାର୍କଆଉଟ୍ କରନ୍ତି ନାହିଁ, ସେମାନଙ୍କର କରୋନା ଦ୍ୱାରା ମୃତ୍ୟୁ ହେବାର ସମ୍ଭାବନା ଅଧିକ ରହିଛି । ଏହି ଅଧ୍ୟୟନ ଜାନୁଆରୀ ୨୦୨୦ ରେ ପ୍ରାୟ ୫୦ ହଜାର କରୋନା ସଂକ୍ରମିତ ଲୋକଙ୍କ ମଧ୍ୟରେ କରାଯାଇଥିଲା । ଯେଉଁଥିରେ ଏହା ଦେଖିବାକୁ ମିଳିଥିଲା ​​ଯେ, ଏହି ରୋଗର ଅଧିକ ପ୍ରଭାବ ଏକ୍ସରସାଇଜ୍ କରୁନଥିବା ଲୋକମାନଙ୍କଠାରେ ଦେଖିବାକୁ ମିଳିଛି । ଏପରିକି ଏହି ଲୋକମାନଙ୍କର ଅଧିକ ମୃତ୍ୟୁହାର ମଧ୍ୟ ରହିଛି ।

excercise before brakefast - Jammu Kashmir Latest News | Tourism | Breaking  News J&K

ଯେଉଁମାନେ ଭ୍ୟାକ୍ସିନ୍ ନେଇଛନ୍ତି ସେମାନେ ପୁନର୍ବାର ମଧ୍ୟ କରୋନାରେ ଆକ୍ରାନ୍ତ ହେଉଛନ୍ତି, ତେଣୁ ଏହି ଭାଇରସକୁ ଏଡାଇବା ପାଇଁ ଆମକୁ ନିୟମିତ ଏକ୍ସରସାଇଜ୍ କରିବାକୁ ପଡିବ । ୫୦ ହଜାର ଲୋକଙ୍କ ଉପରେ କରାଯାଇଥିବା ଏକ ସର୍ଭେ ଅନୁଯାୟୀ, ଯେଉଁମାନେ ଦୁଇ ବର୍ଷ ଧରି ଏକ୍ସରସାଇଜ୍ କରିନାହାଁନ୍ତି, ସେମାନେ ସର୍ବାଧିକ ସଂକ୍ରମଣ ହେଉଥିବା ଦେଖାଯାଇଛି ।  ଅନ୍ୟପକ୍ଷରେ, ଏକ୍ସରସାଇଜ୍ ନ କରୁଥିବା ଲୋକମାନଙ୍କ ମଧ୍ୟରେ ମେଦବହୁଳତା ଏବଂ ଉଚ୍ଚ ରକ୍ତଚାପର ଲକ୍ଷଣ ମଧ୍ୟ ଦେଖାଯାଉଛି ।  ସର୍ବେ ଅନୁଯାୟୀ, ଏକ୍ସରସାଇଜ୍ କରିନଥିବା କୋଭିଡ ରୋଗୀଙ୍କ ମଧ୍ୟରୁ ୮.୬ ପ୍ରତିଶତ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ୨.୪ ପ୍ରତିଶତ ଆଇସିୟୁରେ ଭର୍ତ୍ତି ହୋଇଥିଲେ ଏବଂ ୧.୬ ପ୍ରତିଶତ ମୃତ୍ୟୁ ବରଣ କରିଥିଲେ ।

   Related Posts