ବାର୍ଡ ଫ୍ଲୁ ସମୟରେ ମାଂସ ଓ ଅଣ୍ଡା ଖାଇବା ସୁରକ୍ଷିତ କି ? ଜାଣନ୍ତୁ କଣ କହୁଛନ୍ତି WHO ଏବଂ AIIMS

Published By : Prameya-News7 Bureau | January 08, 2021 IST

ନୂଆଦିଲ୍ଲୀ ୦୮/୦୧: ବିଭିନ୍ନ ରାଜ୍ୟରେ ଏବେ ବାର୍ଡ ଫ୍ଲୁ ସମସ୍ୟା ହୋଇ ଛିଡ଼ା ହେଲାଣି। ଏବେ ସୁଦ୍ଧା ୧୭,୩୨୫ ପକ୍ଷୀ ହତ୍ୟା କରାଯାଇଛି। ବାର୍ଡ ଫ୍ଲୁ ଆତଙ୍କ ସମୟରେ କୁକୁଡ଼ା ମାଂସ ଓ ଅଣ୍ଡା ଖାଇବା କେତେ ଦୂର ସୁରକ୍ଷିତ, ଏନେଇ ସାଧାରଣରେ ପ୍ରଶ୍ନ ସୃଷ୍ଟି ହୋଇଛି। କେରଳ, ହିମଚଳପ୍ରଦେଶ ବାର୍ଡ ଫ୍ଲୁ ପାଇଁ ତ୍ବରିତ ପଦକ୍ଷେପ ନେଉଛନ୍ତି। କାରଣ ସେଠରେ ଏଚ୍‌୫ଏନ୍‌୮ ଷ୍ଟେ୍ରନ୍‌ ବାର୍ଡ ଫ୍ଲୁ ବ୍ୟାପିଥିବାରୁ ହଜାର ହଜାର କାଉ, କୁକୁଡ଼ା ବତକଙ୍କ ହଠାତ ମୃତ୍ୟୁ ହେଉଛି।

{"id":337414,"sizeSlug":"large","linkDestination":"none"}

ତେବେ ବାର୍ଡ ଫ୍ଲୁକୁ ନଜରରେ ରଖି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ନିର୍ଦେଶନାମା ଜାରି କରାଯାଇଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅନୁସାରେ ଏବେ କୁକୁଡ଼ା ମାଂସ ଓ ଅଣ୍ଡା ଖାଇବାରେ କିଛି ଅସୁବିଧା ନାହିଁ। କିନ୍ତୁ ଏହାକୁ ଭଲ ଭାବେ ରୋଷେଇ କରି ଖାଇବା ନିହାତି ଜରୁରି। ସେପଟେ ଏମ୍ସ ପକ୍ଷରୁ ମଧ୍ୟ ଏନେଇ ସୂଚନା ଦିଆଯାଇଛି।

ବାର୍ଡ ଫ୍ଲୁ ବିଶେଷ କରି ‘ଆଭିଆନ୍‌ ଇନ୍‌ଫ୍ଲୁଏନ୍ଜା’ କିମ୍ବା ‘ଆଭିଆନ୍‌ ଫ୍ଲୁ’ ନାଁରେ ଜଣାଯାଏ। ଏହା ପକ୍ଷୀଙ୍କୁ ଆକ୍ରାନ୍ତ କରୁଥିବା ବେଳେ ଏହା ଖୁବଶୀଘ୍ର ବ୍ୟାପେ। ବାର୍ଡ ଫ୍ଲୁ ହେବା ଦ୍ବାରା, କାଉ, କୁକୁଡ଼ା, ବତକ ଆଦି ପ୍ରାଣ ହରାଇଥାନ୍ତି। କିନ୍ତୁ ଏବେ ମିଳିଥିବା ବାର୍ଡ ଫ୍ଲୁ ପ୍ରକାର ମଣିଷକୁ ବି ଆକ୍ରାନ୍ତ କରିପାରେ। ଆକ୍ରାନ୍ତ ପକ୍ଷୀ ଖାଇବା ଦ୍ବାରା ଭୂତାଣୁ ମଣିଷ ଦେହକୁ ଆସିବାର ସମ୍ଭାବନା ଅଧିକ ରହିଥିବା ଜଣାପଡ଼ିଛି। କିନ୍ତୁ ଏବେ ଯାଏ ଏହି ଭୂତାଣୁ ମଣିଷରୁ ମଣିଷ ଶରୀରକୁ ପ୍ରବେଶ କରୁଥିବା ନେଇ ନଜିର ନାହିଁ। ଭୂତାଣୁ ମଣିଷ ଶରୀରରେ ପ୍ରବେଶ କଲେ ଥଣ୍ଡା, କାଶ, କଫ, ଗଳ କୁଣ୍ଡାଇହେବା, ମାଂଶପେସୀୟ ଯନ୍ତ୍ରଣା, ନିମୋନିଆ ଆଦି ଲକ୍ଷ୍ୟଣ ଦେଖାଯାଏ।

{"id":386741,"sizeSlug":"large","linkDestination":"none"}

ତେବେ ବାର୍ଡ ଫ୍ଲୁ ହେବା ଦ୍ବାରା ମାଂସ ଖାଇବା କମ ହୋଇଥାଏ। ଏହା ଦ୍ବାରା ଲୋକେ କମ୍‌ ମାଂସ, ଅଣ୍ଡା​‌ ଖାଇଥାନ୍ତି। ଭଲ ଭାବେ ରୋଷେଇ କରି କୁକୁଡ଼ା ମାଂସ ଓ ଅଣ୍ଡା ଖାଇଲେ କୌଣସି ଅସୁବିଧା ହେବାର ଆଶଙ୍କା ନାହିଁ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଓ ୟୁଏନ୍‌ ଖାଦ୍ୟ ଓ କୃଷି ସଂଗଠନ ପକ୍ଷରୁ କୁହାଯାଇଛି।

ବାର୍ଡ ଫ୍ଲୁ ଆତଙ୍କ ଖେଳିଯାଇଥିବା ବେଳେ ମାଂସ ଓ ଅଣ୍ଡା ରୋଷେଇ ସମ୍ପର୍କରେ ଏମ୍ସ ଜାରି କରିଛି ନିର୍ଦେଶନାମା। ଏହି ସମୟରେ ସାମନ୍ୟ ଖରାପ ଅଣ୍ଡା ଖାଇବା ମନା। ଯଦି ଅଣ୍ଡାର କେଶର ଖାଇବା ଉପଯୋଗୀ ବୋଲି ମନେ ହେଉନାହିଁ ତେବେ ଏହାକୁ ତୁରନ୍ତ ନଷ୍ଟ କରିବା ଆବଶ୍ୟକ। କୁକୁଡ଼ା ମାଂସ, କୁକୁଡ଼ା ଓ ବତକ ଅଣ୍ଡା ଆଦିକୁ ୭୦ ଡିଗ୍ରି ସେଲସିୟସ ତାପମାତ୍ରା ଉପରେ ଶିଝାଇବା ଦରକାର। ଅଣ୍ଡା ଓ ମାଂସ ସମ୍ପର୍କରେ ଆସିଲେ ହାଲକା ଉଷୁମ ପାଣିରେ ହାତ ୨୦ ମିନିଟ୍‌ ସଫା କରିବା ଜରୁରି ବୋଲି ଏମ୍ସ ପକ୍ଷରୁ ସୂଚନା ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.