CSK ନା KKR, କିଏ ଜିତିବ ଆଇପିଏଲ୍‌-୨୦୨୧ ଫାଇନାଲ୍‌ ? ଡେଲ୍‌ ଷ୍ଟେନ୍‌ କଲେ ଭବିଷ୍ୟବାଣୀ

Published By : Prameya-News7 Bureau | October 14, 2021 IST

ନୂଆଦିଲ୍ଲୀ ୧୪/୧୦: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ)ର ୧୪ ତମ ସିଜନ୍‌ର ଟ୍ରଫି କିଏ ଜିତିବ ତାର ଫଇସଲା ଅକ୍ଟୋବର ୧୫ରେ ଦୁବାଇର ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ହେବ। ସେଠାରେ ୩ ଥର ଚାମ୍ପିୟନ୍‌ ଚେନ୍ନାଇ ସୁପରକିଙ୍ଗସ୍‌କୁ ସାମ୍ନା କରିବ କେକେଆର। ଏମଏସ୍‌ ଧୋନୀଙ୍କ ଟିମ୍‌ ଭଲ  ସ୍ଥିତିରେ ଥିବା ବେଳେ ଟିମ୍‌ର ଟପ ଅର୍ଡର ଜବରଦସ୍ତ ଫର୍ମରେ ରହିଛି। ଅନ୍ୟପଟେ ଇଓନ ମୋର୍ଗାନଙ୍କ ଟିମ୍‌ କେକେଆର ପାଇଁ ୟୁଏଇ ଗ୍ରାଉଣ୍ଡ ଲକି ସାବ୍ୟସ୍ତ ହୋଇଛି। ସେମିଫାଇନାଲ୍‌ରେ ହାରୁ ହାରୁ କେକେଆର ଜିତିଛି। ଏସବୁ ସତ୍ବେ ଫାଇନାଲ୍‌ ମ୍ୟାଚ୍‌କୁ ନେଇ ଭବିଷ୍ୟବାଣୀ କରିଛନ୍ତି ଦକ୍ଷିଣ ଆଫ୍ରିକାର ପୂର୍ବତନ ଦ୍ରୁତ ବୋଲର ଡେଲ୍‌ ଷ୍ଟେନ୍‌।

ଷ୍ଟେନଙ୍କ ମତରେ ଚଳିତ ଆଇପିଏଲ୍‌ ଟୁର୍ଣ୍ଣାମେଣ୍ଟ ଫାଇନାଲ୍‌ ସିଏସ୍‌କେ ଜିତିବ।  ଇଏସପିଏନ୍‌ କ୍ରିକଇନଫୋ ସହ କଥା ହେଉଥିବା ବେଳେ ଡେଲ ଷ୍ଟେନ୍‌ କହିଛନ୍ତି, କେକେଆରର ସୌଭାଗ୍ୟ ଯେ ଟିମ୍‌ ଫାଇନାଲ୍‌ ପର୍ଯ୍ୟନ୍ତ ପହଞ୍ଚିପାରିଛି। କିନ୍ତୁ ଚେନ୍ନାଇ ଭଲ ଫର୍ମରେ ଥିବା ନଜର ଆସୁଛି। ମୁଁ ସବୁବେଳେ ନମ୍ବର ଗେମ୍‌ ଖେଳେ। ଏହା ବିଲକୁଲ୍‌ କାସିନୋକୁ ଯିବା ଭଳି। ଖରାପ ନିଷ୍ପତ୍ତି ଏବଂ ଇଓନ ମୋର୍ଗାନ ଏବଂ ଦିନେଶ କାର୍ତ୍ତିକଙ୍କ ଫର୍ମ କେକେଆର ପାଇଁ ଘାତକ ହୋଇପାରେ। ସେମିଫାଇନାଲ୍‌ରେ ସେମିତି ହୋଇଥିଲା କିନ୍ତୁ କେକେଆର ଜିତିଯାଇଛି। ପୁଣି ଏମିତି ମାହୋଲ୍‌ ଫାଇନାଲରେ ଦେଖିବାକୁ ମିଳିପାରେ ବୋଲି ସେ କହିଛନ୍ତି।

ଏହା ସହ ସିଏସକେକୁ ପ୍ରଶଂସା କରି ଷ୍ଟେନ୍‌ କହିଛନ୍ତି, ‘ସିଏସ୍‌କେ ସ୍ଥିର ଲକ୍ଷ୍ୟ ସହ ଭଲ ଫର୍ମରେ ଥିବା ଦେଖିବାକୁ ମିଳୁଛି। ସେମାନଙ୍କୁ ଦେଖି ଏମିତି ଲାଗୁଛି ଯେ ସେମାନେ ଭଲ ଦିଗରେ ଗତି କରୁଛନ୍ତି। ଧୋନୀ ଟିମ୍‌ର ଅଧିନାୟକ ଭାବେ ବହୁତ ଭଲ କାମ କରୁଛନ୍ତି। ତାଙ୍କର ବ୍ୟାଟ୍ସମ୍ୟାନ୍‌ ମଧ୍ୟ ଭଲ ଖେଳୁଛନ୍ତି। ମୋତେ ଲାଗୁଛି କେକେଆର ନିଜଠୁ ଅଧିକ ଭଲ ଟିମ୍‌ ସହ ଫାଇନାଲ୍‌ରେ ମୁକାବିଲା କରିବ।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.