Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

ୟୁରୋପରେ କରୋନାର ‘ଡେଲ୍ଟା’ ଭେରିଏଣ୍ଟ ପ୍ରସାର ନେଇ ଚେତବନୀ ଜାରି କଲେ WHO

10/06/2021 at 8:57 PM

ଜେନେଭା : କରୋନା ଭାଇରସ ମହାମାରୀର ବିଭିନ୍ନ ଷ୍ଟ୍ରେନ ଏବେ ବିଶ୍ୱକୁ ଆତଙ୍କିତ କରି ରଖିଛି। ଏଥିରେ ବ୍ୟାପୁଥିବା ‘ଡେଲ୍ଟା’ ଭେରିଏଣ୍ଟ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ଭୂତାଣୁର ଏହି ପ୍ରକାର ଉଚ୍ଚ ସଂକ୍ରାମକ ହୋଇଥିବା ବେଳେ ଖୁବ୍ ଶୀଘ୍ର ଅନେକ ଲୋକଙ୍କୁ ବ୍ୟାପିଯାଉଛି। ଏଣୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ) ଭେରିଏଣ୍ଟ ଲାଗି ୟୁରୋପକୁ ଚେତାବନୀ ଜାରି କରିଛନ୍ତି। ଡବ୍ଲୁଏଚଓଙ୍କ ଡା.ହଂସ କ୍ଲୁଗୋ ଟିକା କାମ ନ କରିବା ଏହି ଭୂତାଣୁ ଭେରିଏଣ୍ଟର ଲକ୍ଷଣ ବୋଲି ଗୁରୁବାର କହିଛନ୍ତି। ଏଣୁ କୋଭିଡ କଟକଣାରେ ଢିଲା କରୁଥିଲେ ନିଶ୍ଚିତ ସତର୍କତା ଅବଲମ୍ବନ କରନ୍ତୁ ବୋଲି କହିଛନ୍ତି।

ସଂକ୍ରମଣ ହ୍ରାସ ପରେ ଅନେକ ଦେଶ ଏବେ କୋଭିଡ କଟକଣା କୋହଳ କରିବାକୁ ବିଚାର କରୁଛନ୍ତି। ଏଥିରେ ସାମାଜିକ କାର୍ଯ୍ୟକ୍ରମ ଲାଗି ଅନୁମତି ସମେତ ସୀମାପାର ଯାତ୍ରା ମଧ୍ୟ ଅନୁମତି ଦେଇପାରନ୍ତି। ଏଥିରେ ଡେଲ୍ଟା ଭେରିଏଣ୍ଟ ଚିନ୍ତାଜନକ ସାବ୍ୟସ୍ତ ହୋଇପାରେ ବୋଲି ଡବ୍ଲୁଏଚଓ ସତର୍କ କରିଛନ୍ତି। ଡବ୍ଲୁଏଚଓଙ୍କ ୟୁରୋପ କ୍ଷେତ୍ରୀୟ ନିର୍ଦ୍ଦେଶକ ଗତ ଗ୍ରୀଷ୍ମ ଋତୁରେ  କରୋନା ପ୍ରଥମେ ଯୁବ ବର୍ଗରେ ବ୍ୟାପିବାରେ ଲାଗିଥିଲା ବୋଲି କହିଛନ୍ତି। ଯାହା କ୍ରମେ ଅନ୍ୟ ଆୟୁ ବର୍ଗର ଲୋକଙ୍କୁ ମଧ୍ୟ ସଂକ୍ରମିତ କରିଥିଲା। ଫଳରେ ୟୁରୋପରେ କରୋନାର ପ୍ରକୋପ ଶୀର୍ଷରେ ପହଞ୍ଚିଥିଲା।

ଡା. କ୍ଲୁଗ କହିଛନ୍ତି ଯେ କୋଭିଡ-୧୯ ସଂକ୍ରମଣ ବୃଦ୍ଧି ଯୋଗୁ ୨୦୨୦  ଗ୍ରୀଷ୍ମ ଓ ଶୀତ ଋତୁରେ ମୃତ୍ୟୁ ହାର ମଧ୍ୟ ବୃଦ୍ଧି ହୋଇଥିଲା। ଏଣୁ ଲକଡାଉନ କରିବାକୁ ପଡିଥିଲା। ଏଣୁ ଆମେ ପୁଣି ସେହିପରି ଭୁଲର ପୁନରାବୃତ୍ତି ଯେପରି ନ କରେ ସେଥିପ୍ରତି ଯତ୍ନବାନ ହେବାକୁ ପଡିବ ବୋଲି ସେ କହିଛନ୍ତି। ଏହାର ଅର୍ଥ ନୁହେଁ ଲୋକେ ଘରୁ ବାହାରି ବୁଲାବୁଲି କରିପାରିବେନି, ହେଲେ ଯାତ୍ରୀଙ୍କ କ୍ଷେତ୍ରରେ ବିଶେଷ ସତର୍କତା ଅବଲମ୍ବନ  କରିବାକୁ ପରାମର୍ଶ ଦେଇଛନ୍ତି।   

   Related Posts