Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନାକରେ ବୁଷ୍ଟର ଡୋଜ୍ ପରୀକ୍ଷଣକୁ ଡିସିଜିଆଇର ମଞ୍ଜୁରୀ, ଭାରତ ବାୟୋଟେକ୍ କରିବ କ୍ଲିନିକଲ ଟ୍ରାଏଲ
  • ||
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୬୦କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦୫୭ କୋଭିଡ୍ ପଜିଟିଭ୍, ୧୨୩୬୨୨୬ରେ ପହଞ୍ଚିଲା ସଂଖ୍ୟା
  • ||
  • ପାକିସ୍ତାନ: ବଲୁଚିସ୍ତାନ ଚେକ୍ ପୋଷ୍ଟ ଉପରେ ଆତଙ୍କୀ ହମଲା, ୧୦ ସୈନିକଙ୍କ ମୃତ୍ୟୁ
  • ||
  • ରାଉରକେଲା : ଭିଜିଲାନ୍ସ ଜାଲରେ ଲ୍ୟାମ୍ପ୍ସ ଏମ୍‌ଡି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଭି. ଅନନ୍ତ ନାଗେଶ୍ୱରନ ହେବେ ଭାରତର ଆଗାମୀ ମୁଖ୍ୟ ଆର୍ଥିକ ପରାମର୍ଶଦାତା, ଅତିଶୀଘ୍ର ଘୋଷଣା କରିପାରନ୍ତି ସରକାର
  • ||
  • ସୋର : ଦେଶୀ ମଦ ଦୋକାନରେ ପଶି କର୍ମଚାରୀଙ୍କୁ କଟୁରୀରେ ହାଣିଲେ ଦୁର୍ବୃତ୍ତ, ଛଡାଇନେଲେ ୭୦ହଜାର ଟଙ୍କା
  • ||
  • କଣ୍ଟାବାଞ୍ଜି : ଚାଲାଣ ବେଳେ ୧୪ ଶ୍ରମିକ ଉଦ୍ଧାର, ଷ୍ଟେସନ ଯିବା ବାଟରେ ଧରିଲା ପୋଲିସ
  • ||
  • ରାଜ୍ୟରେ ୩ ଦିନ ଯାଏଁ ହାଡଭଙ୍ଗା ଶୀତ, ୬ ଜିଲ୍ଲା ବେଶୀ ଥରିବ
  • ||

କାମରେ ଆସିଲା ଭାରତର ଚାପ ପ୍ରୟୋଗ, ପୁଣି ଥରେ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ର ପରୀକ୍ଷଣ ଆରମ୍ଭ କଲା WHO

5/06/2020 at 6:24 PM

ଜିନେଭା/ନୂଆଦିଲ୍ଲୀ ୦୫।୦୬: କରୋନା ଭୂତାଣୁ ଚିକିତ୍ସାରେ ଅନେକ ଦେଶରେ ପ୍ରଭାବଶାଳୀ  ରହିଥିବା ଔଷଧ ହାଇଡ୍ରୋକ୍ସିକ୍ଲୋରୋକୁଇନକୁ ନେଇ ଭାରତର ପ୍ରୟାସ ସଫଳ ହୋଇଛି। ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ(WHO) କରୋନାର ଚିକିତ୍ସାରେ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ଔଷଧକୁ ଟ୍ରାଏଲ ଭାବେ ପୁଣି ଥରେ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି। ବୁଧବାର ଡବ୍ଲ୍ୟୁଏଚଓର ପ୍ରମୁଖ ଟେଡ୍ରୋସ୍‌ ଏଡନ, ଗେବରେୟେସସ କହିଛନ୍ତି ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ର ଟ୍ରାଏଲ ପୁଣି ଥରେ ଆରମ୍ଭ କରାଯିବ। ଏହା  ପୂର୍ବରୁ ଡବ୍ଲ୍ୟୁଏଚଓ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ର ଟ୍ରାଏଲ ରୋକି ଦେଇଥିଲା। ସଂଗଠନ ଦାବି କରିଥଲା ଯେ, ଏଥିରେ ସ୍ଵାସ୍ଥ୍ୟର କ୍ଷତି ଘଟିପାରେ।

ସୂଚନାଯୋଗ୍ୟ, କିଛି ଦିନ ପୂର୍ବେ ସାଇନ୍ସ ମ୍ୟାଗ୍‌ଜିନ୍ ଲାସେଣ୍ଟର ଏକ ଅଧ୍ୟୟନ ପ୍ରକାଶିତ ହୋଇଥିଲା। ଏଥିରେ କୁହାଯାଇଥଲା ଯେ,  ହାଇଡ୍ରୋକ୍ଲୋରୋକୁଇନ୍ ଔଷଧ କରୋନା ଚିକିତ୍ସାରେ ପ୍ରଭାବଶାଳୀ ନୁହେଁ ଏବଂ ଏଥିରେ ପାର୍ଶ୍ଵ ପ୍ରତିକ୍ରିୟା ମଧ୍ୟ ରହିଛି। ମାତ୍ର ଆଜି ଲାସେଣ୍ଟ ନିଜର ଏହି ଲେଖାକୁ ପ୍ରତ୍ୟାହାର କରି ନେଇଛି। ଲାସେଣ୍ଟରେ ଛପିଥିବା ଖବର ପରେ ଡବ୍ଲ୍ୟୁଏଚଓ ଏହାର କ୍ଲିନିକାଲ ପରୀକ୍ଷଣ ବନ୍ଦ କରି ଦେଇଥିଲା। ଡବ୍ଲ୍ୟୁଏଚଓର ଏହି ନିଷ୍ପତ୍ତିକୁ ଭାରତ ଏହାର ତୀବ୍ର ବିରୋଧ କରିଥିଲା। ଭାରତୀୟ ବୈଜ୍ଞାନିକ ଏହାର ବିରୋଧ କରି ଡବ୍ଲ୍ୟୁଏଚଓକୁ ଚିଠି ଲେଖିଥିଲେ ଯେ, ଯେବେ ଲାସେଣ୍ଟ ନିଜର ଏହି ଲେଖାକୁ ପ୍ରତ୍ୟାହାର କଲେ ତେବେ ଯାଇ ଡବ୍ଲ୍ୟୁଏଚଓ ହାଇଡ୍ରୋକ୍ଲୋରୋକୁଇନ୍‌ର କ୍ଲିନିକାଲ ପରୀକ୍ଷଣ ଆରମ୍ଭ କରିଛି।

ଏକ ସାମ୍ବାଦିକ ସମ୍ମିଳନୀରେ ଟେଡ୍ରୋସ୍ କହିଛନ୍ତି, ଗତ ସପ୍ତାହରେ ଏଗ୍‌ଜିକ୍ୟୁଟିଭ୍ ଅଫ ସଲିଡେରିଟି ଟ୍ରାଏଲ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ର ଟ୍ରାଏଲ ଉପରେ ଅସ୍ଥାୟୀ ରୋକ୍ ଲଗାଇବାକୁ ନିଷ୍ପତ୍ତି ନିଆଯାଇଥିଲା. କାରଣ ଏହି ଔଷଧରେ ସ୍ଵାସ୍ଥ୍ୟ ପ୍ରତି କୁପ୍ରଭାବ ପଡିବାର ଆଶଙ୍କା ଥିଲା। ସୁରକ୍ଷା ଡାଟା ସମୀକ୍ଷା କରିବା ପରେ ପ୍ରତିଷେଧମୂଳକ ଭାବେ ଏହି ପଦକ୍ଷେପ ନିଆଯାଇଥିଲା।

ସେ କହିଛନ୍ତି, ଉପଲବ୍ଧ ମୃତ୍ୟୁ ତଥ୍ୟକୁ ଦେଖି କମିଟି ପୂର୍ବରୁ ଟ୍ରାଏଲ ହୋଇଥିବା ସୁପାରିଶରେ କୌଣସି ପ୍ରକାରର ପରିବର୍ତ୍ତନ ହେବାର ଆବଶ୍ୟକତା ନାହିଁ। ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ସହିତ ଅନ୍ୟ ସମସ୍ତ ଟ୍ରାଏଲ ଜାରି ରଖାଯିବ। ଉଲ୍ଲେଖଯୋଗ୍ୟ, ହାଇଡ୍ରୋକ୍ସିକ୍ଲୋରୋକୁଇନ୍ର ଉତ୍ପାଦନ କରୁଥିବା ସବୁଠୁ ଅଧିକ କମ୍ପାନୀ ଭାରତରେ ରହିଛି। ଏହାର ବ୍ୟବହାର ସାଧାରଣତଃ ମାଲେରିଆ ଚିକିତ୍ସାରେ ଉପଯୋଗ କରାଯାଏ।

   Related Posts