କରୋନା ଡେଲ୍ଟା ଭାରିଏଣ୍ଟକୁ ନେଇ ସତର୍କ କଲେ WHO, କହିଲେ ଟିକା ନେଇଥିଲେ ବି ରୁହନ୍ତୁ ସାବଧାନ

Published By : Prameya-News7 Bureau | June 26, 2021 IST

ଜେନେଭା ୨୬।୬: କରୋନା ଭାଇରସ ମହାମାରୀର ନୂଆ ପ୍ରକାର ଡେଲ୍ଟା ଏବେ ବିଶ୍ୱକୁ ସଞ୍ଚରିବାରେ ଲାଗିଛି। ଏହାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ) ଉଦବେଗ ପ୍ରକାଶ କରିବା ସହ ଲୋକଙ୍କୁ ଭୂତାଣୁ ନେଇ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି। ଏଥିରେ ଯେଉଁମାନେ କରୋନାର ଦୁଇଟି ଜାକ ଟିକା ନେଇଛନ୍ତି ସେମାନେ ମଧ୍ୟ ଫେସ୍‌ ମାସ୍କ ପିନ୍ଧିବାକୁ ଓ ଅତ୍ୟାଧିକ ସତର୍କତା ଅବଲମ୍ବନ କରିବାକୁ ଡବ୍ଲୁଏଚଓ ନିବେଦନ କରିଛନ୍ତି।

{"id":471680,"sizeSlug":"large","linkDestination":"none"}

କରୋନାର ଡେଲ୍ଟା ଭାରିଏଣ୍ଟ ପ୍ରସାରଣ ରୋକିବା ଲାଗି ସୋସିଆଲ ଡିଷ୍ଟାନସିଂ, ମାସ୍କ ପିନ୍ଧିବା ଓ ଅନ୍ୟ ସୁରକ୍ଷା ସତର୍କତା ଅବଲମ୍ବନ କରିବା ନିତ୍ୟାନ୍ତ ଜରୁରି ବୋଲି ଡବ୍ଲୁଏଚଓ କହିଛନ୍ତି। ଲୋକେ ଟିକା ନେଇସାରିଛନ୍ତି ବୋଲି ନିଜକୁ ସୁରକ୍ଷିତ ଭାବିବା ଭୁଲ ବୋଲି ଡବ୍ଲୁଏଚଓ ଅଧିକାରୀ ମାରିୟାଂଗେଲା ସିମାଓ କହିଛନ୍ତି। ଲୋକେ ଏବେବି ଭୂତାଣୁ କବଳରୁ ନିଜକୁ ସୁରକ୍ଷିତ ରଖିବା ଜରୁରି, କେବଳ ଭାକ୍ସିନ ଦ୍ୱାରା ସୋସିଆଲ ଟ୍ରାନ୍ସମିସନ ରୋକିବା ସମ୍ଭବ ନୁହେଁ ବୋଲି ସେ ସତର୍କ କରାଇଛନ୍ତି। ଲୋକଙ୍କୁ ମାସ୍କ ପିନ୍ଧିବାକୁ ହେବ ଓ ଖୋଲା ପବନ ବହୁଥିବା ସ୍ଥାନରେ ରହିବାକୁ ହେବ ସାଙ୍ଗକୁ ଭିଡରୁ ଦୂରେଇ ରହିବା ସହ ବାରମ୍ବାର ହାତ ଧୋଇବା ନିତ୍ୟାନ୍ତ ଜରୁରି ବୋଲି ସେ କହିଛନ୍ତି।

{"id":471681,"width":840,"height":375,"sizeSlug":"large","linkDestination":"none"}

କରୋନାର ଡେଲ୍ଟା ଭାରିଏଣ୍ଟ ସର୍ବ ପ୍ରଥମେ ଭାରତରେ ଠାବ ହୋଇଥିଲା। ଏବେ ବିଶ୍ୱର ୮୫ଟି ଦେଶରେ ଭୂତାଣୁର ଏହି ନୂଆ ପ୍ରକାର ପ୍ରକୋପ କରୁଛି। ବିଶ୍ୱରେ ଅନେକ ଲୋକେ ଏବେବି ଟିକାରୁ ବଞ୍ଚିତ ଅଛନ୍ତି। ଏଥିରେ ଯେଉଁମାନଙ୍କୁ ଟିକା ମିଳିସାରିଛି ସେମାନେ ଭୂତାଣୁ ସଂକ୍ରମଣରୁ ନିଜେ ନିଜକୁ ରକ୍ଷା କରନ୍ତୁ ବୋଲି ଡବ୍ଲୁଏଚଓ ଅଧିକାରୀ ପ୍ରେସବ୍ରିଫିଙ୍ଗରେ କହିଛନ୍ତି।  

{"id":471682,"sizeSlug":"large","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.