Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ନନ୍ଦନକାନନରେ ଧଳା ବାଘ ସଂଖ୍ୟା ବୃଦ୍ଧି ପାଇଁ କର୍ତ୍ତୃପକ୍ଷଙ୍କ ପ୍ରୟାସ, ଆସନ୍ତା ସପ୍ତାହରେ ପ୍ରଥମ ଥର ମା’ ହେବ ଧଳାବାଘୁଣୀ ମୌସୁମୀ

22/10/2021 at 5:50 PM

ବାରଙ୍ଗ ୨୨।୧୦: ଦିନ ଥିଲା ଧଳା ବାଘ ସୃଷ୍ଟି କରି ସାରା ବିଶ୍ବରେ ପ୍ରସିଦ୍ଧି ଲାଭ କରିଥିଲା ନନ୍ଦନକାନନ । ଏବେ ସେହି ନନ୍ଦନକାନନରେ ପର୍ଯ୍ୟଟକ ଧଳା ବାଘ ଦେଖିବା ପାଇଁ ଖୋଜି ଖୋଜି ବେଦମ୍ ହେଉଛନ୍ତି । ବାରମ୍ବାର ଅଭିଯୋଗ ପରେ ଏବେ ନନ୍ଦନକାନନ କର୍ତ୍ତୃପକ୍ଷ ଧଳା ବାଘ ସୃଷ୍ଟି ଆଶାରେ, ସମସ୍ତ କୌଶଳ ପ୍ରୟୋଗ କରିଛନ୍ତି । ପ୍ରଥମ ଥର ଧଳା ବାଘ ସାହିଲ ସହିତ ଧଳା ବାଘୁଣୀ ମୌସୁମୀର ମିଳନ ହୋଇଛି । ଆସନ୍ତା ସପ୍ତାହରେ ଧଳାବାଘୁଣୀ ମୌସୁମୀ ପ୍ରଥମ ଥର ମା’ ହେବା ନେଇ କର୍ତ୍ତୃପକ୍ଷ ସଜାଗ ରହିଛନ୍ତି । 

ନନ୍ଦନକାନନରେ ପ୍ରଥମ କରି ୧୯୮୦ ଜାନୁଆରୀ ୮ ତାରିଖରେ ସାଧାରଣ ରଙ୍ଗର ମହାବଳ ବାଘ ଦୀପକ ଓ ଗାଙ୍ଗା ମିଳନରେ, ଦେବବ୍ରତ୍ତ, ଅଳକା ଏବଂ ନନ୍ଦ ନାମକ ତିନୋଟି ଧଳା ରଙ୍ଗର ସାବକ ଜନ୍ମ ହୋଇଥିଲେ । ବିଶ୍ବ ଚିଡିଆଖାନ ଜଗତରେ ଏହା ସେତେବେଳେ ପ୍ରଥମ ଘଟଣା  ଭାବେ ଗ୍ରହଣ ହୋଇଥିଲା  । ଯାହାକୁ ନେଇ ନନ୍ଦନକାନନ କର୍ତ୍ତୃପକ୍ଷ ସହିତ କେନ୍ଦ୍ରୀୟ ଚିଡିଆଖାନା କର୍ତ୍ତୃପକ୍ଷ ଗର୍ବିତ ଆନନ୍ଦିତ ହୋଇ ପଡିଥିଲେ । ଏଠାରେ ଧଳା ବାଘ ବାରମ୍ବାର ବଂଶ ବିସ୍ତାର କରିବା ପାଇଁ କେନ୍ଦ୍ରୀୟ ଚିଡିଆଖାନା କର୍ତ୍ତୃପକ୍ଷ ବିଶେଷ ପ୍ରୋତ୍ସାହିତ କରିଥିଲା । ବଂଶ ବିସ୍ତାର ସଫଳ ହେବା ପରେ ଏଠାରୁ ବିଭିନ୍ନ ରାଜ୍ୟ ସମେତ ବିଦେଶକୁ ଧଳା ବାଘ ରପ୍ତାନୀ କରାଯାଇ, ବଦଳରେ ବହୁ ମୂଲ୍ୟବାନ ବିରଳ ଜୀବ ଜନ୍ତୁ ନନ୍ଦନକାନନ ଅଣାଯାଇଥିଲା । ଏବେ ବିଶ୍ବରେ ଅନେକ ସ୍ଥାନରେ ଧଳାବାଘ ସୃଷ୍ଟି ହେଉଥିବା ବେଳେ ନନ୍ଦନକାନନରେ ଏହାର ସଂଖ୍ୟା ବ୍ୟାପକ ହ୍ରାସ ପାଇଛି । ଏପରି କି ପର୍ଯ୍ୟଟକମାନେ ଗୋଟିଏ ଦୁଇଟି ଧଳା ବାଘ ଦେଖିବାକୁ ପାଉନାହାନ୍ତି । ଏବେ ନନ୍ଦନକାନନରେ ମୋଟ୍ ୨୫ଟି ବାଘ ରହିଥିବା ବେଳେ ସେଥିରେ ମାତ୍ର ୬ଟି ଧଳା ବାଘ ରହିଛନ୍ତି । ଏମାନଙ୍କ ମଧ୍ୟରୁ ଧଳାବାଘ ସମ୍ରାଟ, ସାହିଲ, ସ୍ନେହା ପର୍ଯ୍ୟଟକଙ୍କୁ ଖୁଆଡରେ ରଖାଯାଇ ଥିବାବେଳେ ଏମାନଙ୍କୁ ପର୍ଯ୍ୟଟକ ଦେଖିବା ସମ୍ଭବ ହେଉନାହିଁ । ଧଳା ବାଘ ଦେଖି ନପାରି ନିରାଶ ହେଉଛନ୍ତି ପର୍ଯ୍ୟଟକ । ବାରମ୍ବାର ଅଭିଯୋଗ ପରେ ଧଳା ବାଘ ସୃଷ୍ଟି ପାଇଁ ଏବେ କର୍ତ୍ତୃପକ୍ଷ ସଜାଗ ହୋଇଛନ୍ତି । 

ନନ୍ଦନକାନନରେ ଧଳା ବାଘ ସୃଷ୍ଟି ପାଇଁ,  ପ୍ରଥମ କରି ଧଳା ବାଘ ସହିତ ଧଳା ବାଘୁଣୀକୁ ମିଳନ କରାଯାଇଥିଲା । ଗତ ତିନି ମାସ ତଳେ ଧଳା ବାଘ ସାହିଲ ସହିତ ଧଳା ବାଘୁଣୀ ମୌସୁମୀକୁ ମିଳନ କରିବାରେ କର୍ତ୍ତୃପକ୍ଷ ସଫଳ ହୋଇଥିଲେ ।  ଗର୍ଭ ଧାରଣର ୧୦୪ଦିନରେ ବାଘମାନେ ସାବକ ଜନ୍ମ ଦିଅନ୍ତି । ଏବେ ମୌସମୀ ଗର୍ଭଧାରଣ ୧୦୦ ଦିନ ଟପିଯାଇ ଥିବାରୁ ଆସନ୍ତା ସପ୍ତାହରେ ମୌସୁମୀ ପ୍ରଥମ ଥର ମା ହେବାକୁ ଯାଉଛି । ଧଳା ବାଘୁଣୀଠାରୁ ଧଳା ସାବକ ଜନ୍ମ ହେବା ନେଇ କର୍ତ୍ତୃପକ୍ଷ, ପର୍ଯ୍ୟଟକ ଉଭୟ ଆଶା ବ୍ୟକ୍ତ କରିଛନ୍ତି ।

   Related Posts