ନନ୍ଦନକାନନରେ ଧଳା ମହାବଳ ବାଘ ଶୁଭ୍ରାଂଶୁର ମୃତ୍ୟୁ
15/10/2019 at 10:50 AM

ଭୁବନେଶ୍ବର ୧୫।୧୦: ବିରଳ ବାଘର ମୃତ୍ୟୁ । ନନ୍ଦନକାନନରେ ଧଳାକଳା ବାଘ ‘ଶୁଭ୍ରାଂଶୁ’ ମୃତ୍ୟୁ ହୋଇଛି । ୧୪ ଦିନ ଧରି ଅସୁସ୍ଥ ଥିଲା ‘ଶୁଭ୍ରାଂଶୁ’ । ୪ ଦିନ ଧରି ଖାଦ୍ୟପେୟ ଛାଡ଼ି ଦେଇଥିଲା ‘ଶୁଭ୍ରାଂଶୁ’ । ଏହି ବାଘର ମୃତ୍ୟୁ ପରେ ନନ୍ଦନକାନନରେ ଏବେ ଆଉ ୭ଟି ଧଳାବାଘ ଅଛନ୍ତି । ରକ୍ତ ପରୀକ୍ଷା ରୁ ଶୁଭ୍ରାଂଶୁ ରକ୍ତ ସଂକ୍ରମଣ ହୋଇ ଜ୍ବର ହୋଇଥିବା ଜଣାପଡିଛି ।
ଗତ ୨୦୧୪ ଜୁଲାଇ ୨୮ ତାରିଖରେ ଜନ୍ମ ଗ୍ରହଣ କରିଥିଲା । ବାଘ ମନିଷ ଓ ବାଘୁଣୀ ସ୍ନେହାର ମିଳନରେ ଶୁଭ୍ରାଂଶୁ ଜନ୍ମ ନେଇଥିଲା । ବାଘଟି ନନ୍ଦନକାନନ ବାଘ ସଫାରୀରେ ବୁଲାବୁଲି କରୁଥିବା ପର୍ଯ୍ୟଟକଙ୍କ ମନୋରଞ୍ଜନ କରୁଥିଲା ।
Related Posts
ଛାତ୍ରୀଙ୍କୁ ଟଣା-ଓଟରା କରୁଥିଲେ, ନିସ୍ତୁକ ପିଟିଲେ ଝିଅଘର ଲୋକ
16 April 2021