ଚିଡ଼ିଆଖାନାରେ ଧଳାବାଘକୁ ଦଂଶିଲା ଗୋଖର ସାପ : ପୋଷ୍ଟମର୍ଟମରୁ ମିଳିଲା ଆଶ୍ଚର୍ଯ୍ୟଜନକ ତଥ୍ୟ : ପଶୁମାନଙ୍କ ସୁରକ୍ଷା ଚିନ୍ତାର ବିଷୟ
30/12/2018 at 11:13 AM

ବିଲାସପୁର ୩୦/୧୨: ଛତିଶଗଡ଼ର ବିଲାସପୁର ସ୍ଥିତ କାନନ ପେଣ୍ଡାରୀ ଚିଡ଼ିଆଖାନାରେ ଏକ ବିଷାକ୍ତ ସାପ ଦଂଶନ କରିବା ଫଳରେ ଧଳାବାଘ ବିଜୟର ମୃତ୍ୟୁ ଘଟିଛି। ଚିଡ଼ିଆଖାନାର କର୍ମଚାରୀମାନେ ଏହି ବିଷୟରେ ସୂଚନା ଦେଇଛନ୍ତି। କର୍ମଚାରୀଙ୍କ କହିବା ଅନୁସାରେ ଏହି ବାଘ ବାଡ଼ ଭିତରେ ମୃତ ଅବସ୍ଥାରେ ମିଳିଛି। ବାଘର ମୃତ୍ୟୁ କିପରି ହେଲା ଏବିଷୟରେ ପତ୍ତା କରିବା ପାଇଁ ମୃତଦେହକୁ ରାୟବରେଲି ଲ୍ୟାବରେ ପଠାଯାଇଥିଲା। ପୋଷ୍ଟମର୍ଟମ ରିପୋର୍ଟ ଅନୁସାରେ ବିଜୟ ନାମକ ବାଘକୁ ଏକ ବିଷଧର ଗୋଖର ସାପ ଦଂଶନ କରିଥିଲା। ଏହି ଚିଡ଼ିଆଖାନାର କର୍ମଚାରୀମାନଙ୍କ ବିରୋଧରେ ପୂର୍ବରୁ ମଧ୍ୟ ଦେଖାଶୁଣା କରିବାରେ ଦାୟିତ୍ବହୀନତାର ଅଭିଯୋଗ ହୋଇଥିଲା। ଏବଂ ଏହି ଧଳାବାଘର ମୃତ୍ୟୁ ପରେ ପୁଣି ଥରେ ଏନେଇ ପ୍ରଶ୍ନବାଚୀ ସୃଷ୍ଟ ହୋଇଛି।
ଏହି ଧଳାବାଘକୁ ଦୁଇ ମାସ ପୂର୍ବରୁ ଦିଲ୍ଲୀରୁ ବିଳାସପୁର ଅଣାଯାଇଥିଲା। ୨୦୦୬ମସିହା ଅଗଷ୍ଟ ମାସରେ ଜନ୍ମ ହୋଇଥିବା ଧଳାବାଘ ବିଜୟକୁ ୨ବର୍ଷ ବୟସରେ ଏଠାକୁ ଅଣାଯାଇଥିଲା। ସୂଚନା ମୁତାବକ ବାଘର ମୃତ୍ୟୁ ଡିସେମ୍ବର ୨୭ତାରିଖରେ ହୋଇଯାଇଥିଲା କିନ୍ତୁ କର୍ମଚାରୀମାନେ ବିଳମ୍ବରେ ଜଣାଇଥିଲେ। ଏହା ପୂର୍ବରୁ କାନନ ପେଣ୍ଡାରୀ ଚିଡ଼ିଆଖାନା ଅତ୍ୟନ୍ତ ଚର୍ଚ୍ଚାର ପରିସରରେ ଆସିଥିଲା ଯେବେ ୨୦୧୪ମସିହାରେ ୨୨ଟି ହରିଣଙ୍କ ମୃତ୍ୟୁ ହୋଇଥିଲା। ବର୍ତ୍ତମାନ ବିଳାସପୁରର କାନନ ପେଣ୍ଡାରୀ ଚିଡ଼ିଆଖାନାର ପଶୁମାନଙ୍କର ସୁରକ୍ଷା ଚିନ୍ତାର ବିଷୟ ପାଲଟିଛି।