Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ହ୍ରଦ ନଗରୀ ଉଦୟପୁରରେ ଦେଖିବାକୁ ମିଳିଲା ଦୁର୍ଲଭ ଧଳା ସାପ, ଜାଣନ୍ତୁ କଣ ରହିଛି ବିଶେଷତ୍ୱ

7/06/2021 at 6:33 PM


ଉଦୟପୁର ୦୭/୦୬ : ରାଜସ୍ଥାନର ହ୍ରଦ ନଗରୀ ଉଦୟପୁରରେ ସୋମବାର ଦିନ ଏକ ଦୁର୍ଲଭ ଧଳା ସାପ ଦେଖିବାକୁ ମିଳିଛି । ଏହା ରେଟ୍ ସ୍ନେକ୍ ପ୍ରଜାତିର । ଏହାର ଶରୀର ସମ୍ପୂର୍ଣ୍ଣ ଧଳା । ସାଧାରଣତଃ ଏହିଭଳି ସାପ ଦେଖିବାକୁ ମିଳିନଥାଏ । ଜୀବଙ୍କ ମଧ୍ୟରେ ଲ୍ୟୁକେଜିମ (leukgym) ଯୋଗୁଁ ହୋଇଥାଏ । ଏହା ବହୁତ ଦୁର୍ଲଭ । କାରଣ ଏହିଭଳି ସାପ ବହୁତ କମ ଦେଖିବାକୁ ମିଳିଥାଏ ।

ଏହି ପ୍ରଜାତିର ସାପଙ୍କ ଶରୀରରେ ପିଗମେଣ୍ଟେସନ ନଥିବାରୁ ଏମାନଙ୍କ ପୁରା ଶରୀର ଧଳା ହୋଇଯାଇଥାଏ । ଧଳା ବାଘ, ଧଳା ପାରା, ଧଳା ହରିଣ, ଧଳା ଅଜଗର ମଧ୍ୟରେ ବି ଏହା ଦେଖିବାକୁ ମିଳିଥାଏ । କିନ୍ତୁ ସାପମାନଙ୍କ ମଧ୍ୟରେ ଏହି ମାମଲା ବହୁତ ଦୁର୍ଲଭ । ଏହିଭଳି ସାପ ଜନ୍ମ ହେଲେ ବି ବହୁତ କମ ଦିନ ବଞ୍ଚିଥାନ୍ତି । କାରଣ ଜଙ୍ଗଲରେ ଅନ୍ୟ ଜୀବଜନ୍ତୁଙ୍କ ଠାରୁ ନିଜକୁ ଲୁଚାଇବାକୁ ଏମାନଙ୍କ ପାଖରେ ପ୍ରାକୃତିକ ରଙ୍ଗ ନଥାଏ । ଅନ୍ୟ ସାପମାନେ ନିଜର ପ୍ରାକୃତିକ ରଙ୍ଗ କାରଣରୁ ଜଙ୍ଗଲରେ ଆରାମରେ ରୁହନ୍ତି ଓ ଶିକାରୀଙ୍କ ଠାରୁ ନିଜକୁ ରକ୍ଷା କରିଥାନ୍ତି । ଏମାନଙ୍କ ରଙ୍ଗ ସମ୍ପୂର୍ଣ୍ଣ ଧଳା ହୋଇଥିବାରୁ ଏମାନେ ଶୀଘ୍ର ନଜର ଆସନ୍ତି ।

ଉଦୟପୁରରେ ସୋମବାର ଦିନ ଧର୍ମେନ୍ଦ୍ର ପାଣିଗର ନାମକ ଜଣେ ବ୍ୟକ୍ତି ଦେଖିଥିଲେ । ଦେଖିବାପରେ ସେ ସାପକୁ ଜଙ୍ଗଲକୁ ଯିବାକୁ ଦେଇଥିଲେ । ଉଦୟପୁରର ବନ୍ୟଜୀବ ପ୍ରେମୀ ଅନିଲ ରୋଜର କହିଛନ୍ତି ଯେ ଏହିଭଳି ସାପ ବହୁତ ଦୁର୍ଲଭ । ଗତ ଫେବୃଆରୀରେ ଜୟପୁରରେ ଏକ ଧଳା ରଙ୍ଗର କୋବ୍ରା ସାପ ଦେଖିବାକୁ ମିଳିଥିଲା । ତାକୁ ଉଦ୍ଧାର କରି ଜଙ୍ଗଲରେ ଛାଡି ଦିଆଯାଇଥିଲା ।

   Related Posts