Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାଞ୍ଚଳ ଆରଡିସି ଭାବେ ଅନୀଲ ସାମଲଙ୍କୁ ଉତ୍ତରାଞ୍ଚଳ ଆରଡିସି(“ସମ୍ବଲପୁର) ଦାୟିତ୍ଵ
  • ||
  • ଫରେଷ୍ଟ ଗାର୍ଡଙ୍କୁ ୫ ବର୍ଷ ଜେଲ, ଫୁଲଵାଣୀ ଭିଜିଲାନ୍ସ କୋର୍ଟର ଦଣ୍ଡାଦେଶ
  • ||
  • ଗ୍ରାମୀଣ ଡାକସେବାରେ ଜାଲିଆତି କରି ଲକ୍ଷାଧିକ ଟଙ୍କା ହଡ଼ପ, ପୋଷ୍ଟ ମାଷ୍ଟର ଗିରଫ
  • ||
  • ଫେବୃଆରୀ ୨ରେ ପ୍ରକାଶ ପାଇବ ସିବିଏସଇ ଦଶମ ଓ ଦ୍ବାଦଶ ପରୀକ୍ଷା ସୂଚୀ
  • ||
  • ରାସ୍ତା କାର୍ଯ୍ୟର ତଦାରଖ କଲେ ସାଂସଦ ମଞ୍ଜୁଲତା ମଣ୍ଡଳ, ପିଚୁ ଉଠିଯାଉଥିବା ନେଇ ହୋଇଥିଲା ଅଭିଯୋଗ
  • ||
  • ମୁନିଗୁଡା : ମାଲବାହୀ ଟ୍ରେନ୍‌ର ୪ଟି ବଗି ଲାଇନଚ୍ୟୁତ, ରାୟଗଡା-ଟିଟିଲାଗଡ ମଧ୍ୟରେ ରେଳ ଚଳାଚଳ ବାଧାପ୍ରାପ୍ତ
  • ||
  • ଭୁବନେଶ୍ବର : ପିପିଲି ଉପନିର୍ବାଚନ ପାଇଁ ପ୍ରତାପ ଦେବଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ବ ଦେଲା ବିଜେଡି
  • ||
  • କୋରାପୁଟ : ଘାଟିରେ ସିରିଜ୍ ଦୁର୍ଘଟଣା, ତେଲ ଟ୍ୟାଙ୍କରକୁ ପିଟିଲା ଟ୍ରକ୍, ବ୍ରେକ୍ ଫେଲ୍ ହେବାରୁ ଟ୍ରକ୍କୁ ଧକ୍କାଦେଲା ପିକଅପ୍ ଭ୍ୟାନ୍
  • ||
  • ରାଉରକେଲା : ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ଶନିବାର ରାତିରୁ ଥିଲେ ନିଖୋଜ, ହତ୍ୟା ଅଭିଯୋଗ ଆଣିଲେ ପରିବାର
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୧୩ କୋଭିଡ୍ ପଜିଟିଭ୍‌, ୩୩୪୭୮୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ସର୍ଫରଙ୍କୁ ମାରିଦେଲା ୧୦ ଫୁଟ୍ ଲମ୍ବର ବିରାଟ ଧଳା ସାର୍କ, ଲକଡାଉନ୍ ବେଳେ ସାମୁଦ୍ରିକ ଜୀବ ଏବେ ହିଂସ୍ର

7/06/2020 at 7:44 PM

ସିଡନୀ, ୦୭|୦୬: ବିଭିନ୍ନ ଦେଶରେ ଜାରି ହୋଇଥିବା ଲକଡାଉନ୍ ପାଇଁ ପଶୁପକ୍ଷୀମାନେ ଏବେ ନିର୍ଭୟରେ ବିଚରଣ କରୁଛନ୍ତି । ଜନଗହଳି କମ ହେତୁ ସାମୁଦ୍ରିକ ଜୀବମାନେ ଏବେ ସମୁଦ୍ର କୂଳକୁ ମଧ୍ୟ ଆସିଯାଉଛନ୍ତି । ତେବେ କୂଳକୁ ଆସିବା ଫଳରେ ଏହି ସାମୁଦ୍ରିକ ଜୀବମାନେ ବେଳେବେଳେ ମଣିଷଙ୍କ ପାଇଁ ଘାତକ ସାବ୍ୟସ୍ତ ହୁଏ । ଏପରି କିଛି ଦେଖିବାକୁ ମିଳିଛି ଅଷ୍ଟ୍ରେଲିଆ ଉପକୂଳରେ ।

ଜଣେ ୬୦ ବର୍ଷର ସମୁଦ୍ର ସର୍ଫର ଆକ୍ରମଣର ଶିକାର ହୋଇ ଜୀବନ ହାରିଛନ୍ତି । ସେ ସମୁଦ୍ରରେ ସନ୍ତରଣ କରୁଥିବା ବେଳେ ଏକ ୧୦ ଫୁଟ ଲମ୍ବର ସାର୍କ ତାଙ୍କୁ ଆକ୍ରମଣ କରିଥିଲା । ରବିବାର ନ୍ୟୁ ସାଉଥ୍ ଓ୍ୱେଲସରେ ଏହି ଘଟଣା ସାମ୍ନାକୁ ଆସିଛି ।

ଅଷ୍ଟ୍ରେଲିଆ ସମୟ ଅନୁସାରେ, ରବିବାର ସକାଳ ୧୦ଟାରେ ବ୍ୟକ୍ତିଜଣଙ୍କ ଜଳକ୍ରୀଡା କରିବାକୁ ଓ୍ୱେଲସ୍ ଗୋଲ୍ଡ୍ କଷ୍ଟ୍ ସମୁଦ୍ରକୁ ଯାଇଥିଲେ । କିଛି ସମୟ ପରେ ସେ ସର୍ଫିଂ ବେଳେ ସମୁଦ୍ରର ସାମାନ୍ୟ ଭିତରକୁ ଚାଲିଯାଇଥିଲେ । ସେହି ସମୟରେ ତାଙ୍କୁ ଏକ ସାର୍କ ଆକ୍ରମଣ କରିଥିଲା । ଏଥିରେ ତାଙ୍କ ଗୋଡରେ ଗଭୀର ଆଘାତ ଲାଗିଥିଲା । ସେ ସାର୍କର ମୁକାବିଲା କରିଥିଲେ ମଧ୍ୟ ସଫଳ ହୋଇନଥିଲେ । ଏପରିକି ତାଙ୍କର ଆଉ କିଛି ସହଯୋଗୀ ତାଙ୍କୁ ଉଦ୍ଧାର କରି କୂଳକୁ ଆଣିଥିଲେ ମଧ୍ୟ ତାଙ୍କ ଜୀବନ ରକ୍ଷା କରିପାରି ନଥିଲେ । ଫଳରେ ତାଙ୍କର ସମୁଦ୍ର କୂଳରେ ହିଁ ମୃତ୍ୟୁ ଘଟିଥିଲା ।

ମୃତକଙ୍କ ସହଯୋଗୀ ତଥା ସଲ୍ଟ୍ ସର୍ଫ୍ ଲାଇଫର ମେମ୍ବର  ଜେମସ୍ ଓଏନ୍ କହିଛନ୍ତି ଯେ, ପୂର୍ବରୁ ଏହି ସ୍ଥାନରେ ଏପରି କୌଣସି ସାର୍କ ଆକ୍ରମଣ ଘଟଣା ସାମ୍ନାକୁ ଆସିନାହିଁ । ଏତେ ବଡ ସାର୍କ ମଧ୍ୟ ଏଠାରେ ଦେଖିବାକୁ ମିଳେନାହିଁ ।

   Related Posts