Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||
  • ସାଲେପୁର : ଟ୍ରକକୁ ଧକ୍କାଦେଲା ଆଉ ଏକ ଟ୍ରକ, ଜଣେ ମୃତ
  • ||

ସଫା ଚାଉଳର ଭାତ ଡାଇବେଟିସ୍‌ର କାରଣ, ଦକ୍ଷିଣ ଏସିଆରେ ବିପଦ ଅଧିକ: ୧୦ ବର୍ଷର ଗବେଷଣାରୁ ମିଳିଲା ଗୁରୁତ୍ବପୂର୍ଣ୍ଣ ତଥ୍ୟ

6/09/2020 at 7:19 PM

ବେଙ୍ଗାଲୁରୁ ୦୬/୦୯:  ସଫା ଚାଉଳର ଭାତ(ସଫା ଭାତ) ଡାଇବେଟିସ୍‌ର କାରଣ ।  ବିଶେଷ କରି ଦକ୍ଷିଣ ଏସିଆ ଦେଶଗୁଡ଼ିକରେ ଏହାର ବିପଦ ଅଧିକ । ୨୧ଟି ଦେଶରେ ୧,୩୦,୦୦୦ ବୟସ୍କ ବ୍ୟକ୍ତିଙ୍କୁ  ନେଇ କରାଯାଇଥିବା ଗବେଷଣାରୁ ଏଭଳି ଭୟଙ୍କର ତଥ୍ୟ ସାମ୍ନାକୁ  ଆସିଛି ।

ଭାରତ, ବ୍ରାଜିଲ, ଚୀନ ଭଳି ଦେଶର ଗବେଷକମାନେ ଏସିଆ, ଆଫ୍ରିକା, ଆମେରିକା ଓ ୟୁରୋପରେ ୧୦ ବର୍ଷ ଧରି ଗବେଷଣା କରି ଏଭଳି ତଥ୍ୟ ଦେଇଛନ୍ତି। ଭାବାଧରିଣୀ ବାଲାଜୀଙ୍କ ନେତୃତ୍ବରେ ଗଠିତ ଟିମ୍ ପ୍ରସ୍ତୁତ କରିଥିବା ତଥ୍ୟ ଡାଇବେଟିସ୍‌ କେୟାର ଜର୍ଣ୍ଣାଲରେ ସେପ୍ଟେମ୍ବର ସଂସ୍କରଣରେ ପ୍ରକାଶ ପାଇଛି ।

ସଫା ଚାଉଳର ଭାତ ଓ ଡାଇବେଟିସ୍‌


ଧାନରୁ ୩ଟି ସ୍ତର ବାହର କରିବା ପରେ ଧଳା ରଙ୍ଗର ଚାଉଳ ପ୍ରସ୍ତୁତ ହୋଇଥାଏ । ମିଲ୍‌ ମାଧ୍ୟମରେ ଏହି ଚାଉଳକୁ ପଲିସ୍‌ କରିବା ଦ୍ବାରା ଏଥିରୁ ଭିଟାମିନ୍‌—ବି ନଷ୍ଟ ହୋଇଥାଏ । ଧଳା ବା ସଫା ଚାଉଳ ଖାଇବା ଦ୍ବାରା ଏସିଆରେ ବେରିବେରି ବ୍ୟାପିଥିଲା ଯାହାକି ଭିଟାମିନ୍‌ ବି-୧ ଅଭାବରୁ ହୋଇଥାଏ । ଏହାସହ ଅଧିକ ଖାଇବା ଦ୍ବାରା ରକ୍ତରେ ସୁଗାର ସ୍ତର ବୃଦ୍ଧି ପାଉଥିବା ଜଣାପଡ଼ିଥିଲା । ଏବେ ବିଶ୍ବରେ ୪୨.୫ କୋଟି ଲୋକ ଡାଇବେଟିସ୍‌ରେ ପୀଡ଼ିତ । ୨୦୪୫ ସୁଦ୍ଧା ଏହି ସଂଖ୍ୟା ୬୨.୯ କୋଟିରେ ପହଞ୍ଚିବ ବୋଲି ଅନ୍ତର୍ଜାତୀୟ ଡାଇବେଟିସ୍‌ ଫେଡ୍ରେସନ୍‌ ପକ୍ଷରୁ ସୂଚନା ମିଳିଛି ।

ପ୍ରଥମେ ୨୦୧୨ରେ ପ୍ରକାଶ ପାଇଥିବା ତଥ୍ୟ ଅନୁସାରେ ଅଧିକ ସଫା ଚାଉଳର ଭାତ ଖାଇଲେ ଡାଇବେଟିସ୍‌ର ଆଶଙ୍କା ୧୧ ପ୍ରତିଶତ ବୃଦ୍ଧି ପାଇବ । କିନ୍ତୁ ପରବର୍ତ୍ତୀ ସମୟରେ ବିଭିନ୍ନ ଦେଶରେ ହୋଇଥିବା ସର୍ଭେ ଅନୁସାରେ ଏହା ଭୁଲ ବୋଲି ପ୍ରମାଣିତ ହୋଇଥିଲା । ସିଙ୍ଗାପୋରରେ ୪୫ ହଜାର ଅଂଶଗ୍ରହଣକାରୀଙ୍କୁ ଭାତ ଖାଇବା ଦ୍ବାରା ଡାଇବେଟିସ୍‌ ହୋଇନଥିବା ଜଣାପଡ଼ିଥିଲା ।

ତେଣୁ ଗବେଷକ ଡାଇବେଟିସ୍‌ର କାରଣ ଜାଣିବା ପାଇଁ ପୁଣି ୨୧ ଦେଶରେ ଗବେଷଣା ଆରମ୍ଭ କରିଥିଲେ । ୨୧ଟି ଦେଶ-ଆର୍ଜେଣ୍ଟିନା, ବାଂଲାଦେଶ, ବ୍ରାଜିଲ, କାନାଡା, ଚିଲି, ଚୀନ, କଲୋମ୍ବିଆ, ଭାରତ, ଇରାନ, ମାଲେସିଆ, ପାଲେସ୍ତିଆନ, ପାକିସ୍ତାନ, ଫିଲିପାଇନ୍ସ, ପୋଲାଣ୍ଡ, ସାଉଥ ଆଫ୍ରିକା, ସାଉଦି ଆରବ, ସ୍ବେଡନ୍, ତାଞ୍ଜାନିଆ, ତୁର୍କୀ, ୟୁଏଇ ଓ ଜିମ୍ବାଓ୍ବେ । ଏହିସବୁ ଦେଶରେ ଗବେଷଣା ପରେ ଜଣାପଡ଼ିଲା ସଫା ଚାଉଳର ଭାତ ଖାଇବା ଦ୍ବାରା ଦକ୍ଷିଣ ଏସିଆ ଦେଶର ଲୋକଙ୍କୁ ଡାଇବେଟିସ୍‌ ହେବାର ବିପଦ ଅଧିକ ରହିଛି । ଏହାସହ ସେମାନଙ୍କ ଜୀବନଶୈଳୀ ଓ ଜୈବିକ କାରଣ ବି ଡାଇବେଟିସ୍‌ର କାରଣ ।

କଣ ମିଳିଲା ତଥ୍ୟ ?
ସଫା ଚାଉଳର ଭାତ ଓ ଡାଇବେଟିସ୍‌ର ସମ୍ପର୍କ ବିଷୟରେ ଜାଣିବା ପାଇଁ ଗବେଷକ ଦକ୍ଷିଣ ଏସିଆର ଭାରତ, ବାଂଲାଦେଶ ଓ ପାକିସ୍ତାନକୁ ବାକି ବିଶ୍ବ ସହ ତୁଳନା କରିଥିଲେ । ତେବେ ୨୧ ଦେଶରେ ହୋଇଥିବା ଗବେଷଣାରେ ମୋଟ ୧୩୨୩୭୩ ଜଣଙ୍କ ମଧ୍ୟରୁ ୬,୧୨୯ ଜଣଙ୍କ ଡାଇବେଟିସ୍ ଲକ୍ଷଣ ଦେଖାଦେଇଥିଲା । ୧୫୦ ଗ୍ରାମରୁ ଅଧିକ ଚାଉଳର ଭାତ ଖାଉଥିବା ବ୍ୟକ୍ତିଙ୍କୁ ଡାଇବେଟିସ୍ ହେଉଥିବା ଜଣାପଡ଼ିଥିଲା ।

କିନ୍ତୁ ଭାରତ ଓ ଚୀନ ଭଳି ଦେଶରେ ମୁଖ୍ୟ ଖାଦ୍ୟ ଭାତ ହୋଇଥିବା ବେଳେ ଦକ୍ଷିଣ ଏସିଆରେ ଜଣେ ବ୍ୟକ୍ତି ଦିନକୁ ୬୫୦ ଗ୍ରାମ ଚାଉଳର ଭାତ ଖାଉଛନ୍ତି । କିନ୍ତୁ ଚୀନରେ ୨୦୦ ଗ୍ରାମ ପ୍ରତି ଦିନ । ଅଧିକ ଭାତ ଖାଉଥିବା ବେଳେ ଏମାନେ ଗହମ, ଲାଲ ମାଂସ, କ୍ଷୀର ଆଦି କମ ଖାଉଛନ୍ତି । ଏହାସହ ଦ୍ରୁତ ସହରୀକରଣ, ଆର୍ଥିକ ବିକାଶ, କମ୍ ରୋଜଗାର କରୁଥିବା ପରିବାରମାନଙ୍କ ଖାଦ୍ୟ ଗ୍ରହଣ କରିବାର ପ୍ରକାର, ଶାରୀରିକ ପରିଶ୍ରମ ଆଦି ମୋଟାପଣ ଆଉ ବିଶେ​‌ଷକରି ଡାଇବେଟିସର କାରଣ ପାଲଟୁଛି ବୋଲି ରିପୋର୍ଟରେ ପ୍ରକାଶ ପାଇଛି ।

   Related Posts