Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରିଟେନ୍‌ ପରେ ଆଉ ଗୋଟିଏ ଦେଶ କଲା ବଡ଼ ଘୋଷଣା, ଆସନ୍ତା ସପ୍ତାହରୁ ଆରମ୍ଭ ହେବ ଟିକାକରଣ
  • ||
  • କମୁଛି ସଂକ୍ରମଣ, ଲୋକଙ୍କ ମନରୁ ଦୂର ହେଉଛି କରୋନା ଭୟ, ଆଉ ୬୬୦ ସଂକ୍ରମିତ ହେଲେ ଆରୋଗ୍ୟ
  • ||
  • ସମ୍ମାନ ରଖିଲା ଭାରତ, ଶେଷ ଦିନିକିଆରେ କଙ୍ଗାରକୁ ୧୩ ରନରେ ଦେଲା ମାତ୍, ୨-୧ରେ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ
  • ||
  • ମାଲକାନଗିରି : ଶବ ସତ୍କାର ପାଇଁ ଗାଁ ମଶାଣୀରେ ମିଳୁନି ଜାଗା, ୨୪ ଘଣ୍ଟା ହେଲା ଗାଁ ଦାଣ୍ଡରେ ପଡିଛି ମୃତଦେହ
  • ||
  • ଜୟପୁର : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ହାର୍ଡକୋର ମାଓବାଦୀ ରାମକ୍ରିଷ୍ଣାର ଥିଲା ଅଙ୍ଗରକ୍ଷୀ
  • ||
  • ଭୁବନେଶ୍ବର : ୧୧୨ ଡାଏଲ କରନ୍ତୁ, ମିଳିବ ସବୁ ଜରୁରୀ ସେବା ଓ ସହାୟତା : ନୂଆ ଏକକ ପୋଲିସ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • କଟକ : ‘ସ୍କୁଲ ଫି’ ଧାର୍ଯ୍ୟ ପାଇଁ ଆଇନ ନାହିଁ’- ହାଇକୋର୍ଟରେ ଏଭଳି ତଥ୍ୟ ରଖିଲେ ସରକାର
  • ||
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||

ଆମେରିକାର ମୁଖା ଖୋଲିଲା, ଫାଇଦା ନେବା ପରେ ପଲଟିଗଲା : ପ୍ରଧାନମନ୍ତ୍ରୀ, ପିଏମ୍‌ଓ ସହ ସମସ୍ତଙ୍କୁ ଅନ୍‌ଫଲୋ କଲା White house

29/04/2020 at 11:44 AM

ନୂଆଦିଲ୍ଲୀ ୨୯।୦୪: କାମ ଥିଲେ ତମ ଆମର, କାମ ସରିଗଲେ ତମେ ଆମର କିଏ । ଏହି ଉକ୍ତିଟି ଆପଣ ପ୍ରାୟତଃ ଶୁଣିଥିବା କିନ୍ତୁ ଆମେ ଆଜି ଏକ କଥା କହିବାର ତାତ୍ପର୍ଯ୍ୟ ହେଉଛି  । ଆମେରିକାର ଶକ୍ତି କେନ୍ଦ୍ର କୁହାଯାଉଥିବା White houseର ଟ୍ୱିଟର ହ୍ୟାଣ୍ଡେଲ କିଛି ଦିନ ତଳେ ଭାରତର ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟର ହ୍ୟାଣ୍ଡେଲକୁ ଫଲୋ କରିଥିଲା । କିନ୍ତୁ ଏବେ ନିଜର କାମ ସରିଯିବାରୁ ଏହି ସମସ୍ତ ଟ୍ୱିଟର ହ୍ୟାଣ୍ଡେଲକୁ ଅନଫୋଲ କରିଦେଇଛି ।
କରୋନା ଭାଇରସ ଏବେ ସାରା ବିଶ୍ୱରେ ମହାମାରୀ ରୂପେ ନେଇସାରିଛି । କରୋନା ଭାଇରସର ଟୀକ ପ୍ରସ୍ତୁତ ନେଇ ସାରା ବିଶ୍ୱର ବୈଜ୍ଞାନିକ, ଗବେଷକ, ଡାକ୍ତର ଦିନ ରାତି ଉଦ୍ୟମ ଜାରି ରଖିଛନ୍ତି । କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ସୁଫଳ ମିଳିନାହିଁ । କରୋନା ପରି ମହାମାରୀ ରୋଗର ସଞ୍ଜୀବନୀ ଖୋଜିବାରେ ସାରାବିଶ୍ୱ ଲାଗିପଡିଛନ୍ତି । କିନ୍ତୁ ଆଶାନୁଯାୟୀ ଫଳ ମିଳୁପାରିନାହିଁ । ତେବେ କରୋନା ଭାଇରସରେ ବିଶ୍ୱର ସବୁଠାରୁ ଯଦି କୌଣସି ଦେଶ କ୍ଷତିଗ୍ରସ୍ତ ହୋଇଥାଏ ତାହା ହେଉଛି ଆମେରିକା । ବର୍ତ୍ତମାନ ପର୍ଯ୍ୟନ୍ତ ଆମେରିକାରେ ୬୦ହଜାର  ପାର ହୋଇସାରିଲାଣି । ସେହିଭଳି କରୋନାରେ ଲକ୍ଷାଧିକ ଲୋକ ଆକ୍ରାନ୍ତ ହୋଇସାରିଲେଣି । ଆମେରିକା ମଧ୍ୟ ଏହି ମାରାତ୍ମକ ଭାଇରସରୁ ରକ୍ଷା ପାଇବା ପାଇଁ ନିଜର ଉଦ୍ୟମ ଜାରି ରଖିଥିଲା । କିନ୍ତୁ ଏହି ଭଳି ସମୟରେ ଆମେରିକା ଭାରତରୁ ହାଇଡ୍ରୋକ୍ସିକ୍ଲୋରୋକ୍ବିନ୍ ଔଷଧର ସହଯୋଗ ମାଗିଥିଲା । ଭାରତ ମଧ୍ୟ ସହଯୋଗ କରିବାକୁ ଆଗେଇ ଆସିଥିଲା । ଏବଂ ଭାରତ ମଧ୍ୟ ଆମେରିକାକୁ  ହାଇଡ୍ରୋକ୍ସିକ୍ଲୋରୋକ୍ବିନ୍ ଔଷଧ ରପ୍ତାନୀ କରିବା ବୋଲି ନିଷ୍ପତ୍ତି ନେଇଥିଲା । ଭାରତର ଏଭଳି ନିଷ୍ପତ୍ତି ଦେଖି ଆମେରିକା ଖୁସି ହୋଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟ୍‌ର ହ୍ୟାଣ୍ଡେଲକୁ White house ଟ୍ୱିଟର ହ୍ୟାଣ୍ଡେଲ ଫଲୋ କରିଥିଲା । ଏବଂ ସର୍ବସମ୍ମୁଖରେ ଭାରତର ପ୍ରଧାନମନ୍ତ୍ରୀଙ୍କୁ ଖୁବ୍‌ ପ୍ରଂଶସା କରିଥିଲା । କିନ୍ତୁ କିଛିଦିନ ଧରି ଫଲୋ କରିବା ପରେ ଏବେ ସମସ୍ତ ଆକାଉଣ୍ଟକୁ ଅନ୍‌ଫଲୋ  କରିଦେଇଛି White house ଟ୍ୱିଟର ହ୍ୟାଣ୍ଡେଲ। ତେବେ ଏଥିରୁ ଜଣାପଡିଛୁ ଗୋଟିଏ କଥା କାମ ହାସଲ ପାଇଁ ଫଲୋ , କାମ ସରିଗଲେ ଅନ୍‌ଫଲୋ ।
କରୋନା ଭାଇରସରେ ଗ୍ରାସୀ ହୋଇଥିବା ଶକ୍ତିଶାଳୀ ଆମେରିକା ଆଜି ଭାରତର ରୁଣି । ଆମେରିକାରେ ଏହି ଭଳି ସଙ୍କଟ ସମୟରେ ଭାରତ ସହାୟତାର ହାତ ବଢାଇଥିଲା । କିନ୍ତୁ ଭାରତର ସହାୟତା ପରେ ପୁଣି ଥରେ ନିଜର ବହୁରୁପୀ ଚେହେରା ଦେଖାଇଦେଇଛି ।  White house ଭାରତର ପ୍ରଧାନମନ୍ତ୍ରୀ ମୋଦିହ୍କ ସମେତ ସମସ୍ତ ଭାରତୀୟ ଟ୍ୱିଟ୍‌ର ଆକାଉଣ୍ଟକୁ ଅନଫୋଲ କରିଦେଇଛି । ଭାରତ ଯେତେବେ ଆମେରିକାକୁ କରୋନା ବିରୋଧୀ ଲଢେଇ ପାଇଁ ହାଇଡ୍ରୋକ୍ସିକ୍ଲୋରୋକ୍ବିନ୍ ଦେବା ପାଇଁ ନିଷ୍ପତ୍ତି ନେଇଥିଲା । ଏହା ପରଠାରୁ ମାନେ ୧୦ଅପ୍ରେଲ ଠାରୁ  White houseର ଟ୍ୱିଟର ହ୍ୟାଣ୍ଡେଲ ଭାରତୀୟ ଟ୍ୱିଟ୍‌ର ହ୍ୟାଣ୍ଡେଲକୁ ଫଲୋ କରୁଥିଲା । ଏମାନଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରଧାନମନ୍ତ୍ରୀ ଅଫିସ, ରାଷ୍ଟ୍ରପତି ଭବନ, ଆମେରିକାରେ ଥିବା ଭାରତୀୟ ଦୂତାବାସ ଓ ଭାରତରେ ଥିବା ଆମେରିକା ଦୂତାବାସକୁ ଫଲୋ କରୁଥିଲା । ଏହାସହିତ ମଧ୍ୟ ଭାରତରେ ଆମେରିକାବ ରାଜଦୂତଙ୍କୁ White house ଫଲୋ କରୁଥିଲା । ସର୍ବମୋଟ White houseର ଟ୍ୱିଟର ହ୍ୟାଣ୍ଡେଲ ଫଲୋ କରୁଥିବା ଲୋକଙ୍କ ସଂଖ୍ୟା ୧୯ ହୋଇଯାଇଥିଲା । ଯେଉମାନଙ୍କ ମଧ୍ୟରେ ବିଦେଶୀ ଟ୍ୱିଟ୍‌ର ହ୍ୟାଣ୍ଡେଲ ମଧ୍ୟରେ କେବଳ ଭାରତର ଥିଲା ।   ତେବେ କିଛି ଦିନ ବିତିବା ପରେ ଆମେରିକା ନିଜର ବହୁରୁପୀ ଚେହେରା ଆପଣାଇଛି । ୧୦ତାରିଖ ଠାରୁ ଫଲୋ କରୁଥିବା ସମସ୍ତ ଭାରତୀୟ ଆକାଉଣ୍ଟକୁ ଅନଫୋଲ କରିଦେଇଛି White house । ଏବେ White house କେବଳ ୧୩ଜଣଙ୍କୁ ଫଲୋ କରୁଛି ।

   Related Posts