ହ୍ବାଇଟ୍ ହାଉସରେ କରୋନା ଭାଇରସ, ଅଥଚ ମାସ୍କକୁ ମାନୁ ନାହାନ୍ତି ଜରୁରୀ

Published By : Prameya-News7 Bureau | October 03, 2020 IST

ଓ୍ବାଶିଂଟନ୍ ୦୩/୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପତ୍ନୀ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି। ଏହା ପରେ ମଧ୍ୟ ହ୍ବାଇଟ୍ ହାଉସ୍ ଫେସ୍ ମାସ୍କ ପ୍ରୋଟୋକଲରେ କୌଣସି ପରିବର୍ତନ ଆଣିଲା ନାହିଁ। ଟ୍ରମ୍ପଙ୍କ ପରାମର୍ଶଦାତ୍ରୀ ହୋପ ହିକ୍ସଙ୍କୁ ମଧ୍ୟ କାରୋନା।ଏହା ସତ୍ବେ ମଧ୍ୟ ମାସ୍କ ପିନ୍ଧିବା ବ୍ୟକ୍ତିଗତ ପସନ୍ଦ ବୋଲି କୁହାଯାଇଛି।

ଟ୍ରମ୍ପଙ୍କୁ ବାଲଟର ରିଡ୍ ହସପିଟାଲରେ ଭର୍ତି କରାଯାଇଛି। ୭୪ ବର୍ଷୀୟ ଟ୍ରମ୍ପଙ୍କୁ ହାଇ ରିସ୍କ କ୍ୟାଟାଗରିରେ ରଖାଯାଇଛି। ହୋପ ହିକ୍ସଙ୍କୁ କରୋନା ହେବା ପରେ ଟ୍ରମ୍ପ ଦମ୍ପତି ଜାଣି ସାରିଥିଲେ ​‌ଯେ ହ୍ବାଇଟ ହାଉସ ଭିତରକୁ କରୋନାର ଏଣ୍ଟ୍ରି ହୋଇଛି। ଶୁକ୍ରବାର ହ୍ବାଇଟ ହାଉସରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଫେସ ମାସ୍କକୁ ଏବେ ଅନିବାର୍ଯ୍ୟ କରାଯିବ ନାହିଁ।

ହ୍ବାଇଟ ହାଉସ ଅନୁସାରେ ମାସ୍କକୁ ପିନ୍ଧିବା ନ ପିନ୍ଧିବା ଜଣକର ବ୍ୟକ୍ତିଗତ ପସନ୍ଦ। ଏହା ସହ ଏକଥା ବି କୁହାଯାଇଛି ଯେ ଏବେ ସୁଦ୍ଧା​‌ କୌଣସି ଏକ ଅଧ୍ୟୟନରେ ସ୍ପଷ୍ଟ ହୋଇ ନାହିଁ ଯେ ଭାଇରସକୁ ରୋକିବାରେ ମାସ୍କ ପ୍ରଭାବି। ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ହ୍ବାଇଟ ହାଉସ ଓ ତାଙ୍କର କ୍ୟାମ୍ପେନ ଟିମ୍ ଅନେକ ଥର ମାସ୍କକୁ ନଜର ଅନ୍ଦାଜ କରୁଥିବା ନେଇ ସମାଲୋଚିତ ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.