Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

Covid ଭାକ୍ସିନ ସଫଳତାର ଶ୍ରେୟ ଟ୍ରମ୍ପଙ୍କୁ ଦେଲା ହ୍ୱାଇଟ୍ ହାଉସ୍, Pfizer ପରେ ସଫଳତା ଘୋଷଣା କଲେ Moderna

16/11/2020 at 8:32 PM

ୱାସିଂଟନ ୧୬।୧୧:  କୋଭିଡ-୧୯ ମହାମାରୀର ମୁକାବିଲା ଲାଗି ଆମେରିକାରେ ଲାଗଲାଗ ୨ଟି ଟିକାର କ୍ଲିନିକାଲ ଟ୍ରାୟଲ ସଫଳ ହୋଇଛି। ପ୍ରଥମଟି ଆମେରିକାର ଫାଇଜର ଜର୍ମାନୀ ବାୟୋଏନ୍‌.ଟେକ୍‌ ସହ ମିସି ବିକଶିତ କରିଥିବା ବେଳେ ଏବେ ଆମେରିକୀୟ ବାୟୋଟେକ୍ ଫାର୍ମ ମଡର୍ଣ୍ଣା ଟଳାଇଥିବା କୋଭିଡ ଟିକା ଗବେଷଣା ଫଳାଫଳ ସୋମବାର ଘୋଷଣା କରିଛନ୍ତି। ରିପବ୍ଲିକାନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କୋଭିଡ ମୁକାବିଲା ଲାଗି ନେଇଥିବା ପଦକ୍ଷେପ ‘ଅପରେସନ ୱାରପ୍ ସ୍ପିଡ୍’ ଯୋଗୁ ଏହା ସମ୍ଭବ ହୋଇ ପାରିଥିବା ହ୍ୱାଇଟ୍ ହାଉସ୍ ପ୍ରେସ ସେକ୍ରେଟାରୀ କେଲେଇଗ୍ ମ୍ୟାକ୍‌ ଏନାନୀ ଟ୍ୱିଟ୍‌ରେ ସୂଚିତ କରିଛନ୍ତି।

ଫାଇଜର ତୃତୀୟ କ୍ଲିନିକାଲ ଟ୍ରାୟଲର ଫଳାଫଳ ପୂର୍ଣ୍ଣ ସମୀକ୍ଷା ପୂର୍ବରୁ କୋଭିଡ ଚିକିତ୍ସା ଲାଗି ଏହା ୯୦ ପ୍ରତିଶତ ପର୍ଯ୍ୟନ୍ତ ସଫଳ ବୋଲି କମ୍ପାନୀ ଦାବି କରିଥିଲା। ଏଥିରେ ଏବେ ମଡର୍ଣ୍ଣା ତୃତୀୟ କ୍ଲିନିକାଲ ଟ୍ରାୟଲର ଫଳାଫଳ ସମୀକ୍ଷା ପରେ କୋଭିଡ ଚିକିତ୍ସାରେ ମଡର୍ଣ୍ଣା ଟିକା ୯୪.୫ ପ୍ରତିଶତ ସଫଳ ହେବ ବୋଲି ଦାବି କରିଛି। କୋଭିଡରେ ଆମେରିକା ବିଶ୍ୱର ସର୍ବାଧିକ ପ୍ରଭାବିତ ଦେଶ। ସଂକ୍ରମଣ ଓ ମୃତ୍ୟୁ ହାରରେ ସବୁ ଦେଶର ରୋକର୍ଡ ଭାଙ୍ଗିଛି ଆମେରିକା। ଏଣୁ ଜନତାଙ୍କୁ ସଂକ୍ରମଣରୁ ମୁକ୍ତ କରିବା ଓ ମୃତ୍ୟୁମୁଖରୁ ବଞ୍ଚାଇବା ଲାଗି ରାଷ୍ଟ୍ରପତି ଟ୍ରମ୍ପ ଅପରେସନ ୱାର୍ପ ସ୍ପିଡ ହାତକୁ ନେଇଥିଲେ। ଯାହାର ଫଳାଫଳ ଏବେ ସାମ୍ନାକୁ ଆସିବାରେ ଲାଗିଥିବା କୁହାଯାଇଛି।

ହ୍ୱାଇଟ୍ ହାଉସ୍ ପ୍ରେସ୍‌ ସେକ୍ରେଟାରୀ କୋଭିଡ ବିରୋଧରେ ଆମେରିକାର ସଂଘର୍ଷରେ ଏହି ସଫଳତା ପ୍ରତିଟି ଆମେରିକୀୟଙ୍କର ବୋଲି ଉଲ୍ଲେଖ କରିଛନ୍ତି ମ୍ୟାକ୍ ଏନାନୀ। ଆମେରିକାରେ ଜାନୁୟାରୀ ମାସରୁ ଏପର୍ଯ୍ୟନ୍ତ ଦୀର୍ଘ ୧୧ ମାସରେ  ୧୧ ନିୟୁତରୁ ବି ଅଧିକ ଲୋକେ କୋଭିଡେ ସଂକ୍ରମିତ ହୋଇଥିବା ମେଡିକାଲ ରିପୋର୍ଟରୁ ଜଣାପଡିଛି। 

   Related Posts