Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ନଦୀ ତଟ ଆଶ୍ରମରେ ୪ ଦିନ ହେବ ବସିଛି ଧଳା କାଉ- ଦେଖିବା ପାଇଁ ଲୋକଙ୍କର ଭିଡ

27/11/2019 at 9:02 AM

ମଧ୍ୟପ୍ରଦେଶର ବଡବାନୀ ଜିଲ୍ଲାରେ ନର୍ମଦା ତଟ ନିକଟରେ ଥିବା ଆଶ୍ରମରେ ୪ଦିନ ହେବ ଏକ ଧଳା କୁଆ (କାଉ) white Crow ଗୋଟେ ସ୍ଥାନରେ ବସିଛି। ଏହି ଧଳା କୁଆକୁ ଦେଖିବା ପାଇଁ ଲୋକଙ୍କ ଭିଡ ଲାଗି ରହିଛି। ଏହି ପକ୍ଷୀର ସ୍ୱତନ୍ତ୍ରତା ହେଉଛି କେବଳ ତା’ର ରଂଗ । ଗାଁ ଲୋକେ ଏହି ପକ୍ଷୀକୁ ଧଳା ପକ୍ଷୀ ବୋଲି କହୁଛନ୍ତି ।

ବୟସ୍କ ଲୋକଙ୍କ ଅନୁସାରେ ଏଭଳି ନିଆରା ପକ୍ଷୀ ଗାଁରେ ଆଗରୁ କେବେ ଦେଖିବାକୁ ମିଳିନଥିଲା । ସାଧାରଣତଃ  କଳା କାଉମାନଙ୍କୁ ଅଧିକ ସଂଖ୍ୟାରେ ଦେଖିବାକୁ ମିଳେ। ହେଲେ ଏହି ପକ୍ଷୀ ୪ ଦିନ ହେବ ଏକା ବସିଛି । କିଛି ସ୍ଥାନୀୟ ଲୋକେ ଏହି ପକ୍ଷୀକୁ ଗାଁ ପାଇଁ ଶୁଭ ବୋଲି କହିବା ଆରମ୍ଭ କରିସାରିଛନ୍ତି। ପରେ ଲୋକେ ଏହି ପକ୍ଷୀ ଉପରେ ଗବେଷଣା କରିବାକୁ ଲାଗିଲେ। ଇଣ୍ଟରନେଟରେ ଆମେରିକାନ କ୍ରୋ ରିସର୍ଚ୍ଚ କଲେ ଏହି ପକ୍ଷୀର ଛବି ଆସୁଛି।

ପକ୍ଷୀର ରଂଗ ସମ୍ପୂର୍ଣ୍ଣ ଧଳା ଓ ଆଖିର ରଂଗ ଗୋଲାପି ।ତେବେ ଗାଁର ଜଣେ ଶିକ୍ଷକଙ୍କ ଅନୁସାରେ white Crow ଭାରତରେ ମଧ୍ୟ ଦେଖିବାକୁ ମିଳେ।  ଏହି ପକ୍ଷୀର ଧଳା ରଂଗ ଆଲବିନିଜମ୍‌ ଯୋଗୁଁ ଅଛି । ଏହି ପ୍ରକ୍ରିୟା ସବୁ ପ୍ରାଣୀଙ୍କ ମଧ୍ୟରେ ଦେଖିବାକୁ ମିଳେ। ଆଲବିନିଜମ୍‌ ଶରୀରର ମେଲନିନ ଉତ୍ପାଦନ ବନ୍ଦ କରେ। ଯେଉଁଥିପାଇଁ ଶରୀର ଧଳା ରଂଗର ହୋଇଥାଏ। ଏହି ପ୍ରକ୍ରିୟା ମଣିଷମାନଙ୍କ ସହ ସବୁ ପ୍ରାଣୀମାନଙ୍କ ମଧ୍ୟରେ ଦେଖିବାକୁ ମିଳେ। ଏହା ଏକ ବଂଶାନୁକ୍ରମିକ ରୋଗ ହୋଇଥାଏ।

 

   Related Posts