ଭାରତର ପ୍ରଥମ ଧଳା ବଉଳା କୁମ୍ଭୀର ‘ଗୋରୀ’ ଦେଲା ୫୦ଟି ଅଣ୍ଡା, ତଥାପି ମା ହେବା ନେଇ ସନ୍ଦେହ

Published By : Prameya-News7 Bureau | June 24, 2019 IST

ଭୁବନେଶ୍ବର୨୪|୬: ମା ହେବା ଖୁସିରେ ଫାଟି ପଡୁଛି ବଉଳା କୁମ୍ଭୀର ଗୋରୀ । ୫୦ ଟି  ଅଣ୍ଡା ଦେଇଛି । ଖାଇବା ପିଇବା ଛାଡିଦେଇଥିବା ଗୋରୀ ଆଗଭଳି କଥା ମାନିଲାଣି । ତେବେ ଗୋରୀ ନିଃସଙ୍ଗ ଜୀବନ ବିତାଉଥିବାରୁ ସବୁଥର ଭଳି ଏଥର ବି ଅଣ୍ଡାରୁ ଛୁଆ ଫୁଟିବା ସମ୍ଭାବନା କମ୍ । …

{"id":126705,"width":581,"height":397}

ଗୋରୀର ଖୁସି କହିଲେ ନସରେ । ମନ ମାରି ବସିଥିବା ଗୋରୀ ଏବେ ଖୁସିରେ ଗଦ ଗଦ । ନହେବ ବା କେମିତି । କାରଣ ଦୀର୍ଘ ବର୍ଷ ପରେ ମା’ ହେବାର ସମ୍ଭାବନା ସୃଷ୍ଟି ହୋଇଛି । ଇଆଠୁ ବଡ ଖବର ବା ତା ପାଇଁ କ’ଣ ହୋଇପାରେ । ୫୦ ଟି ଅଣ୍ଡା ଦେଇଛି କୁମ୍ଭୀର ଗୋରୀ । ଅପେକ୍ଷା କରିଛି, କୁନି ଶାବକଙ୍କୁ ।

{"id":126706,"width":578,"height":417}

 ମା’ ହେବା ଖୁସୀରେ ଗୋରୀ ଏବେ ଆଗଭଳି କଥା ମାନିଲାଣି । ଖିଆ ପିଆ ବି ଠିକ୍ ରେ କଲାଣି । କାରଣ ମା’ ହୋଇନପାରିବା ଦୁଃଖରେ ଖାଇବା ପିଇବା ଛାଡି ଦେଇଥିଲା ଭାରତର ପ୍ରଥମ ଧଳା ବଉଳା କୁମ୍ଭୀର ‘ଗୋରୀ’ । ଖାଇବାକୁ ଡାକିଲେ ଶୁଣୁନଥିଲା । ୪୫ ବର୍ଷିୟା ଗୋରୀର ଏଭଳି ଅସ୍ବଭାବିକ ଆଚରଣ ବନ୍ୟଯନ୍ତୁପ୍ରେମୀ ଓ ପରିବେଶବିତମାନଙ୍କୁ ବ୍ୟଥିତ କରିଥିଲା । କିନ୍ତୁ ଗୋରୀର ତଳି ପେଟ ଫୁଲି ଥିବବାରୁ ଓ ଆବଦ୍ଧ ପୋଖରୀ ହୁଡ଼ାରେ ବସା ବାନ୍ଧିଥିବାରୁ ଅଣ୍ଡା ଦେଇପାରେ ବୋଲି କୁହାଯାଉଥିଲା । ଏବେ ଅନୁମାନ ସତ ହୋଇଛି ।

{"id":126707,"width":576,"height":411}

ପୂର୍ବରୁ ୫ ଥର ଅଣ୍ଡା ଦେଇଥିଲା ଗୋରୀ । କିନ୍ତୁ ଭିତରକନିକା ଜାତୀୟ ଉଦ୍ୟାନ ଡାଙ୍ଗମାଳଠାରେ ଏକ ଆବଦ୍ଧ ପୋଖରୀ ମଧ୍ୟରେ ନିଃସଙ୍ଗ ଜୀବନ ବିତାଉଥିବାରୁ ଅଣ୍ଡାରୁ ଛୁଆ ବହାରି ନ ଥିଲା। ପୂର୍ବରୁ ୧୯୮୭ ମସିହାରେ ହାଇଦ୍ରାବାଦରୁ ଏକ ଅଣ୍ଡିରା କୁମ୍ଭୀର ଅଣାଯାଇ ଗୋରୀ ସହ ମିଳନ ପାଇଁ ଉଦ୍ୟମ କରାଯାଇଥିଲା। ମାତ୍ର ଶେଷରେ ଗୋରୀର ଆକ୍ରମଣରେ ଉକ୍ତ ଅଣ୍ଡିରା କୁମ୍ଭୀରର ମୃତ୍ୟୁ ହୋଇଥିଲା।

{"id":126708,"width":582,"height":399}

ଏହାପରେ ୧୯୯୦ ମସିହାରେ କାଣୀ ଓ ୧୯୯୨ରେ ଅଷ୍ଟ୍ରେଲିଆର ଭଏଟର ନାମକ ଅନ୍ୟ ଏକ ଅଣ୍ଡିରା କୁମ୍ଭୀର ଅଣାଯାଇ ଗୋରୀ ସହ ଏକତ୍ର ବସବାସ କରିବାକୁ ସୁଯୋଗ ଦିଆଯାଇଥିଲା। ସେ ମଧ୍ୟ ଗୋରୀ ପାଇଁ ଉପଯୁକ୍ତ ନଥିଲା। ଫଳରେ ଗୋରୀ ଆଜି ଯାଏଁ ମା’ ହୋଇ ପାରିନି । ଏଥର ବି ଅଣ୍ଡାରୁ ଛୁଆ ଫୁଟିବା ସମ୍ଭାବନା କମ୍ ।

{"id":126709,"width":588,"height":390}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.