Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ମାଛ ପେଟରୁ କେଉଟ ପାଇଲା ମଦ ଭର୍ତ୍ତି ବୋତଲ, ଭାଇରାଲ୍‌ ହେଉଛି ଭିଡିଓ

23/06/2021 at 8:21 PM

ନୂଆଦିଲ୍ଳୀ ୨୩/୬: ମାଛ ପେଟରୁ ମିଳିଲା ମଦ ବୋତଲ। ବୋତଲରେ ଭର୍ତ୍ତି ଥିଲା ହ୍ବିସ୍କ । ଜଣେ କେଉଟ ଏଭଳି ଏକ ମାଛ ମାରିବା ସହ ତା ପେଟ ଭିତରୁ ଠିପି ବନ୍ଦ ଥିବା ଏକ ମଦ ଭର୍ତ୍ତି ବୋତଲ ପାଇଛି । ଏହି ଭିଡିଓଟି ଏବେ ଖୁବ ଭାଇରାଲ ହେବାରେ ଲାଗିଛି। ମତ୍ସ୍ୟଜୀବୀ ଜଣଙ୍କ ମାଛଟିକୁ ଚଳନ୍ତା ବୋଟ୍‌ ଉପରେ କାଟୁଥିବା ବେଳର ଏ ଦୃଶ୍ୟ  ଯିଏ ଦେଖୁଛି ସେ ଆଶ୍ଚର୍ଯ୍ୟ ହୋଇଯାଉଛି। ମାଛ ପେଟରୁ ସିଲ୍‌ଡ୍‌ ହ୍ବିସ୍କ ବୋତଲ ମିଳିଛି ।

ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଥିବା ଭିଡିଓରେ ସ୍ପଷ୍ଟ ଦେଖିବାକୁ ମିଳୁଛି, କେଉଟ ମାଛଟିକୁ କାଟୁଛି। ଠିକ୍‌ ସେହି ସମୟରେ ମାଛର ପେଟରୁ ବନ୍ଦ ହ୍ବିସ୍କ ବୋତଲ ମିଳୁଛି। ସମୁଦ୍ର ଭିତରର ଏହି ଦୃଶ୍ୟ ଭାଇରାଲ୍‌ ହେଉଥିବା ବେଳେ ୟୁଜର୍ସ ଏହାକୁ ଖବ ପସନ୍ଦ ମଧ୍ୟ କରୁଛନ୍ତି।

ଭିଡିଓ ଅନୁସାରେ, ମତ୍ସଜୀବୀ ମାଛକୁ ଏକ ଟେବୁଲ୍‌ ଉପରେ ରଖି ପ୍ରଥମେ ଏହାର ଉପରିଭାଗୁ କାଟୁଛି । ଯେମିତି ସେ ମାଛ ପେଟକୁ ଚିରୁଛି ସେଥିରୁ ଏକ ବନ୍ଦ ହ୍ବିସ୍କ ବୋତଲ ବାହାରୁଛି। ଏହାକୁ ଦେଖି ମତ୍ସ୍ୟଜୀବୀ ମୁଁହରେ ହସ ଖେଳିଯାଉଛି। ବୋତଲକୁ ହାତରେ ଧରି ସେ ଖୁସିରେ ଝୁମି ଉଠୁଥିବା ଦେଖିବାକୁ ମିଳିଛି।

ଭିଡିଓଟି ଏବେ ୟୁଟ୍ୟୁବ୍‌ ସମେତ ଅନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ୍‌ ହେଉଛି। କିନ୍ତୁ ଭିଡିଓରେ ଥିବା ଦୃଶ୍ୟରେ କେତେ ସତ ଓ କେତେ ମିଛ ରହିଛି ତାହା କହିବା ମୁସକିଲ୍‌ । କାରଣ କିଛି ସୋସିଆଲ ମିଡିଆ ୟୁଜର ଏହାକୁ ମିଥ୍ୟା ବୋଲି କହୁଛନ୍ତି ।  

   Related Posts