ରେଳବାଇ ଗାତରେ ପଡି ୨ ଶିଶୁଙ୍କ ମୃତ୍ୟୁ, ବେଲପାହାଡରେ ଶୋକ

Published By : Prameya-News7 Bureau | June 20, 2019 IST

ଝାରସୁଗୁଡା ୨୦।୬:  ବେଲପାହାଡ ନୂଆପଡାରେ ଅଘଟଣ। ଖେଳୁଥିବାବେଳେ ୨ଟି ଶିଶୁ ଗାତକୁ ଖସିପଡିବା ଯୋଗୁ ପାଣିରେ ବୁଡି ସେମାନଙ୍କର ମୃତ୍ୟୁ ହୋଇଛି। ମୃତକ ୨ ଜଣଙ୍କ ମଧ୍ୟରୁ ଜଣେ ୯ ବର୍ଷର ହୋଇଥିବା ବେଳେ ଅନ୍ୟ ଜଣକ ୮ ବର୍ଷର ବୋଲି ଜଣାପଡିଛି। ପରେ ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ଟିଆରଏଲ କ୍ରୋସାକି ହସ୍ପିଟାଲକୁ ନିଆଯାଇଥିବା ବେଳ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛନ୍ତି।

{"id":125242}

ଶିଶୁ ୨ ଜଣଙ୍କର ଚିହ୍ନଟ ହୋଇଛି ସେମାନେ ହେଲେ ଚନଫଣ ସାବତ ଓ ଅଭିନବ ସ୍ବାଇଁ। ଚନଫଣ ଓ ଅଭିନବ ଖେଳିବା ବେଳେ ଘରଠାରୁ ପ୍ରାୟ ୩ଶହ ମିଟର ଦୂରରେ ନିର୍ମାଣାଧିନ ଓପିଜିସି ୪ନମ୍ବର ରେଳଲାଇନ ଆଡକୁ ଚାଲିଯାଇଥିଲେ। ରେଳବାଇ ପକ୍ଷରୁ ସେଠାରେ ଏକ ଗାତ ଖୋଳା ଯାଇଥିଲା। ବର୍ଷାଯୋଗୁ ଗାତଟି ପାଣିରେ ଭରି ରହିଥିଲାବେଳେ ଅଲଖ୍ୟରେ ଶିଶୁ ୨ଟି ଖେଳୁଖେଳୁ କେତେବେଳେ ଗାତକୁ ଖସିପଡିଥିଲେ।

{"id":125243}

ପିଲାମାନେ ଘରକୁ ନ ଫେରିବାରୁ ଖୋଜା ଖୋଜି କରିବା ବେଳେ ଉଭୟ ରେଳବାଇ ଗାତରେ ଭାସୁଥିବା ଦେଖାଯାଇଥିଲା। ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ତୁରନ୍ତ ହସ୍ପିଟାଲ ନେଇଥିଲେ ହେଁ ସେତେବେଳକୁ ସେମାନଙ୍କର ମୃତ୍ୟୁ ହୋଇସାରିଥିଲା। ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.