ସୋସାଲ ମିଡିଆରେ ଟ୍ରେଣ୍ଡ କରୁଛି #OnionPrices ହ୍ୟାସ ଟ୍ୟାଗ, ପୂରୁଣା ଟ୍ୱିଟ୍ ରେ ଟ୍ରୋଲ ହେଉଛନ୍ତି ସ୍ମୃତି ଇରାନୀ
5/12/2019 at 12:42 PM

ନୂଆଦିଲ୍ଲୀ ୫।୧୨: ଦେଶରେ ପିଆଜ ଦର ଏବେ ଆକାଶ ଛୁଇଁଥିବା ବେଳେ ସଂସଦରୁ ସଡକ ଓ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ହେଉଛି। ଏବେ #OnionPrices ହ୍ୟାସ ଟ୍ୟାଗ ସୋସିଆଲ ମିଡିଆରେ ଟ୍ରେଣ୍ଡିଂ କରିବା ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛି। ଏଥିରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ତାଙ୍କର ଏକ ପୁରୁଣା ଟ୍ୱିଟ୍ ବାର୍ତ୍ତାକୁ ନେଇ ଖୁବ୍ ଟ୍ରୋଲ ହେଉଛନ୍ତି।

ବର୍ତ୍ତମାନ ଦେଶର ବିଭିନ୍ନ ବଜାରରେ ପ୍ରତି କେଜି ପିଆଜ ୧ଶହ ୨୦ ଟଙ୍କାରୁ ୧୫୦ ଟଙ୍କା ଦରରେ ବିକ୍ରୟ ହେଉଛି। ହେଲେ ପିଆଜର ଏଭଳି ଦରବୃଦ୍ଧି ନିୟନ୍ତ୍ରଣ ଲାଗି ସରକାରୀ ସ୍ତରରେ ସେପରି କିଛି ଆଖିଦୃଶିଆ ପଦକ୍ଷେପ ନିଆଯାଇପାରିନି। ଫଳରେ ଏବେ ବଜାରରେ ପିଆଜ ଦିନକୁ ୨ଗୁଣା ଓ ରାତିରେ ୪ଗୁଣା ଦରରେ ବିକ୍ରି ହେଉଥିବା ବେଳେ ଲୋକେ ଉଚ୍ଚଦରରେ କିଣିବାକୁ ବାଧ୍ୟ ହେଉଛନ୍ତି।
Old Tweets are so Funny.
— Rohitvarma (@AAMIRCRAZE) December 4, 2019
#OnionPrices pic.twitter.com/fPhcVox0vp
ତେବେ ଦେଶରେ ପିଆଜ ଦର ତଳଉପର ହେବା କିଛି ନୂଆ କଥା ନୁହେଁ। ୨୦୧୦ ମସିହାରେ ୟୁପିଏ ସରକାର ବେଳେ ପିଆଜ ଦରବୃଦ୍ଧିକୁ ନେଇ ସେତେବେଳେ ବିରୋଧୀ ଦଳ ସାଂସଦ ଥିବା ସ୍ମୃତି ଇରାନୀ ଏକ ମଜାଦାର ଟ୍ୱିଟ୍ କରିଥିଲେ। ଏଥିରେ ସେ ‘ମହଙ୍ଗା ଦରରେ ପିଆଜ କିଣୁଥିବା ଗ୍ରାହକଙ୍କ ଉପରେ ଆୟର ବିଭାଗ ନଜର ଥିବା ଓ ପିଆଜ ନ କିଣିବାକୁ’ ଉଲ୍ଲେଖ କରିଥିଲେ। ତେବେ ମନମୋହନ ସିଂହଙ୍କ ୟୁପିଏ ସରକାରରେ ପିଆଜ ଦର ଶହେ ଟଙ୍କାକୁ ବି ଯାଇ ନଥିଲା। ହେଲେ ନରେନ୍ଦ୍ର ମୋଦିଙ୍କ ସରକାରରେ କେଜି ଦେଢଶହ ଟଙ୍କାରେ ପହ଼ଞ୍ଚିଥିଲେ ବି ସ୍ମୃତି ଟ୍ୱିଟ୍ ନ କରିବା ସମସ୍ତଙ୍କୁ ଚକିତ କରିଛି।