Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ବାସ୍ତୁ ଅନୁସାରେ ପର୍ସରେ ଏହି ଜିନିଷ ରଖିବା ହୋଇପାରେ କ୍ଷତିକାରକ

5/03/2019 at 4:33 PM

ବିଶ୍ୱରେ ପ୍ରତ୍ୟେକ ମଣିଷ ଚାହେଁ, ଖର୍ଚ୍ଚ କମ ହେଉ ଓ ଆୟ ବୃଦ୍ଧି ହେଉ। ଏଥିପାଇଁ କଠିନ ପରିଶ୍ରମ ସହ ବେକାର ଖର୍ଚ୍ଚ ବନ୍ଦ କରିବା ଆବଶ୍ୟକ। କେବଳ ସେତିକି ନୁହଁ ପର୍ସରେ ଟଙ୍କା ରଖିବା ଜଡିତ କିଛି ବାସ୍ତୁ ସୂଚନା ଜାଣିବା ଦରକାର । ଏହା ଦ୍ୱାରା ଖାସ ଲାଭ ପ୍ରାପ୍ତ ହୋଇଥାଏ। ତେବେ କିଛି ଜିନିଷ ପସର୍ରେ ରଖିବା ଅନୁଚିତ୍‌।
୧. ପର୍ସରେ ଚାବି ରଖିବା ଅନୁଚିତ୍‌। ଏହା ଦ୍ୱାରା ଆର୍ଥିକ କ୍ଷତି ହୋଇଥାଏ ।
୨. ପର୍ସ ଭିତରେ କାଗଜଟଙ୍କାକୁ ମୋଡି ରଖିବା ଅଶୁଭ ।          
୩. ଟଙ୍କା ସହ କୌଣସି ବିଲ୍‌ କିମ୍ୱା ରସିଦ ପର୍ସରେ ରଖିଲେ ଆର୍ଥିକ ବିବାଦ ବଢିଥାଏ ।
୪. ପର୍ସରେ ବିଡି, ସିଗରେଟ, ଗୁଟକା ବା ଅନ୍ୟାନ ନିଶାଦ୍ରବ୍ୟ ରଖିବା ଅନୁଚିତ୍‌ ।
୫. ସାର୍ଟ କିମ୍ୱା ପ୍ୟାଣ୍ଟର ବାମ ପାର୍ଶ୍ୱ ପକେଟରେ ପର୍ସ ରଖିବା ଶୁଭ ।
୬. ରାତିରେ ଶୋଇବା ସମୟରେ ପର୍ସକୁ ମୁଣ୍ଡ ପାଖରେ ନରଖି ଆଲମାରିରେ ରଖିବା ଉଚିତ୍‌।
୭. ଶୌଚ ସମୟରେ ପର୍ସ ଆଗ ପକେଟ୍‌ରେ ରଖିବା ଉଚିତ୍‌ ।
୮. ନଷ୍ଟ ହୋଇଥିବା ପର୍ସ ବ୍ୟବହାର କରିବା ଅନୁଚିତ୍‌ ।
୯. ପର୍ସରେ ନୋଟ୍‌ ଓ ମୁଦ୍ରା ଅଲଗା ଅଲଗା ଜାଗାରେ ରଖିବା ଆବଶ୍ୟକ ।
୧୦. ପର୍ସରେ ପୁର୍ଣ୍ଣିମାକୁ ଲାଲ କପଡାରେ ବାନ୍ଧି ରଖିଲେ ବେକାର ଖର୍ଚ୍ଚ ହେବ ନାହିଁ ।
୧୧. ୨୧ଟି ନିଖୁଣ ଚାଉଳ ପର୍ସରେ ରଖିବା ଶୁଭ ।

 

   Related Posts