Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଶ୍ଵସ୍ତି: କମୁଛି କରୋନା ପ୍ରଭାବ, ୨୪ ଘଣ୍ଟାରେ ଆରୋଗ୍ୟ ହେଲେ ୮୦୯ ସଂକ୍ରମିତ
  • ||
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||
  • ନୂଆପଡା : ମେଡିକାଲରେ ଚାକିରୀ ଦେବାକୁ କହି ଠକୁଥିଲା ଯୁବକ, ଗିରଫ କଲା ପୋଲିସ
  • ||
  • ସମ୍ବଲପୁର : ଦନ୍ତା ହାତୀର ମୃତଦେହ ଠାବ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଅଭିଯୋଗ
  • ||
  • ଗଞ୍ଜାମ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ବିଜେପି ଓ କଂଗ୍ରେସ ପକ୍ଷରୁ ଏତଲା
  • ||
  • ପୁରୀ : ଅନଲାଇନରେ ନିର୍ମାଲ୍ୟ ବିକ୍ରି କରିବା ନେଇ ସିଂହଦ୍ବାର ଥାନାରେ ଆମାଜନ ଇଣ୍ଡିଆ ବିରୋଧରେ ସେବାୟତଙ୍କ ଏତଲା
  • ||

ଖୋଳୁଥିବାବେଳେ ଘର ବଗିଚାରେ ସ୍ବାମୀ ସ୍ତ୍ରୀଙ୍କୁ ମିଳିଲା ଏକ ବାକ୍ସ : ବାକ୍ସ ଖୋଲିବା ପରେ ହୋଇଗଲେ ଆଶ୍ଚର୍ଯ୍ୟ

29/01/2019 at 11:02 AM

ଷ୍ଟେଲନ୍ ଆଇଲ୍ୟାଣ୍ଡ ୨୯/୧: ଯଦି ଆପଣ ଘର ବଗିଚାରେ ଖୋଳୁଛନ୍ତି ଆଉ ହଠାତ୍ ଆପଣଙ୍କୁ କିଛି ଏପରି ଜିନିଷ ମିଳିଯାଏ ଯାହା ଆପଣ କେବେ ଭାବିନଥିବେ- ତେବେ ଆପଣଙ୍କ ପ୍ରତିକ୍ରିୟା କ’ଣ ହେବ? ଠିକ୍ ଏପରି ଏକ ଘଟଣା ଘଟିଛି ନ୍ୟୁଜିଲ୍ୟାଣ୍ଡର ଷ୍ଟେଲନ୍ ଆଇଲ୍ୟାଣ୍ଡର ଏକ ଦମ୍ପତ୍ତିଙ୍କ ସହ। ବାସ୍ତବରେ ଏହି ସ୍ବାମୀ ସ୍ତ୍ରୀଙ୍କ ବଗିଚାରୁ ଏକ ଧନ ରତ୍ନର ଭଣ୍ଡାର ମିଳିଛି।

ଏଠାରେ ରହୁଥିବା ମାଥ୍ୟୁ ଏବଂ ତାଙ୍କ ପତ୍ନୀ ମାରିଆ ନିଜ ଘର ବଗିଚାରେ ଗଛ ଲଗାଇବା ପାଇଁ ମାଟି ଖୋଳୁଥିଲେ। ଦୁହେଁ କିଛି ଫୁଟ ଯାଏଁ ମାଟି ଖୋଳିଥିଲେ। ଏହି ସମୟରେ ତାଙ୍କୁ ଏକ ଲୁହାର ବାକ୍ସ ଦେଖାଯାଇଥିଲା। ତାଙ୍କୁ ଲାଗିଥିଲା ଏହା ଏକ ସାଧାରଣ ଲୁହାର ବାକ୍ସ ହୋଇଥିବ। କିନ୍ତୁ ଯେତେବଳେ ଦୁହେଁ ଏହି ବାକ୍ସକୁ ଖୋଲିଥିଲେ ତାଙ୍କ ପାଦ ତଳୁ ମାଟି ଖସିଯାଇଥିଲା। ପ୍ରକୃତରେ ଏହି ବାକ୍ସରେ ସୁନା ଚାନ୍ଦି ହୀରା ଭରି ରହିଥିଲା। ଏହା ସହିତ ସେ ବାକ୍ସରୁ କେତେକ ବ୍ୟାଗ୍ ମଧ୍ୟ ମିଳିଥିଲା। ସେହି ବ୍ୟାଗ୍ ଗୁଡ଼ିକରେ ବହୁ ସଂଖ୍ୟକ ସୁନା ମୁଦି ଏବଂ ଚେନ୍ ଥିଲା। ଏହି ଧନ ରତ୍ନର ମୂଲ୍ୟ ପାଖାପାଖି ୫୨ହଜାର ଡଲାର ଅର୍ଥାତ୍ ୩୫ଲକ୍ଷ ଟଙ୍କା ଥିଲା।

ଏହି ସବୁ ଜିନିଷ ମିଳିବା ପରେ ମାଥ୍ୟୁ ଏବଂ ମାରିଆ ଜାଣି ଯାଇଥିଲେ ଯେ ଏହା ଚୋରି କରାଯାଇଥିବା ସମ୍ପତ୍ତି ଯାହାକୁ ଏଠାରେ ପୋତାଯାଇଥିଲା। ଏହା ସହିତ ଏହି ବାକ୍ସରେ ଏକ ଠିକଣା ମଧ୍ୟ ଲେଖାହୋଇଥିଲା ଏବଂ ଏହି ଠିକଣା ତାଙ୍କ ପଡ଼ୋଶୀଙ୍କ ଥିଲା। ମାଥ୍ୟୁ ସେହି ବାକ୍ସକୁ ନେଇ ଠିକଣା ଅନୁସାରେ ପଡ଼ୋଶୀଙ୍କ ଘରକୁ ଯାଇଥିଲେ ଏବଂ ପୋଲିସଙ୍କୁ ମଧ୍ୟ ଖବର ଦେଇଥିଲେ। ମାଥ୍ୟୁ ତାଙ୍କ ପଡ଼ୋଶୀଙ୍କୁ ପଚାରିଥିଲେ ଯେ କେବେ ତାଙ୍କ ଘରେ କିଛି ଚୋରି ହୋଇଥିଲା କି ନାହିଁ। ପଡ଼ୋଶୀ ଜଣକ କହିଥିଲେ ,‘ହଁ,ହୋଇଥିଲା’’। ଏବଂ ପଡ଼ୋଶୀଙ୍କ କଥାକୁ ମଧ୍ୟ ନ୍ୟୁୟର୍କ ପୋଲିସ୍ କନଫର୍ମ କରିଥିଲା। ପୋଲିସ୍ କହିଥିଲା ଯେ ୨୦୧୧ମସିହାରେ ଏହି ଠିକଣା ଅନୁସାରେ ଜଣଙ୍କ ଘରେ ୫୨ହଜାର ଡଲାର ସମ୍ପତ୍ତି ଚୋରି ହୋଇଥିବାର ଅଭିଯୋଗ ଆସିଥିଲା। ଏହା ପରେ ମାଥ୍ୟୁ ଏବଂ ମାରିଆ ଧନ ରତ୍ନକୁ ତାଙ୍କ ପଡ଼ୋଶୀଙ୍କୁ ହସ୍ତାନ୍ତର କରିଥିଲେ। ଦମ୍ପତ୍ତିଙ୍କ ଏହି ସଚ୍ଚୋଟ ପଣିଆ ପାଇଁ ତାଙ୍କୁ ବିଭିନ୍ନ ମହଲରୁ ସମ୍ବର୍ଦ୍ଧନା ଦିଆଯିବା ସହ ସେ ଏକ ଉଦାହରଣ ପାଲଟିଯାଇଛନ୍ତି ।    

   Related Posts