ମଞ୍ଚରେ ଭାଷଣ ଦେଉଥିଲେ ମୁଖ୍ୟମନ୍ତ୍ରୀ ଶିବରାଜ, ସଭାରେ କିରୋସିନି ଢାଳି ନିଜକୁ ନିଆଁ ଲଗାଇ ଦେଲେ କୃଷକ

Published By : Prameya-News7 Bureau | January 27, 2021 IST

ଦେଭାସ ୨୭।୦୧: ମଧ୍ୟ ପ୍ରଦେଶର ଦେଭାସ ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ଵାନଙ୍କ ସାଧାରଣ ସଭାରେ ଜଣେ କୃଷକ ନିଜ ଦେହରେ କିରୋସିନି ଢାଳି ଆତ୍ମାହୂତି ଉଦ୍ୟମ କରିଛନ୍ତି। ଘଟଣା ବୁଧବାର ସନ୍ଧ୍ୟା ପ୍ରାୟ ୫ଟାରେ ସେହି ସମୟରେ ଘଟିଛି ଯେତେବେଳେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ଵାନ  ଜିଲ୍ଲା ମୁଖ୍ୟାଳୟରେ ସାଧାରଣ ସଭାକୁ ସମ୍ବୋଧିତ କରୁଥିଲେ। ହେଲେ ଆତ୍ମାହୂତି ଉଦ୍ୟମ କରୁଥିବା କୃଷକଙ୍କୁ ସେଠାରେ ଉପସ୍ଥିତ ପୋଲିସ କର୍ମଚାରୀ ବଞ୍ଚାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି।

{"id":399596,"sizeSlug":"large","linkDestination":"none"}

ସୂଚନା ଅନୁଯାୟୀ, ଦେଭାସ ଜିଲ୍ଲା ମୁଖ୍ୟାଳୟରେ ସାଧାରଣ ସଭାକୁ ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରୁଥିବା ବେଳେ ଏହି ସମୟରେ ପିପଲରାଓ୍ଵାଇ ଥାନା ଅନ୍ତର୍ଗତ କୁମାରିଆ ଗାଁର ୪୮ ବର୍ଷୀୟ ଅନୁପ ସିଂହ ହାଡା ନିଜ ଦେହରେ କିରୋସିନି ଢାଳି ଆତ୍ମାହୂତି ଉଦ୍ୟମ କରିଥିଲେ।

{"id":399597,"sizeSlug":"large","linkDestination":"none"}

ଠିକ୍ ସମୟରେ ପୋଲିସ ତାଙ୍କୁ ବଞ୍ଚାଇ ବଡ ଅଘଟଣ ରୋକିବାରେ ସକ୍ଷମ ହୋଇଥିଲେ। ଉକ୍ତ ବ୍ୟକ୍ତିଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିଥିଲେ। କୃଷକ ଜଣକ କହିଛନ୍ତି, ୨୦୨୧ ଜାନୁଆରୀ ୨୧ରେ ତାଙ୍କର, ତାଙ୍କ ଭାଇ ଏବଂ ଅନ୍ୟ ଜଣଙ୍କର ୩ ଟ୍ରାକ୍ଟରକୁ ସିହୋର ପୋଲିସ ବଳପୂର୍ବକ ନେଇ ଯାଇଛି। ଏହାକୁ ନେଇ ସେ ଜାନୁଆରୀ ୨୫ରେ ଏସପିଙ୍କଠାରେ ଅଭିଯୋଗ କରିଥିଲେ। ହେଲେ କିଛି ସୁଫଳ ମିଳିଲାନି। ଏଥିପାଇଁ ସେ ଆତ୍ମାହୂତି ଉଦ୍ୟମ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.