Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ଟି-୨୦ ବିଶ୍ଵ କପ୍ ପାଇଁ ଭାରତୀୟ ଦଳରେ କେଉଁ ବୋଲରଙ୍କ ଚୟନ ସୁନିଶ୍ଚିତ, ନାଁ କହିଲେ ଆକାଶ ଚୋପ୍ରା

2/07/2021 at 10:34 PM

ନୂଆଦିଲ୍ଲୀ ୦୨।୦୭: ଟି-୨୦ ବିଶ୍ଵ କପ୍ ୨୦୨୧ ଚଳିତ ବର୍ଷ ୟୁଏଇ ଓ ଓମାନରେ ଖେଳାଯିବ। ଅକ୍ଟୋବର ୧୭ରେ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ। ଏହି ବିଶ୍ଵ କପକୁ ନେଇ ଭାରତୀୟ ଦଳର ପୂର୍ବତନ ଓପନିଂ ବ୍ୟାଟସମ୍ୟାନ ଭାରତୀୟ ଦଳର ବୋଲିଂକୁ ନେଇ ନିଜର ରାୟ ସଭିଙ୍କ ସାମ୍ନାରେ ରଖିଛନ୍ତି। ଆକାଶ ଚୋପ୍ରା ସେହି ଦ୍ରୁତ ବୋଲରଙ୍କ ନାଁ କହିଛନ୍ତି, ଯାହାଙ୍କୁ ଦଳରେ ଚୟନ କରାଯିବାର ଯଥେଷ୍ଟ ସମ୍ଭାବନା ରହିଛି। ଆକାଶଙ୍କ ଅନୁଯାୟୀ, ଭାରତୀୟ ଦଳରେ ଯଶପ୍ରୀତ ବୁମରା, ଭୁବନେଶ୍ଵର କୁମାର ଓ ଦୀପକ ଚହରଙ୍କ ନାଁ ସୁନିଶ୍ଚିତ। କିନ୍ତୁ ଭାରତକୁ ଅତିରିକ୍ତ ବୋଲର ଭାବେ ଅନ୍ୟ ଚାରି ଖେଳାଳିଙ୍କୁ ଚୟନ କରିବାକୁ ପଡିବ। ତାଙ୍କ ଅନୁଯାୟୀ, ସେହି ଚାରି ବୋଲର ହେଉଛନ୍ତି ନବଦୀପ ସାଇନି, ଶାର୍ଦ୍ଦୁଳ ଠାକୁର, ଟି ନଟରାଜନ ଓ ମହମ୍ମଦ ଶାମି।

ଶ୍ରୀଲଙ୍କା ଗସ୍ତରେ ନବଦୀପ ସାଇନି ଓ ଦୀପକ ଚହରଙ୍କ ପ୍ରଦର୍ଶନ ଉପରେ ସଭିଙ୍କ ନଜର ରହିବ। ଏହା  ବ୍ୟତୀତ ମହମ୍ମଦ ଶାମି ଓ ଶାର୍ଦ୍ଦୁଳ ଠାକୁର ସଂପ୍ରତି ଇଂଲଣ୍ଡ ଗସ୍ତରେ ଅଛନ୍ତି। ଦୁଇ ବୋଲର ବିଶ୍ଵ କପ୍ ଦଳରେ ନିଜ ନାଁ ଦେଖି ପାରନ୍ତି। ଶାମିଙ୍କ ପାଖରେ ଯଥେଷ୍ଟ ଅଭିଜ୍ଞତା ରହିଛି ଯେଉଁ କାରଣରୁ ତାଙ୍କୁ ଦଳରେ ସ୍ଥାନ ମିଳିପାରେ। ଅନ୍ୟପଟେ ଶାର୍ଦ୍ଦୁଳ ଠାକୁର କିଛି ବର୍ଷ ହେବ ଭାରତ ପାଇଁ ଭଲ ପ୍ରଦର୍ଶନ କରି ଆସୁଛନ୍ତି। ସେ ଅନେକ ସମୟରେ ଭଲ  ବ୍ୟାଟିଂ ମଧ୍ୟ କରିଛନ୍ତି। ନିଜର ଅଲରାଉଣ୍ଡ କ୍ଷମତା ଯୋଗୁଁ ଦଳରେ ସ୍ଥାନ ପାଇବାକୁ ପ୍ରବଳ ଦାବିଦାର।

ଆକାଶ ଚୋପ୍ରା କହିଛନ୍ତି, ଟି ନଟରାଜନଙ୍କ ଉପରେ ମଧ୍ୟ ସଭିଙ୍କ ନଜର ରହିବ। ତାଙ୍କୁ ଭାରତ ପାଇଁ ଯେତେ ସୁଯୋଗ ମିଳିଛି ଭଲ ପ୍ରଦର୍ଶନ କରିଛନ୍ତି। ଟି ନଟରାଜନ ଆହତ କାରଣରୁ ଭାରତୀୟ ଦଳରୁ ବାହାରେ ଅଛନ୍ତି। କିନ୍ତୁ ନିଜର ଗତ ଦମଦାର ପ୍ରଦର୍ଶନ ବଳରେ ଦଳରେ ସ୍ଥାନ ପାଇବାକୁ ଦାବିଦାର ଅଟନ୍ତି। ସେ କହିଛନ୍ତି ସ୍ପିନର ଭାବେ ରବୀନ୍ଦ୍ର ଜାଡେଜା, ଓ୍ଵାଶିଂଟନ ସୁନ୍ଦର, ୟୁଜବେନ୍ଦ୍ର ଚହଲଙ୍କ ରୂପେ ଦଳରେ ଅନେକ ବିକଳ୍ପ ରହିଛି। ଏହା ବ୍ୟତୀତ ଶ୍ରୀଲଙ୍କା ଗସ୍ତରେ କୁଲଦୀପ ଯାଦବ, ରାହୁଲ ଚହର ଓ ବରୁଣ ଚକ୍ରବର୍ତ୍ତୀଙ୍କ ପ୍ରଦର୍ଶନ ଉପରେ ସଭିଙ୍କ ନଜର ରହିବ। ନିଜର ୟୁଟ୍ୟୁବ୍ ଚ୍ୟାନେଲ୍‌ରେ ଆକାଶ ଏହି କଥା କହିଛନ୍ତି।

   Related Posts