Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ହାଇଦରକୁ ଜଗୁଥିବା ପୋଲିସ କର୍ମଚାରୀ ରହୁଥିଲେ ଲଜ୍‌ରେ, ମାର୍ଚ୍ଚ ୨୩ରେ ହୋଇଥିଲା ରୁମ୍ ବୁକିଂ

13/04/2021 at 8:28 PM

କଟକ ୧୩।୦୪: କୁଖ୍ୟାତ ଅପରାଧୀ ଗ୍ୟାଙ୍ଗଷ୍ଟର ହାଇଦର ଫେରାର  ହେବା ଘଟଣାରେ ଯେତେ ଦିନ ବିତୁଛି ଗୋଟିଏ ପରେ ଗୋଟିଏ ଖୁଲାସା ହେବାରେ ଲାଗିଛି। କଟକ ବଡ ମେଡିକାଲରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣାରେ ଏକ ଗୁରୁତ୍ଵପୂର୍ଣ୍ଣ ସୂଚନା ହସ୍ତଗତ ହୋଇଛି। ହାଇଦରକୁ ଜଗିଥିବା ପୁଲିସ କର୍ମଚାରୀ ଲଜ୍‌ରେ ରହିଥିଲେ।

ହାଇଦରକୁ ଜଗୁଥିବା ୬ ପୁଲିସ କର୍ମଚାରୀ ମଙ୍ଗଳାବାଗର ଅହଲ୍ୟା  ଲଜ୍‌ରେ ରହୁଥିଲେ। କନଷ୍ଟେବଲ ମହମ୍ମଦ ମୌସିମ ରୁମ୍ ବୁକ୍ କରିଥିଲେ।  ବଡ କଥା ହାଇଦର ଫେରାର ହେବା ଦିନ ଡ୍ୟୁଟି କରୁଥିବା ମୌସିମ ଲଜ୍‌ ବୁକିଂ କରିଥିଲେ। ଏହାର ସୂଚନା ଖୋଦ୍‌ ଅହଲ୍ୟା ଲଜ୍‌ର କର୍ମଚାରୀ ଦେଇଛନ୍ତି। କର୍ମଚାରୀଙ୍କ ଅନୁଯାୟୀ, ମାର୍ଚ୍ଚ ୨୩ ତାରିଖ ଦିନ ମହମ୍ମଦ ମୌସିମ ୨ଟି ରୁମ୍ ବୁକ୍ କରିଥିଲେ। ଦିନକ ପରେ ଗୋଟିଏ ରୁମ୍ ଛାଡି ଗୋଟିଏରେ ରହୁଥିଲେ।

ସୂଚନାଯୋଗ୍ୟ, ହାଇଦରକୁ  ହସ୍ପିଟାଲରୁ ଖସାଇ ଦେଶ ବାହାରକୁ ପଠାଇ ଦେବାକୁ ସୁଚିନ୍ତିତ ଯୋଜନା କରାଯାଇଛି। ବର୍ଡର ପାର  ହୋଇ  ସବୁ ଦିନ ପାଇଁ ଫେରାର ହେବା ଚକ୍କରରେ ରହିଛି  ହାଇଦର। ଏଭଳି କିଛି ସୁରାକ୍ ମିଳିବା ପରେ ଓଡିଶା ପୁଲିସ ଦୁର୍ଦ୍ଦାନ୍ତ ହାଇଦରକୁ ଧରିବା ପାଇଁ ସୀମାନ୍ତରେ ଜାଲ ବିଛାଇବା ଆରମ୍ଭ କରିଛି। ହାଇଦର ଯେମିତି ସୀମା ପାର୍‌  ହୋଇ ଦେଶ ବାହାରକୁ କି କୌଣସି ପଡୋଶୀ ଦେଶକୁ ଚାଲିନଯାଏ ସେଥିପାଇଁ ସବୁ ସୀମାବର୍ତ୍ତୀ ଇଲାକାରେ ପୁଲିସର ସ୍ଵତନ୍ତ୍ର ଟିମ୍ ଯାଇ ଡେରା ପକାଇଛି। ହେଲେ ଖବର ଆସୁଛି ଯେ, ହାଇଦର କେନ୍ଦ୍ରାପଡାର ଜମ୍ବୁ ଦେଇ ଜଳପଥରେ ବାଂଲାଦେଶ ଫେରାର ହୋଇ ଯାଇଛି।

ହାଇଦରର ସହଯୋଗୀ ୟାକୁବକୁ ମଙ୍ଗଳବାର ଗିରଫ କରିଛି ମଙ୍ଗଳାବାଗ ଥାନା ପୋଲିସ । ସୋମବାର ଚାଉଳିଆଗଞ୍ଜ ଥାନାରେ ଆତ୍ମସମର୍ପଣ କରିଥିଲା ୟାକୁବ । ହାଇଦର ସହ ସମ୍ପର୍କ ରଖିବା ଓ ତାକୁ ଖାଦ୍ୟ ଯୋଗାଇବା ଅଭିଯୋଗରେ ଗିରଫ କରିଛି ପୋଲିସ । ମଙ୍ଗଳବାର ୟାକୁବକୁ କୋର୍ଟ ଚାଲାଣ କରାଯାଇପାରେ ବୋଲି ସୂଚନା ମିଳିଛି ।

ଏସସିବି ମେଡିକାଲ ସର୍ଜରୀ ୱାର୍ଡ଼ ବାହାରୁ ଏକ କାର୍‌ରେ ହାଇଦରକୁ ତା’ର ପୁଅ ସମେତ ୪ରୁ ୫ଜଣ ବ୍ୟକ୍ତି ଖସାଇ ନେଇଥିବା କୁହାଯାଉଛି । ହସ୍ପିଟାଲରେ ଲାଗିଥିବା ସିସିଟିଭିରେ କଏଦ ହୋଇଥିବା ଭିଜୁଆଲରୁ ପୋଲିସ ସେହି କାରର ନମ୍ବର ଜାଣିବାକୁ ଚେଷ୍ଟା କରୁଛି । ଏଥି ସହ ହାଇଦର ସହଯୋଗୀଙ୍କ ଫୋନ୍‌କୁ ମଧ୍ୟ ଟ୍ରାକିଂ କରାଯାଉଛି । ହାଇଦରକୁ ଧରିବାକୁ ୩୦ଜିଲ୍ଲାର ଏସପିଙ୍କ ଆଲର୍ଟ କରିଛନ୍ତି ପୋଲିସ ଡିଜି । ଏଥିସହ ସାରା ରାଜ୍ୟରେ ଏସଟିଏଫ୍‌ ଟିମ୍‌ ସଜାଗ ଥିବା ବେଳେ  ତନାଘନା ଚଳାଇଛି ୮ଟି ସ୍ପେଶାଲ ଟିମ୍‌ । ସେହିଭଳି ଗ୍ୟାଙ୍ଗଷ୍ଟର ହାଇଦର ଫେରାର୍‌ ଷଡ଼ଯନ୍ତ୍ରରେ  ଯଦି କୌଣସି ସୁରକ୍ଷାକର୍ମୀ ସାମିଲ ଥାନ୍ତି ତାହେଲେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠା ହେବ ବୋଲି କହିଥିଲେ ଜେଲ୍‌ ଡିଆଇଜି ଶୁଭ୍ରକାନ୍ତ ମିଶ୍ର ।

   Related Posts