ସଟ୍ଟା ବଜାର ଅନୁଯାୟୀ ୨୦୧୯ ନିର୍ବାଚନରେ କେଉଁ ଦଳକୁ ମିଳିବ କେତେ ଆସନ, ଜାଣନ୍ତୁ

Published By : Prameya-News7 Bureau | April 04, 2019 IST

ଗାନ୍ଧୀନଗର ୪/୪ : ଆଉ ସପ୍ତାହେ ପରେ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ନିର୍ବାଚନ |ତେଣୁ ଏବେ ଦେଶରେ ସଟ୍ଟା ବଜାର ପୁରା ଗରମ ଅଛି | କେଉଁ ଦଳକୁ କେତେ ଆସନ ମିଳିବ ସେନେଇ ସଟ୍ଟା ଲଗାଯାଉଛି | ଗୁଜରାଟରେ ସଟ୍ଟା ବଜାର ମାହୋଲ ପୁରା ସରଗରମ ରହିଛି | ବିଶେଷକରି ଅହମଦାବାଦ ଏବଂ ଉତ୍ତର ଗୁଜରାଟ ଅଂଚଳରେ ଲୋକସଭା ଆସନକୁ ନେଇ ସଟ୍ଟା ଲଗାଯାଉଛି |ସଟ୍ଟା ବଜାରରେ ଦିଲ୍ଲୀର ହାର ଜିତକୁ ନେଇ ମଧ୍ୟ ଆକଳନ ଆରମ୍ଭ ହୋଇଯାଇଛି | ସଟ୍ଟା ବଜାରୀଙ୍କ କହିବାନୁଯାୟୀ, ବିଜେପି ହେଉଛି ଦେଶର ସବୁଠାରୁ ବଡ ଦଳ, କିନ୍ତୁ ବିଜେପି ବହୁ ସଂଖ୍ୟକ ଭୋଟ ନ ପାଇପାରେ | ପାକିସ୍ତାନରେ ଭାରତୀୟ ବାୟୁସେନାର ହମଲା ଯୋଗୁଁ ଗୁଜରାଟରେ ବିଜେପିକୁ ଲାଭ ମିଳିବ | କଂଗ୍ରେସର ସ୍ଥିତି ଏବଂ ମହାମେଣ୍ଟକୁ ନଜର ରଖି ସଟ୍ଟା ବଜାରୀ କହିଛନ୍ତି ଯେ, ଏନଡିଏ ସହଜରେ ସରକାର ଗଠନ କରିବ |

{"id":100206}


ପୋଲିସର ସତର୍କତା ସତ୍ୱେ, ପ୍ରତିଥର ନିର୍ବାଚନବେଳେ ସଟ୍ଟାରେ କୋଟି କୋଟି ଟଙ୍କା ଲଗାଯାଇଥାଏ | ରାଜନୈତିକ ଦଳ ସଟ୍ଟାର ସ୍ଥିତିକୁ ବହୁତ ଗୁରୁତ୍ୱ ଦେଇଥାନ୍ତି | ଗୁଜରାଟ ସଟ୍ଟା ବଜାରୀଙ୍କ କହିବାନୁଯାୟୀ, ଵାଲାକୋଟ ଏୟାର ଷ୍ଟ୍ରାଇକ ପୂର୍ବରୁ ଏନଡିଏ ଏବଂ ବିଜେପିର ସ୍ଥିତି ବହୁତ ଖରାପ ଥିଲା | ସେତେବେଳେ ବିଜେପି ଓ ଏନଡିଏକୁ ୧୮୦ରୁ ୨୦୦ ଆସନ ମିଳୁଥିଲା |

{"id":100207}


କିନ୍ତୁ ଏୟାର ଷ୍ଟ୍ରାଇକ ପରେ ଏହି ଆସନ ସଂଖ୍ୟା ବଢି ୨୮୦ ରୁ ୩୦୦ ହୋଇଯିବ ବୋଲି ଆଲୋଚନା ହେଉଛି |
ଏୟାର ଷ୍ଟ୍ରାଇକ ପୂର୍ବରୁ କଂଗ୍ରେସକୁ ୧୬୦ ରୁ ୧୯୦ ଆସନ ମିଳିବ ବୋଲି ଆକଳନ କରାଯାଉଥିଲା | ସେତେବେଳେ କଂଗ୍ରେସର ଗୋଟିଏ ଆସନର ମୂଲ୍ୟ ଥିଲା ୭ ଟଙ୍କା ଥିଲା | କିନ୍ତୁ ଏବେ କଂଗ୍ରେସର ପ୍ରତି ଆସନର ମୂଲ୍ୟ ୧୦ ଟଙ୍କା ହୋଇଯାଇଛି | ତେବେ କଂଗ୍ରେସ ନେତୃତ୍ବରେ ୟୁପିଏକୁ କେତେ ଆସନ ମିଳିବ ସେନେଇ ଏପର୍ଯ୍ୟନ୍ତ କିଛି ଆକଳନ କରାଯାଇନାହିଁ |

{"id":100208}


ଗୁଜରାଟ ଛଡା ରାଜସ୍ଥାନ ଏବଂ ମହାରାଷ୍ଟ୍ରରେ ମଧ୍ୟ ସଟ୍ଟା ବଜାରୀ ନିଜର ବ୍ୟବସାୟ ଆରମ୍ଭ କରିଦେଇଛନ୍ତି | ତେବେ ରାଜସ୍ଥାନ ଏବଂ ମହାରାଷ୍ଟ୍ର ସଟ୍ଟା ବ୍ୟବସାୟୀଙ୍କ କହିବାନୁଯାୟୀ, ବିଜେପି ନିଜର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ମୋଦିଙ୍କୁ ଛିଡା କରାଇଛି | କିନ୍ତୁ କଂଗ୍ରେସ ଏବେ ଯାଏଁ ପ୍ରଧାନମନ୍ତ୍ରୀ ପଦବୀ ପାଇଁ ପ୍ରାର୍ଥୀ ଚୟନ କରିନାହିଁ | ତେବେ ଯଦି କଂଗ୍ରେସ ପ୍ରଧାନମନ୍ତ୍ରୀ ପଦବୀ ପ୍ରାର୍ଥୀ ନାଁ ଘୋଷଣା କରେ ତାହେଲେ କଂଗ୍ରେସ ଅଧିକ ଆସନରେ ବିଜୟୀ ହେବ ବୋଲି କହିଛନ୍ତି |

{"id":100209,"width":578,"height":364}


କଂଗ୍ରେସ ଦ୍ୱାରା ଘୋଷଣା ହୋଇଥିବା ପ୍ରାର୍ଥୀ ତାଲିକା ପରେ କଂଗ୍ରେସ ଆସନ ବଢ଼ିବାରେ ଲାଗିଛି କିନ୍ତୁ ବିଜେପିର ଏପର୍ଯ୍ୟନ୍ତ ବାକି ଅଛି | ଉଭୟ ପକ୍ଷର ପ୍ରାର୍ଥୀ ଘୋଷଣା ସରିବା ପରେ ସଟ୍ଟା ବଜାର ଖେଳାଳୀ ନୂଆ ଦାମ ନିର୍ଧାରଣ କରିବେ | ୨୦୧୪ ଲୋକସଭା ନିର୍ବାଚନବେଳେ ସଟ୍ଟା ବଜାରରେ ଯେଉଁ ମୂଲ୍ୟ ନିର୍ଧାରଣ କରାଯାଇଥିଲା, ତା' ଅନୁସାରେ ଏନଡିଏକୁ ବହୁମତ ମିଳିଥିଲା |


ତେବେ ନିର୍ବାଚନ ମାହୋଲକୁ ଦେଖି ଆସନରେ ପରିବର୍ତ୍ତନ ହୋଇଥାଏ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.