Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

ଟ୍ରେଡ଼ମିଲ୍ ନା ଆଉଟଡୋର୍ ୱାର୍କଆଉଟ୍ ? ସ୍ୱାସ୍ଥ୍ୟ ପାଇଁ କେଉଁଟି ଭଲ ?

31/01/2021 at 4:53 PM

ଭୁବନେଶ୍ୱର ୩୧/୦୧ : ଫିଟ୍ ଓ ସୁସ୍ଥ ରହିବାକୁ ଆସନ ବ୍ୟାୟାମ ସବୁଠାରୁ ଭଲ ଓ ସୁଲଭ ତରିକା। ଆସନ ବ୍ୟାୟାମ ଦ୍ୱାରା ଓଜନ ହ୍ରାସ ପାଇବା ସହ ମୁଡ଼ ମଧ୍ୟ ଭଲ କରିଥାଏ। ଫିଟ୍ ରହିବା ପାଇଁ ଚାଲିବା ସବୁଠାରୁ ସହଜ ଓ ସୁଲଭ ତରିକା। ଆପଣ ଚାହିଁଲେ ବାହାରେ ପାର୍କରେ ଚାଲି ପାରିବେ ଅଥବା ଟ୍ରେଡମିଲରେ ଚାଲିପାରିବେ। କିନ୍ତୁ କେଉଁଟି ଆପଣଙ୍କ ପାଇଁ ଭଲ ? କେଉଁଟିକୁ ପ୍ରାଥମିକତା ଦେବା ଉଚିତ ଜାଣନ୍ତୁ।

ଲକଡାଉନ୍ ବେଳେ ଲୋକଙ୍କୁ ବାହାରକୁ ଯିବାକୁ ବାରଣ କରାଯାଇଥିଲା। ସେତେବେଳେ ଲୋକେ ଘରେ ୱାର୍କଆଉଟ କରୁଥିଲେ। ଯେଉଁମାନଙ୍କ ପାଖରେ ଟ୍ରେଡମିଲ ସୁବିଧା ଥିଲେ ସେମାନେ ଘରେ ରହି ଚାଲିବା ପସନ୍ଦ କରୁଥିଲେ। ବାହାରେ ଚାଲିବା ଜଳବାୟୁ ଉପରେ ନିର୍ଭର କରିଥାଏ। ସାଧାରଣତଃ ବର୍ଷା ଦିନରେ ବାହାରେ ଚାଲିବା ସମ୍ଭବ ହୋଇନଥାଏ। ତାଛଡା ଅଦତ୍ୟାଧିକ ସୀତା କିମ୍ବା ଗରମ ଦିନରେ ଟ୍ରେଡମିଲ୍ ଠିକ। ଏହିସବୁ ଦିନରେ ଘରେ ରହି ଟ୍ରେଡ଼ ମିଲରେ ଚାଲିବା ସହଜ ହୋଇଥାଏ।

ଆମେ ସମସ୍ତେ ଜାଣିଛେ ଯେ ଭିଟାମିନ-ଡି ଶରୀର ପାଇଁ କେତେ ଆବଶ୍ୟକ। ଭିଟାମିନ-ଡି ପ୍ରତିରୋଧକ କ୍ଷମତାକୁ ମଜବୁତ କରିଥାଏ। ଏହା ହୃଦ ପ୍ରଣାଳୀ, ମାଂସପେଶୀ ହାଡ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଭିଟାମିନ-ଡି ଅଭାବରେ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇଥାଏ। ସୂର୍ଯ୍ୟ କିରଣ ଭିଟାମିନ-ଡିର ପ୍ରମୁଖ ସ୍ରୋତ।

ସବୁବେଳେ ଘରେ ଆସନ ବ୍ୟାୟାମ କଲେ ଆପଣ ପ୍ରାକୃତିକ ଭିଟାମିନ-ଡିରୁ ବଞ୍ଚିତ ରହିପାରନ୍ତି। ସେଥିପାଇଁ ବାହାରେ କିମ୍ବା ପାର୍କରେ ଚାଲିବା ଉତ୍ତମ ବିକଳ୍ପ ପ୍ରମାଣିତ ହୋଇପାରେ। ତାଛଡା ଚାଲିବା ପାଇଁ ଆପଣଙ୍କୁ କିଛି ଖର୍ଚ୍ଚ ବି କରିବାକୁ ପଡିନଥାଏ। କିନ୍ତୁ ଟ୍ରେଡମିଲ ପାଇଁ ନିବେଶ କରିବାକୁ ପଡିଥାଏ।

ସ୍ୱାସ୍ଥ୍ୟ ଦୃଷ୍ଟିରୁ ବାହାରେ ଚାଲିବା ଓ ଟ୍ରେଡମିଲରେ ଚାଲିବା ଉଭୟ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ। ତେବେ ୱାର୍କଆଉଟ୍ ସହ ସୁସ୍ଥ ଖାଦ୍ୟ ପ୍ରଣାଳୀ ମଧ୍ୟ ଆବଶ୍ୟକ।

   Related Posts