ଆଜି ମକର ସଂକ୍ରାନ୍ତି : ସୂର୍ଯ୍ୟଦେବଙ୍କୁ ଅର୍ପଣ କରନ୍ତୁ ଏହି ଫୁଲ, ମିଳିବ ସରକାରୀ ଚାକିରୀ

Published By : Prameya-News7 Bureau | January 14, 2019 IST

ଭୁବନେଶ୍ୱର ୧୪/୧ : ମକର ସଂକ୍ରାନ୍ତିରେ ଏଥର ମହାଯୋଗ ରହିଛି | ହିନ୍ଦୁ ପାଞ୍ଜି ହିସାବରେ ଦୁଇଦିନ ମକର ସଂକ୍ରାନ୍ତି ପାଳନ କରାଯିବ | ସୂର୍ଯ୍ୟଦେବ ସକାଳ ୭ଟା ୪୫ ମିନିଟରେ ମକର ରାଶିରେ ପ୍ରବେଶ କରିଛନ୍ତି | ମଙ୍ଗଳବାର ଦିନ ସମ୍ପୂର୍ଣ ଭାବେ ମକର ସଂକ୍ରାନ୍ତି ପାଳନ କରାଯିବ | ମଙ୍ଗଳବାର ପଡୁଥିବାରୁ ଏହାକୁ ଅତ୍ୟନ୍ତ ଶୁଭ ବୋଲି ବିଶ୍ୱାସ କରାଯାଉଛି | ମଙ୍ଗଳବାର ଦିନ ମକର ସଂକ୍ରାନ୍ତିକୁ ଏକ ଦୁର୍ଲଭ ଯୋଗ ବୋଲି କୁହାଯାଇଥାଏ | ଏହାକୁ ସର୍ବାର୍ଥ ସିଦ୍ଧି ଯୋଗ ବୋଲି ମଧ୍ୟ କୁହାଯାଇଥାଏ | ଆଜି ସୂର୍ଯ୍ୟଙ୍କ ରାଶି ମଧ୍ୟ ପରିବର୍ତ୍ତନ ହେଉଛି | ଆଜିର ଦିନରେ ଭଗବାନ ଭାସ୍କରଙ୍କୁ ପ୍ରସନ୍ନ କରିବା ପାଇଁ ସୂର୍ଯ୍ୟଙ୍କ ମନ୍ତ୍ର ବହୁତ ଫଳପ୍ରଦ ହୋଇଥାଏ |

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟଙ୍କୁ ନ୍ୟାୟର ଦେବତା ବୋଲି ବିଶ୍ୱାସ କରାଯାଏ | ସୂର୍ଯ୍ୟଙ୍କୁ ଭଗବାନ ଶନିଙ୍କ ପିତା | ସରକାରୀ ଚାକିରୀ ଦେବାରେ ସୂର୍ଯ୍ୟଙ୍କ ଅବଦାନ ରହିଛି | ଗ୍ରହମଣ୍ଡଲରେ ରବିଙ୍କୁ ଯଶର କାରକ ବୋଲି ମଧ୍ୟ କୁହାଯାଇଥାଏ |

{"id":73741}

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଜନ୍ମ କୁଣ୍ଡଳୀରେ ରବିଙ୍କ ସ୍ଥିତି ବହୁତ ମହତ୍ଵପୁର୍ଣ ହୋଇଥାଏ | ମେଷ ରାଶିରେ ଦଶମ ସ୍ଥାନରେ ସୂର୍ଯ୍ୟ ଉଚ୍ଚ ତଥା ତୁଳା ରାଶିରେ ସୂର୍ଯ୍ୟ ଦଶମ ସ୍ଥାନରେ ସମ୍ପୂର୍ଣ ନୀଚ୍ଚ ବୋଲି ବିଚାର କରାଯାଏ | ସିଂହ ରାଶିରେ ୧ରୁ ୨୦ ସ୍ଥାନ ସୂର୍ଯ୍ୟ ମୂଳ ତ୍ରିକୋଣ ତଥା ୨୦ ଇଂଚ ପରେ ସ୍ଵରାଶି ସ୍ଥିତ ବିଚାର କରାଯାଏ | ସୂର୍ଯ୍ୟଙ୍କୁ ପାପ ଗ୍ରହଙ୍କ ଶ୍ରେଣୀଭୁକ୍ତ କରାଯାଇଛି | ସୂର୍ଯ୍ୟଙ୍କୁ କାଳପୁରୁଷଙ୍କ ଆତ୍ମା ବୋଲି ମଧ୍ୟ ବିଚାର କରାଯାଏ | ସୂର୍ଯ୍ୟଙ୍କୁ ପୂର୍ବ ଦିଗର ସ୍ୱାମୀ ତଥା ନାଲି ରଙ୍ଗର ଅଧିପତି ବୋଲି ବିଚାର କରାଯାଏ |

ମାନବ ଶରୀରର ଅସ୍ତିରେ ସୂର୍ଯ୍ୟଙ୍କ ଅଧିକାର ତଥା ସେ ପିତ୍ତକାରକ ମଧ୍ୟ ହୋଇଥାନ୍ତି | ରବି ଗ୍ରହ ମଣିଷକୁ ଆତ୍ମବଳ ଯୋଗେଇଥାଏ | ଆରୋଗ୍ୟ କାମନା ପାଇଁ ସୂର୍ଯ୍ୟଙ୍କୁ ପୂଜା କରାଯାଇଥାଏ | ସୂର୍ଯ୍ୟ ଅଗ୍ନିତତ୍ତ୍ୱର ପ୍ରତିନିଧିତ୍ବ କରିଥାନ୍ତି | ଚନ୍ଦ୍ର, ମଙ୍ଗଳ ଏବଂ ବୃହଷ୍ପତ୍ତି ସୂର୍ଯ୍ୟଙ୍କ ମିତ୍ର ବୋଲି କୁହାଯାଏ | ବୁଧ ଗ୍ରହ ସୂର୍ଯ୍ୟଙ୍କ ସମ ତଥା ଶୁକ୍ର ଗ୍ରହ ଏବଂ ଶନି ଗ୍ରହକୁ ସୂର୍ଯ୍ୟଙ୍କ ଶତ୍ରୁ ବୋଲି ବିଚାର କରାଯାଏ |

{"id":73742}

ବୈଦିକ ଶାସ୍ତ୍ରରେ ସୂର୍ଯ୍ୟ ଗ୍ରହଙ୍କୁ ବହୁତ ମହତ୍ୱ ଦିଆଯାଇଛି | କାରଣ ସୂର୍ଯ୍ୟ ଜଗତର ଆତ୍ମା | ସୂର୍ଯ୍ୟ ଗୋଚର ବର୍ଷରେ ମକର ରାଶିରେ ପ୍ରବେଶ କଲେ ଏହାର ଶୁଭ ପ୍ରଭାବ ପଡିଥାଏ | ମକର ରାଶି ସୂର୍ଯ୍ୟଙ୍କ ପୁତ୍ର ଶନି ଦେବଙ୍କ ରାଶି ହୋଇଥିବାରୁ ଏହି ଦିନ ସୂର୍ଯ୍ୟ ନିଜ ପୁତ୍ରକୁ ସାକ୍ଷତ କରିବାକୁ ଯାଇଥାନ୍ତି ବୋଲି ବିଶ୍ୱାସ କରାଯାଏ | ଏହିଦିନ ଠାରୁ ଶୁଭ କାର୍ଯ୍ୟ ଆରମ୍ଭ ହୋଇଥାଏ | ସେଥିପାଇଁ ମକର ସଂକ୍ରାନ୍ତି ଅନେକ ରାଜ୍ୟରେ ଧୂମଧାମରେ ପାଳନ କରାଯାଇଥାଏ |

ତାମିଲନାଡୁରେ ମକର ସଂକ୍ରାନ୍ତିକୁ ପୋଙ୍ଗଲ ଭାବେ ପାଳନ କରାଯାଏ | ରାଜସ୍ଥାନ ଏବଂ ଗୁଜରାଟରେ ମକର ସଂକ୍ରାନ୍ତିକୁ ଉତ୍ତରାୟଣ ଭାବେ ପାଳନ କରାଯାଏ | ମକର ସଂକ୍ରାନ୍ତି ସୂର୍ଯ ଅସ୍ତ ପରେ ପଡିଲେ ସଂକ୍ରାନ୍ତି ସମ୍ବନ୍ଧୀୟ ସମସ୍ତ ଶୁଭ କାମ ପରଦିନ ସୂର୍ଯ୍ୟୋଦୟ ପରେ ସମ୍ପନ୍ନ କରାଯାଏ |

{"id":73743,"width":585,"height":437}

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେଉଁ କୁଣ୍ଡଳୀରେ ରବିଙ୍କ ଅବସ୍ଥାନ ଶୁଭ ସ୍ଥିତିରେ ଥାଏ ସେ ଉଚ୍ଚପଦ ପ୍ରାପ୍ତ କରିଥାନ୍ତି | ସୂର୍ଯ୍ୟଙ୍କ ପ୍ରଭାବରେ ସେହି ବ୍ୟକ୍ତିଙ୍କ ପ୍ରତିଷ୍ଠା ବୃଦ୍ଧି ହୋଇଥାଏ ଏବଂ ଖ୍ୟାତି ଉପରେ ମଧ୍ୟ ପ୍ରଭାବ ପଡିଥାଏ | ସୂର୍ଯ୍ୟ ସିଂହ ରାଶିର ମଧ୍ୟ ଅଧିପତି | ଜ୍ୟୋତିଷଙ୍କ ଅନୁସାରେ ରବି ମହାଦଶା ୬ବର୍ଷ ହୋଇଥାଏ | ସୂର୍ଯ୍ୟଙ୍କ ରତ୍ନ ମାଣିକ୍ୟ |

ସୂର୍ଯ୍ୟଙ୍କର ପ୍ରିୟ ବସ୍ତୁ ହେଲା ଗାଈ, ଗୁଡ ଏବଂ ନାଲି ରଙ୍ଗର ବସ୍ତ୍ର | ତମ୍ବା ଏବଂ ସୁନା ସୂର୍ଯ୍ୟଙ୍କ ପ୍ରିୟ ଧାତୁ | ସୂର୍ଯ୍ୟ ପ୍ରସନ୍ନ କରିବା ପାଇଁ ଜ୍ୟୋତିଷ ଶାସ୍ତ୍ରରେ କିଛି ଉପାୟ ରହିଛି ଯାହା ଅତ୍ୟନ୍ତ ଫଳପ୍ରଦ |

{"id":73744,"width":580,"height":588}

ସୂର୍ଯ୍ୟଙ୍କୁ ପ୍ରସନ୍ନ କରିବା ପାଇଁ ରବିବାର ସର୍ବୋତମ ଦିନ ବୋଲି ଶାସ୍ତ୍ରରେ କୁହାଯାଇଛି | ରବିବାର ଦିନ ଗାଈଙ୍କୁ ଗୁଡ କିମ୍ବା ଗହମ ଖୁଆଇଲେ କିମ୍ବା ବ୍ରାହ୍ମଣଙ୍କୁ ଦାନ କଲେ ପୁଣ୍ୟ ମିଳିଥାଏ | ଏହାସହ କୁଣ୍ଡଳୀରେ ରବିଙ୍କ ସ୍ଥିତି ମଧ୍ୟ ମଜବୁତ ହୋଇଥାଏ |

ବିଷ୍ଣୁ ପୁରାଣ ଅନୁସାରେ ରବିବାର ଦିନ ସୂର୍ଯ୍ୟଦେବଙ୍କୁ ଗୋଟିଏ ଅରଖ ଫୁଲ ଶ୍ରଦ୍ଧାର ସହ ଅର୍ପଣ କଲେ ୧୦ଟି ଶୁଭଫଳ ମିଳିବ | ସୂର୍ଯ୍ୟଙ୍କୁ ଅରଖ ଫୁଲ ଅର୍ପଣ କଲେ ବ୍ୟକ୍ତି କୋଟିପତି ମଧ୍ୟ ହୋଇଥାଏ | ସୂର୍ଯ୍ୟଦେବଙ୍କୁ ସନ୍ତୁଷ୍ଟ କରିବା ପାଇଁ ରାତିରେ କଦମ୍ବ ଫୁଲ ଅର୍ପଣ କରିବା ଶ୍ରେୟସ୍କର ବୋଲି କୁହାଯାଇଛି | ସୂର୍ଯ୍ୟଙ୍କୁ ପ୍ରସନ୍ନ କରିବା ପାଇଁ ମଲ୍ଲି ଫୁଲ ଏମିତି ଏକ ଫୁଲ ଯାହା ଆପଣ ଦିନ ଉଭୟ ଏବଂ ରାତିରେ ଅର୍ପଣ କରିପାରିବେ |

{"id":73745,"width":581,"height":435}

ଏମିତିବି କିଛି ଫୁଲ ରହିଛି ଯାହା ଭୁଲରେ ମଧ୍ୟ ଅର୍ପଣ କରିବା ଉଚିତ ନୁହେଁ | ସେଗୁଡିକ ହେଲା ଗୁଂଜା, ଦୁଦୁରା, ଅପରାଜିତା ଏବଂ ଟଗର |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.