ଏହି ଦେଶରେ ଦେଖାଯାଆନ୍ତି ନାହିଁ ସାପ, ରହସ୍ୟ ଜାଣି ହୋଇଯିବେ ଆଶ୍ଚର୍ଯ୍ୟ

Published By : Prameya-News7 Bureau | September 08, 2021 IST

ନୂଆଦିଲ୍ଲୀ, ୦୮/୦୯: ସାପ ଏକ ବିଷଧର ଜୀବ । ପାଖାପାଖି ୧୩ କୋଟିରୁ ଅଧିକ ବର୍ଷ ହେବ ପୃଥିବୀରେ ସାପ ଦେଖାଯାଉଥିବା ଅନୁମାନ କରାଯାଉଛି । ହେଲେ ଆଜିବି ସାପକୁ ନେଇ କିଛି କଥା ରହିଛି ଯାହାକି ଏକ ରହସ୍ୟ ଭଳି । ଏହି ଜୀବକୁ ନେଇ ଭିନ୍ନ ଭିନ୍ନ ଦେଶରେ ଭିନ୍ନ ମତ ରହିଥାଏ । ତେବେ ଆସନ୍ତୁ ଜାଣିବା ସାପକୁ ନେଇ ଲୁଚି ରହିଥିବା କିଛି ତଥ୍ୟ-

ସାପ କୌଣସି ଜୀବକୁ ଜୋରରେ ଚୋବାଇ ଖାଇନଥାଏ । ଶିକାରକୁ ସିଧା ଗିଳିବାକୁ ଚେଷ୍ଟା କରିଥାଏ । ମୁହଁର ଆକାର ସେତେ ବଡ଼ ହୋଇନଥିଲେ ବଡ଼ ବଡ଼ ଜୀବଙ୍କୁ ଗିଳି ଦେଇଥାଏ । ସାପ ଗୋଟିଏ ବର୍ଷରେ ୩ଥର ନିଜର ଚମଡ଼ା ବା କାତି ଉତ୍ତାରି ଥାଏ । କାତି ଉତ୍ତାରିବା ପରେ ସାପ ସତେଜ ଏବଂ ଫୁର୍ତ୍ତି ଅନୁଭବ କରେ ।

ୟମନ, କୁୱେତ ଏବଂ ସାଉଦୀ ଆରବରେ ଦେଖାଯାଉଥିବା ହାର୍ଣ୍ଣଡ ୱାଇପର ସାପ ଏଭଳି ଏକ ପ୍ରଜାତି ଯାହାର ଶରୀରରେ ଦୁଇଟି ସିଙ୍ଗ ଭଳି ଥିବା ଦେଖାଯାଏ । ଆଫ୍ରିକାରେ ଦେଖାଯାଉଥିବା ଅଜଗର ଛୋଟ ଗାଇକୁ ମଧ୍ୟ ଗୋଟା ଗିଳିବାକୁ ସକ୍ଷମ  । ନାଶନାଲ୍‌ ଜିଓଗ୍ରାଫି ଅନୁସାରେ ସାପ ଥରକରେ ନିଜ ଠାରୁ ୭୦ରୁ ୧୦୦ ପ୍ରତିଶତ ବଡ଼ ଶିକାରକୁ ସହଜରେ ଗିଳି ଦେଇପାରେ । ଦୁନିଆର ସବୁକୋଣରେ ସାପ ଦେଖାଯାଆନ୍ତି । କନ୍ତୁ ଏକମାତ୍ର ଦେଶ ରହିଛି ଯେଉଁଠି ଆଦୌ ସାପ ଦେଖାଯାଆନ୍ତି ନାହିଁ । ତାହା ହେଉଛି ଆଣ୍ଟାର୍କାଟିକା । ଏହାର କାରଣ ସେଠାରେ ବରଫପାତ ଲାଗିରହିଥାଏ । ସାପ ଅତ୍ୟଧିକ ଥଣ୍ଡା ସ୍ଥାନରେ ରହିପାରୁନଥିବା କାରଣରୁ ସେଠାରେ ଦେଖିବାକୁ ମିଳେନାହିଁ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.