Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ଭାରତୀୟ ନାଗରିକଙ୍କ ନିଯୁକ୍ତି ଓ ପର୍ଯ୍ୟଟକଙ୍କୁ ଯିବାକୁ ଅନୁମତି ; ଜାଣନ୍ତୁ କେଉଁ କେଉଁ ଦେଶରେ ହଟାଯାଇଛି କରୋନା ପ୍ରତିବନ୍ଧକ

19/07/2021 at 5:06 PM

ନୂଆଦିଲ୍ଲୀ ୧୯/୦୭ : ମହାମାରୀ କରୋନା ସଂକ୍ରମଣ ଯୋଗୁଁ ବିଶ୍ବର ଅନେକ ଦେଶରେ ବିମାନ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଯାଇଛି । କିଛି ଦେଶରେ ଯାତ୍ରା ଉପରେ ଅନୁମତି ଦିଆଯାଇଛି ତ ଆଉ କେଉଁଠି ପ୍ରତିବନ୍ଧକକୁ ହଟାଯାଇ ନାହିଁ । ଡେଲଟା ଭ୍ୟାରିଆଣ୍ଟ ଓ ଡେଲଟା ପ୍ଲସ୍  ଭ୍ୟାରିଆଣ୍ଟ କାରଣରୁ ଏହି ପ୍ରତିବନ୍ଧକ ଗୁଡିକୁ ହଟାଇବାର ଖୁବ୍ କମ୍ ଆଶା ରଖାଯାଇଛି । କିନ୍ତୁ ଆମେରିକା ସମେତ କେତେକ ଦେଶରେ ଛାତ୍ରଛାତ୍ରୀ ଓ ଚାକିରି କରୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ କଟକଣା କୋହଳ ହୋଇଛି । ଏଥି ସହିତ ଅନେକ ଦେଶରେ ମଧ୍ୟ ଯାତ୍ରା ପାଇଁ ଏ ଯାଏଁ ଅନୁମତି ମିଳିନାହିଁ ।

ଋଷିଆ, ସର୍ବିଆ, ଦକ୍ଷିଣ ଆଫ୍ରିକା , ଆଫଗାନିସ୍ତାନ, କିର୍ଗିସ୍ଥାନ , ଆଲବେନିଆ ଭଳି ଦେଶରେ ଭାରତୀୟମାନଙ୍କର ଯାତ୍ରା ଉପରେ ପ୍ରତିବନ୍ଧକ ହଟାଯାଇଛି । ତେବେ ଯାତ୍ରୀଙ୍କ ଯିବାଆସିବା ନେଇ କିଛି ସର୍ତ୍ତ ମଧ୍ୟ ରଖାଯାଇଛି । ଯାତ୍ରା କରୁଥିବା ଲୋକମାନଙ୍କୁ କ୍ବାରେଣ୍ଟାଇନରେ ରହିବା ସହ ସମସ୍ତ ଯାତ୍ରୀମାନଙ୍କ ପାଖରେ କରୋନା ନେଗେଟିଭ୍ ରିପୋର୍ଟ ରହିବା ବାଧ୍ୟତା ମୂଳକ କରାଯାଇଛି ।

ତୁର୍କୀ ଯିବା ପାଇଁ ଭାରତୀୟ ଯାତ୍ରୀମାନଙ୍କୁ ଅନୁମତି ଦିଆଯାଇଛି । କିନ୍ତୁ ସେମାନେ ନେଗେଟିଭ ରିପୋର୍ଟ ସହିତ ୧୪ ଦିନର କ୍ବାରେଣ୍ଟାଇନ ରହିବା ଆବଶ୍ୟକ । ସେହିଭଳି ଦକ୍ଷିଣ କୋରିଆରେ କେବଳ ସେହି ଭାରତୀୟଙ୍କୁ ଅନୁମତି ଦିଆଯାଇଛି ଯେଉଁମାନେ କୋଭିସିଲ୍ଡର ଉଭୟ ଡୋଜ୍ ନେଇସାରିଛନ୍ତି । ଏହା ସହ ଯାତ୍ରୀମାନେ ୧୪ ଦିନର କ୍ବାରେନଣ୍ଟାଇନ ରହିବା ସହ କୋଭାକ୍ସିନ୍ ନେଇଥିବା ଲୋକମାନେ ମଧ୍ୟ କ୍ବାରେଣ୍ଟାଇନରେ ରହିବାକୁ ପଡିବ  ।

ଜର୍ମାନୀରେ ଭାରତୀୟମାନଙ୍କ ଯାତ୍ରା ଉପରେ ପ୍ରତିବନ୍ଧକ ହଟାଇ ଦିଆଯାଇଛି । ଏନେଇ ଜର୍ମାନୀ ଭାରତକୁ ବିଭିନ୍ନ ପ୍ରକାର ଭ୍ୟାରିଆଣ୍ଟ କାଟାଗୋରୀରୁ ହଟାଇ ଦେଇଛି । ତେବେ ଯାତ୍ରୀମାନଙ୍କ ପାଖରେ କରୋନା ନେଗେଟିଭ୍ ରିପୋର୍ଟ ରହିବା ନିହାତି ଜରୁରୀ । ଏହା ସହ ୧୦ ଦିନ ପର୍ଯ୍ୟନ୍ତ କ୍ବାରେଣ୍ଟାଇନରେ ରହିବେ । ୟୁଏଇରେ ୩୧ ଜୁଲାଇ ପର୍ଯ୍ୟନ୍ତ ଭାରତ ଉପରେ ଲାଗିଥିବା ପ୍ରତିବନ୍ଧକକୁ ବୃଦ୍ଧି କରାଇଛି । ଏନେଇ ୟୁଏଇ ଟ୍ବିଟ୍ କରି ସୂଚନା ଦେଇଛି କି କରୋନା ଭାଇରସ କାରଣରୁ ଭାରତରୁ ବିମାନ ଉଡାଣ ଉପରେ ପ୍ରତିବନ୍ଧକକୁ ବୃଦ୍ଧି କରାଯାଇଛି ।

   Related Posts