Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

‘ହୋୟାର ଇଜ୍‌ ଇୟୋର ମାସ୍କ ?’ : କୋଭିଡ୍ ନିୟମ ମାନିବାକୁ ବୁଲିବୁଲି ଲୋକମାନଙ୍କୁ ଅନୁରୋଧ କରୁଛି ଛୋଟ ଶିଶୁ, ଭାଇରାଲ ହେଉଛି ଭିଡିଓ…

6/07/2021 at 9:40 PM

ଧର୍ମଶାଳା ୦୬/୦୭ : କିଛି ମାସ ପୂର୍ବରୁ ଦେଶରେ କରୋନା ସଂକ୍ରମଣର ଦ୍ବିତୀୟ ଲହର ତାଣ୍ଡବ ରଚିଥିଲା । ସଂକ୍ରମଣ ଏତେ ମାତ୍ରରରେ ବୃଦ୍ଧି ପାଇଥିଲା ଯେ, ଦେଶର ବିଭିନ୍ନ ସହରରେ ଅକ୍ସିଜେନର ଘୋର ସମସ୍ୟା ଦେଖାଦେଇଥିଲା । ଅନେକ ରୋଗୀ ଅକ୍ସିଜେନ ନପାଇ ମୃତ୍ୟୁବରଣ କରିଥିଲେ । କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ତରଫରୁ କୋଭିଡ୍ ନିୟମ ମାନିବା ପାଇଁ ଜନସାଧାରଣଙ୍କୁ ବାରମ୍ବାର ଅପିଲ କରାଯାଉଥିଲା । କୋଭିଡ୍ ଗାଇଡଲାଇନ ମାନିବା ପାଇଁ ‘ଲିଟିଲ୍‌ ଫ୍ରେଣ୍ଡସ୍’ଙ୍କ ଜରିଆରେ ଅପିଲ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

କିନ୍ତୁ ଅନେକ ସ୍ଥାନରେ ଜନସାଧାଣ କୋଭିଡ୍ ଗାଇଡଲାଇନ୍‌କୁ ଖୁଲମା ଖୁଲମ ଉଲ୍ଲଂଘନ କରୁଥିବା ଦେଖିବାକୁ ମିଳୁଛି । ଯେଉଁ ସ୍ଥାନରେ ସଂକ୍ରମଣ କମିଛି ସେଠାକୁ ଭ୍ରମଣ ପାଇଁ ଚାଲିଯାଉଛନ୍ତି । ସେହିଭଳି ଏକ ଘଟଣାକ୍ରମରେ ହିମାଚଳ ପ୍ରଦେଶର ଧର୍ମଶାଳାରେ ଜଣେ ଶିଶୁ ମାସ୍କ ପିନ୍ଧି ଲୋକମାନଙ୍କୁ କୋଭିଡ୍ ନିୟମ ପାଳନ କରିବା ପାଇଁ ଅପିଲ କରୁଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି । ଏକ ପ୍ଳାଷ୍ଟିଟ୍‌ ବାଡି ଧରି ଲୋକମାନଙ୍କୁ ତାଗିଦ କରି ଶିଶୁଟି କହୁଥିଲା ‘ହୋୟାର ଇଜ୍‌ ଇୟୋର ମାସ୍କ?’ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ପ୍ରବଳ ମାତ୍ରାରେ ଭାଇରାଲ ହେବାରେ ଲାଗିଛି ।

ଭିଡିଓରେ ଦେଖିବାକୁ ମିଳୁଛି ଯେ, ଲୋକମାନେ ବହୁ ମାତ୍ରାରେ ଭିଡ ଜମାଇ ଯାତାୟତ କରୁଛନ୍ତି । ସାମାଜିକ ଦୂରତାକୁ ଫୁ କରିବା ସହିତ କାହା ମୁହଁରେ ମାସ୍କ ମଧ୍ୟ ଦେଖିବାକୁ ମିଳୁନାହିଁ । ଉକ୍ତ ସ୍ଥାନରେ ଲୋକମାନେ ବିନା କୌଣସି ଦ୍ବିଧାରେ ଯାତାୟତ କରୁଥିବା ଦେଖିବାକୁ ମିଳିଛି । ଯାହାକୁକି ସେଠାରେ ଥିବା ଶିଶୁଟି ବିରୋଧ କରିବା ସହିତ ମାସ୍କ କାହିଁକି ପିନ୍ଧିନାହଁ ବୋଲି ବାରମ୍ବାର ପଚାରୁଛି । ସରକାରଙ୍କ ପକ୍ଷରୁ ମଧ୍ୟ ବିଭିନ୍ନ ଗାଇଡଲାଇନ୍ ଜାରି କରାଯାଇ ଅତ୍ୟାବଶ୍ୟକ ନଥିଲେ ବାହାରକୁ ନବାହାରିବା ପାଇଁ କୁହାଯାଉଛି । କିନ୍ତୁ ଲୋକମାନଙ୍କ ମଧ୍ୟରେ ସଚେତନତାର ଅଭାବ ଦେଖିବାକୁ ମିଳୁଛି ।

ଶିଶୁଟି ସେଠାକୁ ଆସୁଥିବା ଲୋକମାନଙ୍କୁ ତାଗିଦ କରୁଥିବା ଦେଖିବାକୁ ମିଳୁଛି । କିନ୍ତୁ କେହି ମଧ୍ୟ ତାହାକୁ ଖାତିର କରୁନଥିଲେ । ସମସ୍ତେ ଶିଶୁଟିର କଥାକୁ ଏଡାଇ ଯାଇ ଚାଲିଯାଉଥିଲେ । ଏହି ଘଟଣାର ଭିଡିଓକୁ ଅନେକ ୟୁଜର ସେୟାର କରିଛନ୍ତି ।

   Related Posts