Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନାଲରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର, ଗାଧୋଇବା ବେଳେ ନିଖୋଜ ହୋଇଯାଇଥିଲେ
  • ||
  • ହାତ ଛାଡିଲେ ପ୍ରଦୀପ ମାଝି, କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା
  • ||
  • ଟ୍ରକ୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ୨ ମୃତ ଓ ୫ ଆହତ
  • ||
  • ବାଇକକୁ ଧକ୍କା ଦେଲା ଟ୍ରକ୍, ଜଣେ ମୃତ : କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ
  • ||
  • ଶିଶୁଙ୍କୁ ଟିକା ପାଇଁ ପ୍ରସ୍ତୁତି ଆରମ୍ଭ, ଶୁକ୍ରବାର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେବ କେନ୍ଦ୍ର
  • ||
  • ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ, ବିଏସକେଓ୍ୱାଇ ସ୍ମାର୍ଟ କାର୍ଡ ବଣ୍ଟନର କରିବେ ଶୁଭାରମ୍ଭ
  • ||
  • ୨୬ ଯାଏଁ ଶୁଖିଲା ପାଗ : ଧିରେଧିରେ କମିବ ରାତି ତାପମାତ୍ରା, ସକାଳେ କୁହୁଡି
  • ||
  • ମମିତା ମେହେର ହତ୍ୟା ଘଟଣା : ଭୋର୍‌ରେ ଡେମୋ ଦେଖାଇଲା ଅଭିଯୁକ୍ତ ଗୋବିନ୍ଦ ସାହୁ
  • ||

କେଉଁଠି ଏଲିୟନ ତ କେଉଁଠି ଭୁତଙ୍କ ବାସ : ଏମିତି ୫ଟି ସ୍ଥାନ ଯେଉଁଠି ଲୋକଙ୍କ ପ୍ରବେଶ ନିଷେଧ

10/07/2021 at 9:13 PM

ନୂଆଦିଲ୍ଲୀ ୧୦/୦୭ : ବ୍ରାଜିଲରେ ଇଲହା ଡା କ୍ୱିମାଡା ଗ୍ରାଣ୍ଡେ ଯାହାକୁ ସ୍ନେକ ଆଇଲ୍ୟାଣ୍ଡ ମଧ୍ୟ କୁହାଯାଏ। ବିଶ୍ୱର ସବୁଠାରୁ ଭୟଙ୍କର ସ୍ଥାନ ମଧ୍ୟରୁ ଗୋଟିଏ। ଏହା ଏମିତି ଏକ ସ୍ଥାନ ଯେଉଁଠି ମଣିଷଙ୍କ ପ୍ରବେଶ ନିଷେଧ। ଟାପୁରେ ଥବା ବିଷାକ୍ତ ସାପଙ୍କ ଯୋଗୁଁ ଏଠାରେ ମଣିଷଙ୍କ ପ୍ରବେଶ ନିଷେଧ। ଏଠାରେ ଗୋଲ୍ଡେନ ଲାନ୍ସହେଡ୍ ପିଟ୍ ଭାଇପର ନଜର ଆସନ୍ତି। ଏହି ସାପ କାମୁଡ଼ିଲେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥାଏ। ସ୍ନେକ ଆଇଲ୍ୟାଣ୍ଡ ଆଟ୍ଲାଣ୍ଟିକ ମହାସାଗର ନିକଟରେ ସ୍ଥିତ ବ୍ରାଜିଲର ମୁଖ୍ୟ ସହର ସାଓ ପାଓଲୋରୁ ୩୩ କିଲୋମିଟର ଦୂରରେ ଅବସ୍ଥିତ।

This image has an empty alt attribute; its file name is WhatsApp-Image-2021-07-10-at-9.02.49-PM.jpeg

ଏହିଭଳି ଆଉ ଏକ ସ୍ଥାନ ହେଲା ଫ୍ରାନ୍ସର ଲାସ୍କକ୍ସ ଗୁମ୍ଫା। ଏହି ଗୁମ୍ଫା ଭିତରକୁ ଯିବା ମନା। ୧୯୪୦ ମସିହାରେ ଏହି ଗୁମ୍ଫା ସାମ୍ନାକୁ ଆସିଥିଲା। ଏହି ଗୁଫାରେ ତିଆରି ହୋଇଥିବା ସବୁଠାରୁ ଆଇକନିକ୍ କେଭ ପେଣ୍ଟିଙ୍ଗ ବା ଗୁମ୍ଫା ଚିତ୍ର ମଧ୍ୟରୁ କିଛି ଉପରେ ଅଧ୍ୟୟନ କରାଯାଇଥିଲା। ଘୋଡା, ହରିଣ ଓ ଅନ୍ୟାନ୍ୟ ପଶୁଙ୍କ ଯେଉଁ ଚିତ୍ର ସେଠାରେ କରାଯାଇଛି ତାହା ୧୫ ରୁ ୧୭ ହଜାର ବର୍ଷ ପୁରୁଣା। ଏହି ଗୁମ୍ଫା ୧୯୪୮ ରେ ଜନତାଙ୍କ ପାଇଁ ଖୋଲାଯାଇଥିଲା ଏବଂ ୧୫ ବର୍ଷ ପରେ ସ୍ଥାୟୀ ଭାବେ ବନ୍ଦ ହୋଇଯାଇଥିଲା। ଏଠାରେ ଲଗାଯାଇଥିବା କୃତ୍ରିମ ଲାଇଟ ଯୋଗୁଁ ଗୁମ୍ଫା କାନ୍ଥରେ ଶିଉଳିର ବିକାଶ ହେବାକୁ ଲାଗିଥିଲା ଯେଉଁଥିପାଇଁ ପେଣ୍ଟିଙ୍ଗ ରଙ୍ଗ ଫିକା ପଡିଯାଇଥିଲା। ତାଛଡା ମଣିଷଙ୍କ ସହ ଯେଉଁ ମାଇକ୍ରୋବ୍ସ ଭିତରକୁ ଯାଉଥିଲା ସେଥିପାଇଁ ସମସ୍ୟା ହେଉଥିଲା। ସେଥିପାଇଁ ସ୍ଥାୟୀ ଭାବେ ବନ୍ଦ କରିଦିଆଯାଇଥିଲା।

ଇଟାଲୀରେ ସ୍ଥିତ ପେବୋଗ୍ଲିୟା ଆଜି ଶୂନଶାନ। ପ୍ରାଚୀନ କାଳରେ ସେଠାରେ ଲକ୍ଷେ ୬୦ ଲୋକ ବସବାସ କରୁଥିଲେ ଓ ପରେ ସମସ୍ତଙ୍କ ମୃତ୍ୟୁ ହୋଇଥିଲା। ୧୭୯୩ ରେ ଏହି ଦ୍ବୀପକୁ କ୍ଵାରେଣ୍ଟାଇନ ସେଣ୍ଟର କରାଯାଇଥିଲା। ଦୁଇ ଦଶକ ଯାଏଁ ଏହା ପ୍ଲେଗ ରୋଗରେ ପୀଡିତଙ୍କ ପାଇଁ କ୍ଵାରେଣ୍ଟାଇନ ସେଣ୍ଟର ଥିଲା। ସୂଚନା ଅନୁଯାୟୀ, ସେଠାରେ ଏତେ ଲୋକଙ୍କ ମୃତ୍ୟୁ ହୋଇଥିଲା ଯେ ଦ୍ବୀପର ୫୦ ପ୍ରତିଶତ ମାଟିରେ ମାନବ ଅବଶେଷ ମିଳିଥାଏ। କ୍ଵାରେଣ୍ଟାଇନ ସେଣ୍ଟର ୧୮୨୪ରେ ବନ୍ଦ ହୋଇଯାଇଥିଲା କିନ୍ତୁ ପେବୋଗ୍ଲିୟାର କଲା ଇତିହାସ ଏଠାରେ ସମାପ୍ତ ହୋଇନଥିଲା | ୧୯୨୦ ଦଶକରେ ସେଠାରେ ଏକ ମେଣ୍ଟାଲ ହସ୍ପିଟାଲ ଖୋଲାଯାଇଥିଲା | କିନ୍ତୁ କିଛି ଦଶକ ପରେ ସେ ହସ୍ପିଟାଲ ବନ୍ଦ ହୋଇଯାଇଥିଲା।

This image has an empty alt attribute; its file name is WhatsApp-Image-2021-07-10-at-9.03.53-PM.jpeg

ନ୍ୟୁୟର୍କରେ ଏମିତି ଏକ ଦ୍ବୀପ ଅଛି ଯାହାକୁ ଖାଲି ଛଡା ଯାଇଛି। ୧୯ ଶତାବ୍ଦୀରେ ଇଷ୍ଟ ରିଭରରେ ସ୍ଥିତ ନର୍ଥ ବ୍ରଦର ଆଇଲ୍ୟାଣ୍ଡ ସଂକ୍ରାମକ ରୋଗୀଙ୍କ ପାଇଁ ଏକ ହସ୍ପିଟାଲ ଥିଲା। ଏହି ହସ୍ପିଟାଲର ପ୍ରସିଦ୍ଧ ରୋଗୀ ଥିଲେ ଟାଇଫଏଡ ମେରୀ ଯାହାଙ୍କ ମଧ୍ୟରେ ଆମେରିକାରେ ଟାଇଫଏଡ ଜ୍ୱର ବ୍ୟାକ୍ଟେରିଆର ପ୍ରଥମେ ଚିହ୍ନଟ ହୋଇଥିଲା। ୧୯୦୦ ମସିହାରେ ମେରୀ ଅଜାଣତରେ ସେଠାରେ କୁକ ଭାବେ କାମ କରି ଅନେକ ଲୋକଙ୍କ ରୋଗୀଣା କରିଦେଇଥିଲେ। ଏହାପରେ ମେରୀଙ୍କୁ ନର୍ଥ ବ୍ରଦର ଆଇଲ୍ୟାଣ୍ଡରେ ୩ ବର୍ଷ ବିତାଇବାକୁ ପଡିଥିଲା। ସେଠାରୁ ବାହାରିବା ପରେ ସେ ପୁଣି କୁକ ଭାବେ କାମ କରିଥିଲେ ଓ ପୂର୍ବ ଅପେକ୍ଷା ଅଧିକ ଲୋକଙ୍କୁ ସଂକ୍ରମିତ କରିଥିଲେ। ଏହାପରେ ୧୯୧୫ ରେ ମେରୀଙ୍କୁ ତାଙ୍କ ଇଛା ବିରୋଧରେ ହସ୍ପିଟାଲ ପଠାଇ ଦିଆଯାଇଥିଲା ଓ ୧୯୩୮ ରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁ ଯାଏଁ ସେ ସେଠାରେ ଥିଲେ। ବର୍ତ୍ତମାନ ସେଠାରେ ଏକ ପକ୍ଷୀ ଅଭୟାରଣ୍ୟ ରହିଛି। ସାଧାରଣ ଲୋକଙ୍କୁ ସେଠାକୁ ଯିବାକୁ ମନା।

ଏରିୟା ୫୧ ଦୁନିଆର ସବୁଠାରୁ ଅଜବ ଓ ବର୍ଜିତ ସ୍ଥାନ ମଧ୍ୟରୁ ଗୋଟିଏ। କୁହାଯାଏ ଯେ ଏଠାରେ ଯୁଏଫଓ ଏବଂ ଏଲଇନ୍ସ ନଜର ଆସିଥିଲେ। ଏହା ନେବାଦା ମଝିରେ ରହିଛି। ୟୁଏସ ସରକାର ୨୦୧୩ ଯାଏଁ ଏହାର ଅସ୍ତିତ୍ବକୁ ସ୍ୱୀକାର କରିବାକୁ ଅସ୍ବୀକାର କରିଥିଲେ। ସେଠାକୁ ସାଧାରଣ ଜନତାଙ୍କୁ ଯିବା ମନା।

   Related Posts