ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀ ଯେଉଁଠି ପତାକା ଉତ୍ତୋଳନ କରନ୍ତି, ତା ଉପରେ ଚଢି ନିଜ ପତାକା ବାନ୍ଧିଲେ ଉତ୍ତ୍ୟକ୍ତ କୃଷକ

Published By : Prameya-News7 Bureau | January 26, 2021 IST

ନୂଆଦିଲ୍ଲୀ ୨୬।୦୧: ସାଧାରଣତନ୍ତ୍ର ଦିବସରେ ମଙ୍ଗଳବାର କୃଷି ଆଇନ ବିରୋଧରେ ଅନେକ ଦିନ ଧରି ଆନ୍ଦୋଳନ କରୁଥିବା କୃଷକ ଆଜି ହିଂସାତ୍ମକ ହୋଇ ଉଠିଛନ୍ତି। ସ୍ଥିତି ଏମିତି ହୋଇଛି ଯେ କୃଷକଙ୍କ ଆନ୍ଦୋଳନ ଲାଲକିଲ୍ଲା ପର୍ଯ୍ୟନ୍ତ ପହଞ୍ଚି ଯାଇଛି। ସମସ୍ତ ପ୍ରୟାସ ପରେ ବି ଦିଲ୍ଲୀ ପୁଲିସ କୃଷକଙ୍କୁ ଲାଲକିଲ୍ଲା ପର୍ଯ୍ୟନ୍ତ ଟ୍ରାକ୍ଟର ନେବାରେ ରୋକି ପାରି ନାହିଁ। ପ୍ରଧାନମନ୍ତ୍ରୀ ଅଗଷ୍ଟ ୧୫ରେ ଲାଲକିଲ୍ଲାର ଯେଉଁ ପ୍ରାଚୀର ଉପରେ ପତାକା ଉତ୍ତୋଳନ କରନ୍ତି କୃଷକ ସେଠାରେ ପହଞ୍ଚି ପତାକା ଉଡାଇଛନ୍ତି। ଦିଲ୍ଲୀରେ ପୂର୍ବରୁ ଏମିତି ସ୍ଥିତି କେବେ ଦେଖିବାକୁ ମିଳିନଥିଲା।

{"id":398804,"sizeSlug":"large","linkDestination":"none"}

ଦିଲ୍ଲୀ ପୁଲିସ ସର୍ତ୍ତ ସହିତ ଟ୍ରାକ୍ଟର ରାଲି କରିବାକୁ ଅନୁମତି ଦେଇଥିଲେ। ମାତ୍ର ମଙ୍ଗଳବାର ସକାଳୁ ହିଁ କୃଷକମାନେ ଟ୍ରାକ୍ଟର ସହିତ ଦିଲ୍ଲୀର ଅଲଗା ଅଲଗା ସୀମାରେ ପଶି ଯାଇଥିଲେ। ଫଳରେ ଏବେ ଦିଲ୍ଲୀରେ ଅସମ୍ଭାଳ ପରିସ୍ଥିତି ସୃଷ୍ଟି ହୋଇଛି। ଦିଲ୍ଲୀର ଭିନ୍ନ ଭିନ୍ନ ଅଞ୍ଚଳରେ କୃଷକ ଏବଂ ପୁଲିସ ମଧ୍ୟରେ ସଂଘର୍ଷ ଘଟିଛି। ଉତ୍ତ୍ୟକ୍ତ କୃଷକ ବ୍ୟାରିକେଡ୍ ଭାଙ୍ଗିବା ସହିତ ଦିଲ୍ଲୀ ଭିତରେ ଉତ୍ପାତ କରିଛନ୍ତି।

{"id":398805,"sizeSlug":"large","linkDestination":"none"}

ଲାଲକିଲ୍ଲାରେ ପହଞ୍ଚିଥିବା କୃଷକ ସେଠାରେ ନାରାବାଜି କରିଛନ୍ତି। ବାଇକ୍‌ ଓ ଟ୍ରାକ୍ଟରର ଷ୍ଟଣ୍ଟ କରାଯାଉଛି। ଲାଲକିଲ୍ଲା ନିକଟରେ ପୁଲିସ କୃଷକଙ୍କୁ ରୋକିବା ପାଇଁ ବ୍ୟାରିକେଡ୍ ଲଗାଯାଇଥିଲା। ମାତ୍ର କୃଷକଙ୍କ ଆନ୍ଦୋଳନ ଆଗରେ ବ୍ୟାରିକେଡ୍ ମଧ୍ୟ ତିଷ୍ଠି ପାରିନଥିଲା। ଅନେକ ଆନ୍ଦୋଳନକାରୀ ଟ୍ରାକ୍ଟର ନେଇ ଲାଲକିଲ୍ଲା ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲେ। ସମ୍ଭବତଃ ଏମିତି ଦୃଶ୍ୟ ଦିଲ୍ଲୀରେ ପ୍ରଥମ ଥର ଦେଖିବାକୁ ମିଳିଛି। ଲାଲକିଲ୍ଲା ପର୍ଯ୍ୟନ୍ତ କୃଷକ ଟ୍ରାକ୍ଟର ସହ ପହଞ୍ଚିବା ସଭିଙ୍କୁ ଚକିତ କରିଛି।

{"id":398806,"sizeSlug":"large","linkDestination":"none"}

ଏପରିକି ଗାଜିପୁର ସୀମାରେ କୃଷକ ଓ ପୁଲିସ ମଧ୍ୟରେ ସଂଘର୍ଷ ଘଟିଛି। କୃଷକ ସେଠାରେ ବ୍ୟାରିକେଡ୍ ଭାଙ୍ଗିବାକୁ ଚେଷ୍ଟା କରିଛନ୍ତି। ପୁଲିସ କୃଷକଙ୍କୁ ରୋକିବା ପାଇଁ କ୍ରେନକୁ ମଧ୍ୟ ବ୍ୟାରିକେଡ୍‌ ପରି ଢାଲ କରିଥିଲା। ଏହା ପୂର୍ବରୁ କୃଷକ ଘୋଷଣା କରିଥିଲା ଯେ, ଲାଲକିଲ୍ଲା ପର୍ଯ୍ୟନ୍ତ ପରେଡ୍ ବାହାର କରିବାକୁ ଚାହୁଁଛନ୍ତି, ମାତ୍ର ଦିଲ୍ଲୀ ପୁଲିସ ଏହାକୁ ଅନୁମତି ଦେଇନଥିଲା। କିନ୍ତୁ ଆଜି ଦିଲ୍ଲୀରେ କୃଷକଙ୍କ ଉତ୍ପାତ ଦେଖିବାକୁ ମିଳିଛି। ରାଜଧାନୀର ସ୍ଥିତି ଅସମ୍ଭାଳ ହୋଇ ପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.