ହିନ୍ଦୁ ଧର୍ମରେ ଲୋକେ ଏଥିପାଇଁ ନିଜ ଘରେ ପୂର୍ବଜଙ୍କ ଫଟୋ ଲଗାଇଥାଆନ୍ତି ଯାହା ଦ୍ବାରା ତାଙ୍କ କୃପା ସବୁବେଳେ ଘର ଲୋକଙ୍କ ଉପରେ ରହିବ। କିନ୍ତୁ ଯଦି ଏହି ଫଟୋ ବାସ୍ତୁ ଶାସ୍ତ୍ର ଅନୁସାରେ ଲଗାଯାଇନଥାଏ ଏବଂ ଭୁଲ୍ ଦିଗରେ ଲଗାଯାଇଥାଏ ତେବେ ଏହା ଅଶୁଭ ହୋଇଥାଏ ଏବଂ ଏହାର ବିପରୀତ ପ୍ରଭାବ ପଡ଼ିଥାଏ। ବାସ୍ତୁ ଅନୁସାରେ ଘରର କେତେକ ସ୍ଥାନ ପୂର୍ବଜଙ୍କ ଫଟୋ ପାଇଁ ହୋଇଥାଏ ଏବଂ ଏହି ଫଟୋଗୁଡ଼ିକୁ ସେହି ସ୍ଥାନରେ ଲଗାଇବା ଉଚିତ୍। ଆସନ୍ତୁ ଜାଣିବା ପୂର୍ବଜଙ୍କ ଫଟୋ କେଉଁଠି ଲଗାଯିବା ଉଚିତ୍,
{"id":149705}୧. ଆମ ପୂର୍ବଜମାନେ ଅତ୍ୟନ୍ତ ସମ୍ମାନଯୋଗ୍ୟ କିନ୍ତୁ ସେମାନେ ଦେବତାଙ୍କ ସ୍ଥାନ କେବେ ନେଇ ପାରିବେ ନାହିଁ ଏଥିପାଇଁ କେବେ ବି ଦେବୀ ଦେବତାଙ୍କ ସହିତ ତାଙ୍କର ଫଟୋ ଲଗାଇବା ଅନୁଚିତ୍।
{"id":149707}୨. ଶୋଇବା ରୁମରେ କେବେ ବି ନିଜ ପୂର୍ବଜଙ୍କ ଫଟୋ ଲଗାନ୍ତୁ ନାହିଁ,କାରଣ ବାସ୍ତୁ ଅନୁସାରେ ଏହା ଅଶୁଭ ବୋଲି କୁହାଯାଇଥାଏ।
{"id":149708}୩. କେବେ ରୋଷେଇ ଘରେ ନିଜ ପୂର୍ବଜଙ୍କ ଫଟୋ ନଲଗାଇବା ଉଚିତ୍ କାରଣ ଏହା ଦ୍ବାରା ତାଙ୍କର ଅପମାନ ହୋଇଥାଏ।
{"id":149709}୪. କେବେ ବି ଘର ମଝିରେ ପୂର୍ବଜଙ୍କ ଫଟୋ ଲଗାଇବା ଅନୁଚିତ୍ କାରଣ ଏପରି କରିବା ଦ୍ବାରା ଘରେ ମାନହାନି ହେବାର ସମ୍ଭାବନା ରହିଥାଏ ଏବଂ ଘରେ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇଥାଏ।
{"id":149710}୫. ଯେଉଁ ଘରେ ଆପଣ ନିଜ ପୂର୍ବଜଙ୍କ ଫଟୋ ଲଗାଇବାକୁ ଚାହୁଁଛନ୍ତି ସେଠାରେ ଉତ୍ତର ଦିଗରେ ଫଟୋ ଲଗାଇବା ଉଚିତ୍। ଏପରି କରିବା ଦ୍ବାରା ବାସ୍ତୁ ହିସାବରେ ଶୁଭ ହୋଇଥାଏ ଏବଂ ପୂର୍ବଜ ପ୍ରସନ୍ନ ହୋଇଥାଆନ୍ତି।
{"id":149712}୬. ଘରର ପଶ୍ଚିମ କିମ୍ବା ଦକ୍ଷିଣ ଦିଗରେ କେବେ ବି ନିଜ ପୂର୍ବଜଙ୍କ ଫଟୋ ଲଗାଇବା ଅନୁଚିତ୍ କାରଣ ଏପରି କରିବା ଦ୍ବାରା ଧନ ହାନି ହୋଇଥାଏ ଏବଂ ଜୀବନରେ ଅନେକ ବାଧା ବିଘ୍ନ ଆସିଥାଏ।