Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

କୁଆଡେ ଗଲେ ବାହୁବଳୀ ବିଧାୟକ? କ୍ବାର୍ଟରରେ ଚଢଉ ପରେ ଖାଲି ହାତରେ ଫେରିଲା ପୋଲିସ, ଗତକାଲି ବିଜେଡିରୁ ସସପେଣ୍ଡ ହୋଇଥିଲେ ପ୍ରଶାନ୍ତ ଜଗଦ୍ଦେବ

9/09/2021 at 6:54 PM

ଭୁବନେଶ୍ବର ୦୯/୦୯ : କୁଆଡେ ଗଲେ ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ? ଭୁବନେଶ୍ବର ସ୍ଥିତ ବିଧାୟକଙ୍କ ସରକାରୀ ବାସଭବନରେ ପୋଲିସ ଚଢଉ କରିଥିଲେ ସୁଦ୍ଧା ଚିଲିକା ବିଧାୟକଙ୍କର କୌଣସି ପତ୍ତା ପାଉନି ପୋଲିସ । ଗତକାଲି ବିଜୁ ଜନତା ଦଳରୁ ନିଲମ୍ବିତ ହେବାପରେ ଫେରାର ଅଛନ୍ତି ପ୍ରଶାନ୍ତ ଜଗଦ୍ଦେବ । ବାଲୁଗାଁ ଏନଏସି ଅଫିସ ଆଗରେ ଗଣ୍ଡଗୋଳ କରିବା ତାଙ୍କୁ ମହଙ୍ଗା ପଡିଥିଲା । ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ଜଗଦେବଙ୍କୁ ଦଳରୁ ବୁଧବାର ନିଲମ୍ବିତ କରିଥିଲେ ।

ତେବେ ନିଲମ୍ବିତ ହେବା ପରଠାରୁ ଗିରଫ ଭୟରେ ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ପତ୍ତା ମିଳୁନି । ସେ କେଉଁଆଡେ ଫେରାର ହୋଇଯାଇଥିବା ବେଳେ ପୋଲିସ ତାଙ୍କର ସରକାରୀ କ୍ବାର୍ଟୀରରେ ଚଢଉ କରିଥିଲେ ସୁଦ୍ଧା ସେ ସେଠାରେ ନଥିବା ଜଣାପଡିଛି । ବିଧାୟକଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢଉ ଜାରିରଖିଛି ପୋଲିସ ।  

ସୂଚନଯୋଗ୍ୟ, ବିଜେପି ନେତାଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଥିଲା।ଘଟଣାରେ ମୁଖ୍ୟ କାର୍ପଟଦାର ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ସିଧାସଳଖ ସଂପୃକ୍ତି ଭିଡିଓ ଭାଇରାଲ ହେବା ପରେ ତାଙ୍କ ବିରୁଦ୍ଧରେ ଆକ୍ସନ୍‌ ନେଇଥିଲେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ବିଜେପି ନେତା ନିରଞ୍ଜନ ସେଠୀଙ୍କୁ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବାଲୁଗାଁ ଏନଏସି ଅଫିସ ଆଗରେ ମାଡ ମାରିଥିଲେ। ଏ ନେଇ ଜଗଦେବଙ୍କ ବିରୋଧରେ ଥାନାରେ ଅଭିଯୋଗ ହୋଇଥିଲା। ବିଧାୟକଙ୍କ ମାଡ ମରାର ଭିଡିଓ ଭାଇରାଲ ହୋଇଥିବା ବେଳେ ଏ ନେଇ ଚର୍ଚ୍ଚା ଜୋର ଧରିଥିଲା। ଏହା ସହ  ନିରଞ୍ଜନଙ୍କୁ ମାଡ ମରା ନେଇ ବିଜେପି, ଶାସକ ବିଜୁ ଜନତା ଦଳକୁ ଟାର୍ଗେଟ୍ କରିଥିଲା। ଏହି କାରଣରୁ ପ୍ରଶାନ୍ତ ଜଗଦେବଙ୍କୁ ବିଜେଡିରୁ ସସପେଣ୍ଡ କରାଯାଇଥିବା ଅନୁମାନ କରାଯାଉଛି।

ସୂଚନାଯୋଗ୍ୟ ଯେ, ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ତାଙ୍କର ଆଚରଣ ନେଇ ଅତୀତରେ ଅନେକ ଥର ବିବାଦୀୟ ହୋଇଛନ୍ତି। ତାଙ୍କ ନାଁରେ ମଧ୍ୟ ବିଶୃଙ୍ଖଳା ଆଚରଣ ନେଇ ପୂର୍ବରୁ ଅନେକ ଅଭିଯୋଗ ରହିଛି । ଦଳର ଭାବମୂର୍ତ୍ତି ଦୃଷ୍ଟିରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଶେଷରେ  ଗଣେଶ ଜଗଦେବ ଓରଫ ପ୍ରଶାନ୍ତ ଜଗଦେବଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ।

ବେଗୁନିଆର ପୂର୍ବତନ ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ପୂର୍ବରୁ ବିଶୃଙ୍ଖଳା ଆଚରଣ ଓ ଦୁର୍ବ୍ୟବହାରର ତଥା ମାରପିଟ୍‌ର ଅଭିଯୋଗ ଆଦି ନେଇ ବିବାଦୀୟ ରହି ଆସିଛନ୍ତି। ଏପରିକି ଅତୀତରେ ତାଙ୍କ ବିରୋଧରେ ସରକାରୀ ଅଧିକାରୀଙ୍କୁ ଦୁର୍ବ୍ୟବହାରର ଅଭିଯୋଗ ମଧ୍ୟ ଉଠିଥିଲା। ତେବେ ବାଲୁଗାଁ ବ୍ଲକ୍ ଆଗରେ ବିଜେପି ନେତା ନିରଞ୍ଜନ ସେଠୀଙ୍କୁ ମାଡ ମାରିଥିବା ନେଇ ଅଭିଯୋଗ ତାଙ୍କୁ ଅକଳରେ ପକାଇଥିଲା । ବିଧାୟକ ଫେରାର ପରେ ଏବେ ପୋଲିସ ତାଙ୍କୁ ଖୋଜୁଛି ।

   Related Posts