ରାବଣଙ୍କ ମୃତ୍ୟୁପରେ ସୁର୍ପଣଖା କୁଆଡେ ଗଲେ ? ଜାଣନ୍ତୁ

Published By : Prameya-News7 Bureau | February 13, 2019 IST

ବାଲ୍ମୀକିଙ୍କ ରଚିତ ରାମାୟଣ ହେଉ କିମ୍ବା ଅନ୍ୟ କୌଣସି ରାମାୟଣରେ ରାବଣ ବଧ ପରେ ସୁର୍ପଣଖା କଣ କଲେ ସେ ନେଇ କୌଣସି ବର୍ଣନା କରାଯାଇନାହିଁ |ତେବେ ସୁର୍ପଣଖାଙ୍କ ଯୋଗୁଁ ହିଁ ରାମାୟଣରେ ରାମ-ରାବଣ ଯୁଦ୍ଧ ହୋଇଥିଲା । ରାମାୟଣରେ ବର୍ଣ୍ଣିତ କଥା ଅନୁସାରେ ଏକଦା ସୁର୍ପଣଖା ଜଙ୍ଗଲରେ ବୁଲୁଥିଲେ । ଏକ ଆଶ୍ରମ ପାଖରେ ଭ୍ରମଣ କରୁଥିବା ବେଳେ ଜଣେ ସିଦ୍ଧ ତପସ୍ବୀଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା । ଏହି ଋଷି ଓଁ ମନ୍ତ୍ର ଉଚ୍ଚାରଣ କରି ଧ୍ୟାନସ୍ଥ ଥିଲେ । ଧ୍ୟାନ ସରିବା ପରେ ଋଷି ବିଭିନ୍ନ ଯୋଗ ଓ ପ୍ରାଣାୟମ ମଧ୍ୟ କଲେ । ସୁର୍ପଣଖା ଏସବୁ ଦେଖିବାପରେ ଋଷିଙ୍କଠାରୁ କିଛି କଥା ଜାଣିବା ପାଇଁ ତାଙ୍କ ମନରେ କୌତୂହଳ ସୃଷ୍ଟି ହେଲା । ସେ ନିଜର ଅଜ୍ଞତା ବଶତଃ ଋଷିଙ୍କୁ ପଚାରିଲେ ଯେ, ଧ୍ୟାନ, ତପସ୍ୟା, ଯୋଗ ପ୍ରାଣାୟମ କରିବା ଦ୍ବା ତାଙ୍କୁ କଣ ମିଳୁଛି । ଏହା କରିବା ଫଳରେ ସେ ଭଗବାନଙ୍କ ଦର୍ଶନ ପାଉଛନ୍ତି ନା ଖାଲି ଏମିତି ବ୍ୟର୍ଥ ହେଉଛି ତାଙ୍କ ତପସ୍ୟା । ସୁର୍ପଣଖାଙ୍କ କଥା ଶୁଣି ଋଷି ତାଙ୍କ ଉପରେ ରାଗିଯାଇ ତାଙ୍କୁ ଭର୍ତ୍ସନା କରିଥିଲେ | ତଥାପି ସୁର୍ଋପଣଖାଙ୍କୁ ଋଷି କହିଥିଲେ ଯେ, ଏହା କରିବା ଦ୍ବାରା ସେ ଭଗବାନଙ୍କ ଦର୍ଶନଲାଭ କରନ୍ତି । ପ୍ରେମ ଏବଂ ଭକ୍ତିରୁ ଭଗବାନ ଦର୍ଶନ ଦିଅନ୍ତି ବୋଲି ମଧ୍ୟ କହିଥିଲେ |

{"id":84598}


ସୁର୍ପଣଖା ପୁଣି ଋଷିଙ୍କୁ ପ୍ରଶ୍ନ କହିଥିଲେ ଯେ, କ'ଣ ସେ ଚାହିଁଲେ ମଧ୍ୟ ଭଗବାନଙ୍କୁ ଦେଖି ପାରିବେ ? ଋଷି ଉତ୍ତର ଦେଇଥିଲେ- ନିଶ୍ଚୟ | ଋଷି ଆହୁରି କହିଥିଲେ ଯେ, ସୁର୍ପଣଖାଙ୍କ ପାଇଁ ଭଗବାନଙ୍କୁ ଦର୍ଶନ କରିବାର ସମୟ ଆସିଯାଇଛି | ଭଗବାନ ଏବେ ସୁର୍ପଣଖାଙ୍କୁ ଦଣ୍ଡକାରଣ୍ୟରେ ଦର୍ଶନ ଦେବେ ବୋଲି ଭବିଷ୍ୟବାଣୀ କରିଥିଲେ | ତେବେ ଭଗବାନଙ୍କ ଦର୍ଶନ ପାଇବା ମାତ୍ରେ ତାଙ୍କୁ ଭର୍କି କରିବା ସହ ପ୍ରାର୍ଡା କରିବାକୁ ଋଷି ପରାମର୍ଶ ମଧ୍ୟ ଦେଇଥିଲେ । ସୁର୍ପଣଖା ଋଷିଙ୍କ କଥା ଶୁଣିଥିଲେ ସତ କିନ୍ତୁ ତାକୁ ଗୁରୁତ୍ବ ଦେଇନଥିଲେ |

{"id":84609,"width":590,"height":456}

ଏହାପରେ ସୁର୍ପଣଖା ଦଣ୍ଡକାରଣ୍ୟରେ ବୁଲିବାକୁ ଲାଗିଲେ | ବନରେ ବୁଲିଲାବେଳେ ସେ ଅଚାନକ ଏକ କୁଡ଼ିଆ ଦେଖିଥିଲେ | କୁଡ଼ିଆରେ ସୁର୍ପଣଖାଙ୍କୁ ବନବାସରେ ଥିବା ଶ୍ରୀରାମ ଦର୍ଶନ ଦେଇଥିଲେ |ଶ୍ରୀରାମଙ୍କ ଆଜାନୁ ଲମ୍ବିତ ବାହୁ, ଆକର୍ଣ୍ଣ ବିସ୍ତୃତ ନୟନ, ଶ୍ୟାମଳ ଦୁର୍ବାଦଳ ଶରୀର ଦେଖି ସୁର୍ପଣଖା ବିମୋହିତ ହୋଇଯାଇଥିଲେ | ସେ ରୁଷିଙ୍କ ପରାମର୍ଶ ଭୁଲି ଯାଇଥିଲେ | ସେ ଭୁଲିଗଲେ ଯେ, ଶ୍ରାରାମ ସ୍ବୟଂ ଭଗବାନ ହୋଇଥିବେ, କୌଣସି ସାଧାରଣ ମଣିଷ ନୁହଁ |ମନମୋହନ ରୂପରେ ମୋହିତ ହୋଇ ଶ୍ରୀରାମଙ୍କୁ ସୁର୍ପଣଖା ପ୍ରେମ ନିବେଦନ କରିଥିଲେ | ତାପରେ ଲକ୍ଷ୍ମଣ ସୁର୍ପଣଖାଙ୍କ ନାକ କାଟି ଦେଇଥିଲେ । ଏକଥା ଭାଇ ରାବଣ ଜାଣିବାପରେ ଆରମ୍ଭ ହୋଇଥିଲା ରାମ-ରାବଣଙ୍କ ମଧ୍ୟରେ ଶତୃତା । ସୀତା ହରଣ ଏବଂ ରାମ-ରାବଣ ଯୁଦ୍ଧରେ ରାବଣ ନିହତ ହୋଇଥିଲେ । କିନ୍ତୁ ରାବଣଙ୍କ ମୃତ୍ୟୁପରେ ସୁର୍ପଣଖା କଣ କଲେ ସେ ସମ୍ପର୍କରେ କୌଣସି ବର୍ଣ୍ମନା ଯଦିଓ ନାହିଁ ତେବେ ଗୋଟିଏ ଉପ-ପୁରାଣରେ ଏ ସମ୍ପର୍କରେ ଏକ ରୋଚକ ତଥ୍ୟ ରହିଛି ।

{"id":84610}


ଉପ ପୁରାଣ ଅନୁସାରେ ରାବଣ ବଧ ପରେ ମଧ୍ୟ ସୁର୍ପଣଖା ଶ୍ରୀରାମଙ୍କୁ ଦେଖା କରିବାକୁ ଚାହୁଁଥିଲେ | କିନ୍ତୁ କୌଣସି କାରଣବଶତଃ ସେ ଭଗବାନ ଶ୍ରୀରାମଙ୍କୁ ସାକ୍ଷାତ କରିପାରିନଥିଲେ | ସୁର୍ପଣଖା ସେତେବେଳେ ଏକାକୀ ଥିଲେ | ଭୁଲବଶତଃ ତାଙ୍କ ସ୍ୱାମୀଙ୍କ ବଧ ତାଙ୍କରି ଭାଇ ରାବଣ ଦ୍ୱାରା ହୋଇଥିଲା |

{"id":84600}


ଥରେ ସେ ଶୁଣିବାକୁ ପାଇଲେ ଯେ, ମା ସୀତା ବନରେ ଏକାକୀ ଅଛନ୍ତି | ସେ ବାଲ୍ମୀକି ନାମକ ଜଣେ ରୁଷିଙ୍କ ଆଶ୍ରମ ରୁହନ୍ତି ବୋଲି ସୁର୍ପଣଖା ଜାଣିବାକୁ ପାଇଲେ | ଏହାପରେ ସୁର୍ପଣଖା ମା ସୀତାଙ୍କୁ ସାକ୍ଷାତ କରିବାକୁ ବାଲ୍ମୀକିଙ୍କ ଆଶ୍ରମରେ ପହଁଚିଲେ | ଅଚାନକ ସୁର୍ପଣଖାଙ୍କୁ ଆଶ୍ରମରେ ଦେଖି ମା ସୀତା ଆଶ୍ଚର୍ଯ୍ୟ ହୋଇଯାଇଥିଲେ | ତଥାପି ସୀତା ସୁର୍ପଣଖାଙ୍କୁ ତାଙ୍କ ହାଲଚାଲ ପଚାରି ବୁଝିଥିଲେ | ସୁର୍ପଣଖା ରାଗିଯାଇ କହିଥିଲେ ଯେ, ତୁମରି କାରଣରୁ ଶ୍ରୀରାମ ମତେ କୁରୂପ କରି ଦେଇଛନ୍ତି | ଆଜି ତାଙ୍କଠାରୁ ଅଲଗା ହୋଇ ତୁମେ ମଧ୍ୟ ବନରେ ରହୁଛ | ସ୍ୱାମୀ ବିୟୋଗ କେମିତି ଲାଗୁଛି ବୋଲି ତାତ୍ସଲ୍ୟ କରି କହିଥିଲେ ସୁର୍ପଣଖା | ତଥାପି ମା ସୀତା ତାଙ୍କ କଥାରେ କ୍ରୋଧିତ ନହୋଇ ଶାନ୍ତ ରହିଲେ ଏବଂ ରାବଣଙ୍କ ଅଶୋକ ବାଟିକାରୁ ଆଣିଥିବା ମିଠା ବରକୋଳି ଖାଇବାକୁ ଦେଇଥିଲା |

{"id":84601}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.