ଗେଷ୍ଟ ହାଉସ୍ ଚୋରି ହୋଇନି କି ହଜିନି କିନ୍ତୁ ଅଛି ହେଲେ କେଉଁଠି ?
7/01/2020 at 6:55 PM

ପୁରୀ୭/୧: ଗେଷ୍ଟ ହାଉସ ହଜିନି, କି ଚୋରି ହୋଇନି, ଅଛି । ପୁରୀରେ ନିର୍ମାଣାଧୀନ ବିଧାନସଭା ଗେଷ୍ଟ ହାଉସର ପତ୍ତା ମିଳିଛି ପେଣ୍ଠକଟାରେ । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏହି ଗେଷ୍ଟ ହାଉସକୁ ନେଇ ପ୍ରଶ୍ନ ଛିଡ଼ା କରିବା ପରେ ନ୍ୟୁଜ ସେଭେନ ପୁରୀରେ ଗେଷ୍ଟ ହାଉସକୁ ଖୋଜିଥିଲା। ପୁରୀ ଜିଲ୍ଲା ପ୍ରଶାସନଠାରୁ ସୂଚନା ମିଳିଥିଲା। ଶୀଘ୍ର ଏହି ଗେଷ୍ଟ ହାଇସର କାମ ସରିବ ବୋଲି ସୂଚନା ଦେଇଛି ପୁରୀ ପ୍ରଶାସନ।

ବିଧାୟକ ମାନଙ୍କ ଲାଗି ପୁରୀର ପେଣ୍ଠକଟାରେ ଗେଷ୍ଟ ହାଉସ ତିଆରି ଲାଗି ୨୦୦୯ ମସିହାରେ ନିଷ୍ପତ୍ତି ହୋଇଥିଲା । ଗେଷ୍ଟ ହାଉସର ନିର୍ମାଣ ଲାଗି ୮୦ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇ ଥିଲା । ସେତେବେଳେର ବାଚସ୍ପତି ଏହାର ଶୁଭ ବି ଦେଇଥିଲେ । ଗତ କାଲି ପୁରୀ ରେ ତିଆରି ହେଉଥିବା ଗେଷ୍ଟ ହାଉସ ସଂପର୍କରେ ବାଚସ୍ପତି ସମୀକ୍ଷା ଡାକିବା ପରେ ଖୋଜାପଡ଼ିଥିଲା ଏହା କେଉଁଠି ଅଛି।

ଏବେ ଏହା କେମିତି ଅଛି ଏ ସଂପର୍କରେ କିଛି ସୂଚନା ମିଳୁନାହିଁ ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଥିଲେ। ଆଉ ସେପଟେ ସେତେବେଳର ବାଚସ୍ପତି କିଶୋର ମହାନ୍ତି କହିଥିଲେ ସେ ଏହାର ଶୁଭ ଦେବା ଦିନ ହିଁ ନିର୍ବାଚନ ଘୋଷଣା ହେଲା ।

୨୦୦୯ରୁ ଗେଷ୍ଟ ହାଉସ ପାଇଁ ୮୦ ଲକ୍ଷ ବ୍ୟୟ ହୋଇଛି। ୧୦ ବର୍ଷ ଗଲାଣି । ପ୍ରଶ୍ନ ଉଠୁଛି ଏହି ଗେଷ୍ଟ ହାଉସ କାହିଁକି ଏପର୍ଯ୍ୟନ୍ତ କାର୍ଯ୍ୟରେ ଲାଗିପାରିନି। ୧୦ ବର୍ଷ ହେଲା କାମ ନ ସରିବାର କାରଣ କ’ଣ?