ଗାଧୋଇବା ବେଳେ ବାଥରୁମରେ କରନ୍ତୁ ନାହିଁ ଏହି ୫ଟି କଥା, ପଡ଼ିପାରନ୍ତି ଅସୁବିଧାରେ…
13/07/2019 at 5:08 PM

କର୍ମମୟ ଜୀବନରେ ଦିନରାତି ମଣିଷ ନିଜ କାର୍ଯ୍ୟସାରି ଘରୁ ଫେରିଥାଏ। ଧୂଳିମଳି ଓ ଗରମରୁ ନିଜକୁ ଟିକେ ପରିସ୍କାର ଓ ପରିଚ୍ଛନ୍ନ ରଖିବା ପାଇ ମଣିଷ ଗାଧୋଇ ଥାଏ। କର୍ମମୟ ଜୀବନ ସହିତ ଯେଉଁମାନେ ଜଡ଼ିତ ସକାଳୁ ନିଜ ଗାଧୋଇ କର୍ମକ୍ଷେତ୍ରକୁ ବାହାରିଥାନ୍ତି। ଆପଣ ଭାବୁଥିବେ ମଣିଷ ଗାଧୋଇବା ନିହାତି ଦରକାର ହେଲେ ଅସୁବିଧା ରହିଲା କେଉଁଠି? ଆପଣ ଗାଧୋଇବା ସମୟରେ ଏହି ୫ଟି କଥାକୁ ମନେରଖିବା ଉଚିତ୍।
- ୧- ମହିଳା କିମ୍ବା ପୁରୁଷ ଉଭୟ ମୁଣ୍ଡ ସଫା କରିବା ସମୟରେ ନିଜ ଆଙ୍ଗୁଳିରେ ଥିବା ନଖର ସାହାରା ନେଇ ମୁଣ୍ଡ ବାଳକୁ ରଗଡ଼ି ରଗଡ଼ି ଧୋଇଥାନ୍ତି। ଯାହାଫଳରେ ନିଜ ବାଳ ଉପୁଡ଼ିଯିବା ସହ ନଖ ଦ୍ବାରା ମୁଣ୍ଡ ଚର୍ମରେ ଆଘାତ ଆସିଥାଏ। ସେହି କ୍ଷତ ସ୍ଥାନରେ ସାମ୍ପୁରେଥିବା ରାସାୟନିକ ପାଣି ମିଶିବା ଯୋଗୁ ଅସୁବିଧାରେ ସମ୍ମୁଖୀନ ହୋଇପାରନ୍ତି।
- ୨- ଗାଧୋଇବା ପାଇଁ ଭଲ ସାବୁନ ବ୍ୟବହାର କରନ୍ତୁ। ନଚେତ୍ ବ୍ୟବହାର କରୁଥିବା ସାବୁନ ଯୋଗୁ ଆପଣଙ୍କ ଚର୍ମ ଖରାପ ହୋଇଯିବା ସହ ଚର୍ମ ଶୁଷ୍କ ଦେଖାଯାଇଥାଏ। ତେଣୁ ଗାଧୋଇବା ସମୟରେ ଠିକ୍ ସାବୁନର ବ୍ୟବହାର କରିବା ଆବଶ୍ୟକ
- ୩- ଯଦି ସାବୁନ ପରିବର୍ତ୍ତେ ଲିକ୍ୟୁଡ୍ ଆପଣ ବ୍ୟବହାର କରୁଛନ୍ତି। ତେବେ ଲୁଫାକୁ ପରିସ୍କାର ରଖନ୍ତୁ। କାହିଁକି ନା ଏହା ଗାଧୁଆ ଘରେ ରହିବା ଦ୍ବାରା ଅପରିସ୍କାର ହୋଇଯାଇଥାଏ। ଏହି ଲୁଫାକୁ ବ୍ୟବହାର କଲେ ଶରୀର କ୍ଷତି ହୋଇଥାଏ।
- ୪- ବହୁ ସମୟ ଧରି ଗାଧୁଆ ଘରେ ଗାଧୋଇବା ଦ୍ବାରା ଶରୀରକୁ ହାଲକା ମିଳିଥାଏ। ସେହିପରି ଗରମ ପାଣିରେ ଦୀର୍ଘସମୟ ଧରି ଗାଧୋଇଥିବା ବ୍ୟକ୍ତିଙ୍କ ମୁହଁର ଚର୍ମ ଖରାପ ହୋଇଯାଇଥାଏ। ଗରମ ପାଣିରେ ବହୁ ସମୟଧରି ଗାଧୋଇବା ଦ୍ବାରା ମୁଣ୍ଡବାଳ ମଧ୍ୟ ନଷ୍ଟ ହୋଇଯାଏ।
- ୫- ନିଜ ଶରୀରକୁ ଅଧିକ ସୌନ୍ଦର୍ଯ୍ୟ ରଖିବା ପାଇଁ ଯଦି କିଛି କସ୍ମେଟିକ ଜିନିଷ ବ୍ୟବହାର କରୁନ୍ତି। ତେବେ ସେହି ରାସାୟନିକ ଜିନିଷ ତୁରନ୍ତ ଧୋଇ ଦିଅନ୍ତୁ। ନହେଲେ ଅସୁବିଧାରେ ପଡ଼ିପାରନ୍ତି।
Related Posts
କଦଳୀ ପତ୍ରରେ ଭୋଜନ କରିବା କେତେ ସ୍ୱାସ୍ଥ୍ୟକର ?
24 January 2021
ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଗ୍ରୀନ୍ ମଟର, ଜାଣନ୍ତୁ ଏହାର କିଛି ଉପଯୋଗିତା
23 January 2021