ହିନ୍ଦୁ ଧର୍ମରେ ଯେକୈାଣସି ଶୁଭ କାର୍ଯ୍ୟ ପୂର୍ବରୁ ଦୀପ ଜଳାଯାଇଥାଏ। ଏପରି ବିଶ୍ବାସ ରହିଛି ଯେ ଦୀପ ଜଳାଇବା ଦ୍ବାରା ନକରାତ୍ମକ ଶକ୍ତି ଦୂରେଇ ଯାଇଥାଏ। କିନ୍ତୁ ଦୀପ ଜଳାଇବା ସମୟରେ ଏହି ମନ୍ତ୍ରର ଉଚ୍ଚାରଣ କରନ୍ତୁ।
ଦୀପଜ୍ୟୋତିଃ ପରବ୍ରହ୍ମମ୍ ଦୀପଜ୍ୟୋତିଃ ଜନାର୍ଦନଃ।
ଦୀପୋହରତିମେ ପାପଂ ସନ୍ଧ୍ୟାଦୀପଂ ନମୋସ୍ତୁତେ।
ଶୁଭଂ କରୋତୁ କଲ୍ୟାଣମାରୋଗ୍ୟଂ ସୁଖଂ ସମ୍ପଦାଂ।
ଶତ୍ରୃବୃଦ୍ଧି ବିନାଶଂ ଚ ଦୀପଜ୍ୟୋତିଃ ନମୋସ୍ତୁତେ।
ଏହି ମନ୍ତ୍ର ଉଚ୍ଚାରଣ କରିବା ଦ୍ବାରା ସମସ୍ତ ପାପ ନାଶ ହୋଇଥାଏ। ଏହି ମନ୍ତ୍ର ବୋଲିବା ଦ୍ବାରା ଶତ୍ରୃଙ୍କର ମଧ୍ୟ ନାଶ ହୋଇଥାଏ। ଏହି ମନ୍ତ୍ର ଜପ କରିବା ଦ୍ବାରା ଉତ୍ତମ ସ୍ବାସ୍ଥ୍ୟ ମିଳିଥାଏ। ଘରେ ସୁଖ ସମୃଦ୍ଧି ଆସିଥାଏ। ଏହି ମନ୍ତ୍ର ଉଚ୍ଚାରଣ କରିବା ଦ୍ବାରା ଧନ ସମ୍ପତ୍ତି ମଧ୍ୟ ବୃଦ୍ଧି ହୋଇଥାଏ। ଏହି ମନ୍ତ୍ର ଉଚ୍ଚାରଣ କରିବା ଦ୍ବାରା ଜାତକରେ ଶୁଭ ଫଳ ପ୍ରାପ୍ତି ହୋଇଥାଏ।