Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ଫେସବୁକକୁ କିଣିବାକୁ ୧ ବିଲିୟନ ଡଲାରର ଅଫର ଦେଇଥିଲା Yahoo , ଏମିତି କହିଥିଲେ ପ୍ରତିଷ୍ଠାତା ମାର୍କ ଜୁକରବର୍ଗ

16/07/2021 at 6:16 PM

ନୂଆଦିଲ୍ଲୀ ୧୬/୦୭ : ଦିନ ଥିଲା ଯେତେବେଳେ ୨୦୦୬ ମସିହାରେ ଫେସବୁକକୁ କିଣିବା ପାଇଁ Yahoo ତରଫୁ ୧ ବିଲିୟନ ଡଲାରର ଅଫର ଦିଆଯାଇଥିଲା । କିନ୍ତୁ ସେତେବେଳେ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକର ସିଇଓ ମାର୍କ ଜୁକରବର୍ଗ କହିଥିଲେ କି, ସେ ଏତେ ଟଙ୍କା କରିବେ କଣ । ତେବେ ସେହି ସମୟରେ ତାଙ୍କୁ ଫେସବୁକ୍ ବୋର୍ଡର ସଦସ୍ୟ ଏବଂ ପରାମର୍ଶଦାତା ଭାବେ  ଜୁକରବର୍ଗ କହିଥିଲେ କି ସମ୍ଭାବିତ ଟଙ୍କାରୁ ସେ ୧ ବିଲିୟନ ଡଲାର ଅଫରର ଅଧା ରକମରୁ ମଧ୍ୟ ଦୂରେଇ ଯାଇପାରିବେ ଏବଂ ଯାହା ଚାହିଁବେ କରି ପାରିବେ । ଏନେଇ ସାମ୍ବାଦିକ ଶୀରା ଫ୍ରେନକେଲ ଓ ସେସିଲିଆ କାଙ୍ଗ ନିଜ ବହି ‘An Ugly Truth’ ରେ ଲେଖିଛନ୍ତି ।

Yahoo ଅଫରର ଏକ ମାସ ପରେ ଜୁକରବର୍ଗ ଫେସବୁକ ବୋର୍ଡ ମେମ୍ବର ପିଟର ଥିଏଲ ଓ ବେଞ୍ଚର କେପିଟଲିଷ୍ଟ ଜିମ ବ୍ରେୟରଙ୍କୁ କହିଥିଲେ ଯେ ସେ ଜାଣି ନାହାଁନ୍ତି କି ସେମାନେ ଟଙ୍କା ସହିତ କରିବେ କଣ ଏବଂ ଯଦି ସେ ଏହାକୁ ଗ୍ରହଣ କରନ୍ତି ତେବେ ଫେସବୁକ୍ ପରି ଅନ୍ୟ ଏକ ସୋସିଆଲ ମିଡିଆ ପ୍ଲାଟଫର୍ମ ବନା ଯିବ । ଏହା ସହ, ଜୁକରବର୍ଗ ଭାବିଥିଲେ କି ଫେସବୁକ୍ ବହୁତ ବଡ ହୋଇପାରେ ।

ତେବେ ଏହି ରିପୋର୍ଟ ଅନୁଯାୟୀ, ପୁସ୍ତକର ଲେଖକ ଏକ ହଜାର ଘଣ୍ଟାରୁ ଅଧିକ ସମୟ ଫେସବୁକ୍ ଏକ୍ସିକ୍ୟୁଟିଭ୍, ବର୍ତ୍ତମାନର ଓ ପୂର୍ବତନ କର୍ମଚାରୀଙ୍କ ସହ , ପରାମର୍ଶଦାତା ଏବଂ ଅନ୍ୟମାନଙ୍କୁ ଇଣ୍ଟରଭ୍ୟୁ କରିଥିଲେ ।  ଫେସବୁକ୍ କର୍ମଚାରୀମାନେ ତାଙ୍କୁ କହିଥିଲେ ଯେ ସେମାନେ ଏଥିରେ ସହମତ ହେବା ଉଚିତ୍ । କିନ୍ତୁ ଜୁକରବର୍ଗ Yahooର ଅଫରକୁ ପ୍ରତ୍ୟାଖ୍ୟାନ କରିବା ପରେ ସମସ୍ତେ ପ୍ରତିବାଦ କରିଥିଲେ । ଜୁକରବର୍ଗ Yahooର ଅଫରକୁ ପ୍ରତ୍ୟାଖ୍ୟାନ କରିବା ପରେ କହିଛନ୍ତି – “ଯେଉଁ ଅଂଶ ଯନ୍ତ୍ରଣାଦାୟକ ଥିଲା ସେହି ଅଫରକୁ କେବେ ପ୍ରତ୍ୟାଖ୍ୟାନ କରୁ ନଥିଲି। ଖାସ ଏଥିପାଇଁ ବହୁ ସଂଖ୍ୟକ ଲୋକ କମ୍ପାନୀ ଛାଡିଥିଲେ । ୨୦୦୪ ରୁ ୨୦୦୭ ମଧ୍ୟରେ ଫ୍ରେଣ୍ଡଷ୍ଟର, ଗୁଗୁଲ୍, ବାୟାକମ୍, ମାଇସ୍ପେସ୍ ଏବଂ ନ୍ୟୁଜକର୍ପ ସମେତ ଅନେକ କମ୍ପାନୀ ଫେସବୁକ୍ କିଣିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଜୁନ୍ ୨୦୦୬ରେ, ସବୁଠାରୁ ବଡ ଥିଲା Yahooର ଅଫର ।

   Related Posts