Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲିଙ୍ଗରାଜ ମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ, ବହୁ ସେବାୟତ କୋଭିଡ୍‌ ପଜିଟଭ୍‌ ଚିହ୍ନଟ
  • ||
  • କେକେଆରକୁ ୨୦୫ ରନ୍‌ର ବିଜୟ ଲକ୍ଷ ଦେଲା ଆରସିବି
  • ||
  • କରୋନା ଯୋଗୁଁ ପଶ୍ଚିମବଙ୍ଗରେ ନିଜର ସବୁ ରାଲି ବାତିଲ କଲେ ରାହୁଲ ଗାନ୍ଧୀ: ସୋସିଆଲ ମିଡ଼ିଆରେ ହେଉଛି ପ୍ରଶଂସା
  • ||
  • ଏପ୍ରିଲରେ ଭୟାବହ ରୂପ ନେଇଛି କରୋନା: ୧୮ ଦିନରେ ୨୬ ଲକ୍ଷରୁ ଅଧିକ ମାମଲା
  • ||
  • ଦାରିଙ୍ଗବାଡ଼ି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ତ : ନାବାଳକ ମୃତ, ୨ ଗୁରୁତର
  • ||
  • JEE ମେନ୍‌ ୨୦୨୧ ସ୍ଥଗିତ, ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ନେସନାଲ୍ ଟେଷ୍ଟିଂ ଏଜେନ୍ସିର ନିଷ୍ପତ୍ତି
  • ||
  • କରୋନା ସଂକ୍ରମଣ ଚିନ୍ତା, ଆଗୁଆ ପଦକ୍ଷେପ : ୪ରୁ ୫ ଗୁଣ ବଢିବ ବେଡ୍ ସଂଖ୍ୟା
  • ||
  • ରାଜ୍ୟରେ କରୋନା ନେଲା ଆଉ ୨ ଜଣଙ୍କ ଜୀବନ, ୧୯୪୪ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ମିଳିଲାନି ଅମ୍ଳଜାନ, ଜୀବନ ହାରିଲେ ୬ କରୋନା ଆକ୍ରାନ୍ତ
  • ||
  • ଜୟପୁର ସବ୍ ଜେଲରେ ରେଡ୍, ଏସ୍‌ପି ଓ ଉପ ଜିଲ୍ଲାପାଳ ସାମିଲ
  • ||

କେବେ ହେବ ପୌର ନିର୍ବାଚନ ? ସଂରକ୍ଷଣ ପ୍ରସଙ୍ଗରେ ସରକାରଙ୍କ ରିପୋର୍ଟକୁ ଅପେକ୍ଷା କରିଛନ୍ତି ନିର୍ବାଚନ କମିଶନ, ବିରୋଧୀ କହୁଛନ୍ତି ସରକାରୀ ଦଳକୁ ଘାରିଛି ହାରିବାର ଭୟ

4/03/2021 at 7:55 PM

ଭୁବନେଶ୍ଵର ୦୪।୦୩: ସଂରକ୍ଷଣ ନିର୍ଦ୍ଧାରିତ ହୋଇଥିଲେ ବି ଘୁଞ୍ଚି ଚାଲିଛି ପୌର ନିର୍ବାଚନ। କାହିଁକି ପୌର ନିର୍ବାଚନ କରାଯାଉନାହିଁ ତାକୁ ନେଇ ରାଜ୍ୟ ସରକାରଙ୍କୁ ଆକ୍ଷେପ କରିଛନ୍ତି ବିରୋଧୀ । ଅଦାଲତଙ୍କ ନିର୍ଦ୍ଦେଶ ଅନୁସାରେ ୫୦ ପ୍ରତିଶତ ଭିତରେ ସଂରକ୍ଷଣ ରଖିବାକୁ ପ୍ରକ୍ରିୟା ଚାଲିଥିବା ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି । ସେପଟେ ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ କାମ ରାଜ୍ୟ ସରକାରଙ୍କର ହୋଇଥିବାରୁ ସରକାର ଚୂଡାନ୍ତ ରିପୋର୍ଟ ଦେବା ପରେ ରାଜ୍ୟ  ନିର୍ବାଚନ କମିଶନ ଭୋଟର ଲିଷ୍ଟ ପ୍ରସ୍ତୁତ କରି ପୌର ଭୋଟ କରିବେ ବୋଲି କହିଛନ୍ତି । ଏଣେ ବିରୋଧୀ କହିଛନ୍ତି ସହରାଞ୍ଚଳରେ ଶାସକ ଦଳର ସ୍ଥିତି ମଜଭୁତ ନଥିବାରୁ ସରକାର ଜାଣି ଶୁଣି ପୌର ଭୋଟକୁ ଟାଳି ଚାଲିଛନ୍ତି ।  

ରାଜ୍ୟରେ ୧୧୬ଟି ପୌର ସଂସ୍ଥା ଭିତରୁ ହିନ୍ଦୋଳ ଓ ଅତାବିରା ଏନଏସିକୁ ଛାଡି ୧୧୪ଟି ନିର୍ବାଚିତ ପ୍ରତିନିଧି ନାହାନ୍ତି। ହେଲେ  ୫୦ ପ୍ରତିଶତରୁ ଅଧିକ ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟ ଯାଏ ମାମଲା ଯାଇଥିଲା । ୫୦ ପ୍ରତିଶତ ଭିତରେ ସଂରକ୍ଷଣ ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେବା ପରେ ଅକଳରେ ପଡିଥିଲେ ସରକାର । ଆଇନ ପରିବର୍ତ୍ତନ କରି ସଂରକ୍ଷଣ ଓ ସୀମା ନିର୍ଦ୍ଧାରଣ କରୁ ନଥିବାରୁ କମିଶନ ପୌର ନିର୍ବାଚନ କରି ପାରୁ ନାହାନ୍ତି । ଏମିତିରେ ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ କହିଛନ୍ତି ରାଜ୍ୟ ସରକାର ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ କାମ ସାରି  କମିଶନଙ୍କୁ ଚୂଡାନ୍ତ ରିପୋର୍ଟ ଦେବା ପରେ କମିଶନ ଭୋଟର ତାଲିକା ପ୍ରସ୍ତୁତ କରି ପୌର ନିର୍ବାଚନ କରିବେ ।

ପୌର ନିର୍ବାଚନରେ ରାଜ୍ୟ ସରକାର ୫୦ ପ୍ରତିଶତରୁ ଅଧିକ ସଂରକ୍ଷଣ ନେଇ  ଆଇନ କରିଥିଲେ ରାଜ୍ୟସରକାର । ହେଲେ ସରକ୍ଷଣକୁ ୫୦ ପ୍ରତିଶତରୁ ଅଧିକ ହେବନି ବୋଲି  କୋର୍ଟ କହିବା ପରେ ସରକାର ଆଇନରେ ପରିବର୍ତ୍ତନ କରି ନାହାନ୍ତି । ବିଧାନସଭାରେ ଆଇନ ପାରିତ ହେଲା ପରେ ପୁଣି ଥରେ ନୂଆ କରି ୱାର୍ଡ ପୁର୍ନଗଠନ ଓ ସଂରକ୍ଷଣ ବ୍ୟବସ୍ଥା ହେବ । ଆଉ ତାର ୬ ମାସ ଭିତରେ କମିଶନ ଭୋଟର ଲିଷ୍ଟ ପ୍ରସ୍ତୁତ କରିବେ।

ଏ ସବୁ ପ୍ରକ୍ରିୟା ହୋଇ ନଥିବାରୁ ସରକାର ପୌର ନିର୍ବାଚନ ମନ ବଳାଇବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ବିଜେପି କହିଛି ପୌର ସଂସ୍ଥାରେ ନିର୍ବାଚିତ ପ୍ରତିନିଥି ନଥିବାରୁ ପୌରାଞ୍ଚଳରେ ଉନ୍ନୟନ କାମ ହୋଇ ପାରୁନି । ହେଲେ ସହରାଞ୍ଚଳରେ ଶାସକ ଦଳର ସ୍ଥିତି ମଜଭୁତ ନଥିବାରୁ ସରକାର ଜାଣି ଶୁଣି ପୌର ଭୋଟକୁ ଟାଳି ଚାଲିଛନ୍ତି । ସେପଟେ କଂଗ୍ରେସ କହିଛି ଆଉ ଡେରି ନକରି  ସରକାର ତୁରନ୍ତ ପୌର ଭୋଟ କରନ୍ତୁ । ରାଜ୍ୟ ସରକାର ଯଦି ଚଳିତ ବିଧାନସଭା ଧିବେଶନ ସମୟରେ ପୌର ନିର୍ବାଚନ ସଂଶୋଧନ ବିଲ ପାରିତ କରନ୍ତି ତାହାଲେ ବି ସବୁ ପ୍ରକ୍ରିୟା ସାରି ଭୋଟ କରିବାକୁ ୬ ମାସରୁ ଅଧିକ ସମୟ ଲାଗିବ ।

   Related Posts