Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

ପୁଣି ଚର୍ଚ୍ଚାରେ ନେହା ଧୁପିଆ : ୧୨ବର୍ଷ ତଳର ଆପତ୍ତିଜନକ ଫଟୋ ପାଇଁ ସୋସିଆଲ ମିଡିଆରେ ହେଲେ ଟ୍ରୋଲ୍

4/04/2020 at 3:33 PM

ମୁମ୍ବାଇ ୪/୪: ସୋସିଆଲ ମିଡିଆର ଅନେକ ଉପକାରିତା ଥିବାବେଳେ ଅନେକ ଅପକାରିତା ମଧ୍ୟ ରହିଛି। ଏହାର ସବୁଠୁ ଅପକାରୀତା​‌ ଏବେ ନେହା ଧୁପିଆଙ୍କୁ ଭୋଗିବାକୁ ପଡ଼ୁଛି।ସୋସିଆଲ ମିଡିଆରେ ଟ୍ରୋଲିଂ ଆଜିକାଲି ସାଧାରଣ ହୋଇଗଲାଣି ଏବଂ ବଲିଉଡର ଅନେକ ଷ୍ଟାର ଅଧିକାଂଶ ସମୟରେ ୟୁଜର୍ସଙ୍କ ଟାର୍ଗେଟରେ ଆସିଥାଆନ୍ତି। କିନ୍ତୁ ନେହା ଧୁପିଆ ଭାବିନଥିବେ ଯେ ଏକ ୧୨ବର୍ଷର ପୁରୁଣା ଫଟୋ  ପାଇଁ ସେ ଏବେ ଇନଷ୍ଟାଗ୍ରାମରେ ଟ୍ରୋଲ୍ ହେବେ। ନେହାଙ୍କ ଭର୍ଜିନ୍ ମୋବାଇଲର ଲଞ୍ଚ ପାଇଁ ହୋଇଥିବା ଏକ ଫିଲ୍ମ ସମୟରେ ବ୍ୟବସାୟୀ ରିଚାର୍ଡ଼ ବ୍ରାନସନଙ୍କ ଦ୍ବାରା କରାଯାଇଥିବା ଆଚରଣ ପାଇଁ ସେ ଏବେ ଟ୍ରୋଲ୍ ହେଉଛନ୍ତି।

ଏହି ଫଟୋଟି ଭାରତରେ ଭର୍ଜିନ୍ ମୋବାଇଲ୍ ଲଞ୍ଚ ବେଳେ ନିର୍ମାଣ କରାଯାଉଥିବା ଏକ ଫିଲ୍ମ ସମୟରେ ଉଠା ଯାଇଥିଲା। ଏହାକୁ ନିକଟରେ ଫଟୋଗ୍ରାଫର ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ସେୟାର କରିଛନ୍ତି। ୨୦୦୮ମସିହା ମାର୍ଚ୍ଚରେ ଭରତରେ ଆସିଥିବା ନୂଆ ସେଲଫୋନ୍ ସର୍ଭିସ୍ ଭର୍ଜିନ୍ ମୋବାଇଲକୁ ପ୍ରମୋଟ କରିବା ପାଇଁ  ଏକ ୨୦ମିନିଟର ଫିଲ୍ମ ନିର୍ମାଣ କରାଯାଇଥିଲା। ଏହି ଫିଲ୍ମର ନାଁ ଥିଲା ‘ଅପନା ଅନ୍ଦାଜ ଭେରି ହଟକେ’। ଏହି ଫିଲ୍ମକୁ ମୁମ୍ବାଇରୁ ଚ୍ୟାନେଲ୍ ଭି ରେ ଲାଇଭ ବ୍ରଡକାଷ୍ଟ କରାଯାଇଥିଲା।

ଏହି ଫିଲ୍ମର ଶେଷରେ ଡ୍ୟାନ୍ସରଙ୍କ ସହ ନେହା ଧୁପିଆ ଏବଂ ରିଚାର୍ଡ଼ ବ୍ରାନସନ ବି ଡ୍ୟାନ୍ସ କରିଥିବା ନଜର ଆସିଥିଲେ। ଗୀତ ସରିବାବେଳେ ଯେତେବେଳେ ସମସ୍ତେ ତାଳି ବଜାଉଥିଲେ ସେତେବେଳେ ରିଚାର୍ଡ଼ ହଠାତ୍ ନେହା ଧୁପିଆଙ୍କୁ ନିଜ କୋଳକୁ ଉଠାଇଥିଲେ ଏବଂ ତାଙ୍କ ମୁଣ୍ଡକୁ ତଳ ପଟେ କରି ଦେଇଥିଲେ। ନେହା ସେହି ସମୟରେ ଏକ ଲାଲ ସର୍ଟ ଡ୍ରେସ୍ ପିନ୍ଧିଥିଲେ। ରିଚାର୍ଡ଼ଙ୍କ ଏହି ଆଚରଣ ପରେ ନେହା ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଏହି ଇଭେଣ୍ଟର ପୁରୁଣା ଫଟୋ ବିରଳ ଭୟାନୀ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଏହି ଫଟୋ ସାମନାକୁ ଆସିବା ପରେ ଲୋକେ ନେହାଙ୍କୁ ଟ୍ରୋଲ୍ କରିବା ଆରମ୍ଭ କରି ଦେଇଥିଲେ।


   Related Posts